ମୁମ୍ବାଇ ପୋଲିସର ବଡ଼ ସୂଚନା । ବାବା ସିଦ୍ଦିକିଙ୍କ ସହ ଟାର୍ଗେଟରେ ଥିଲେ ପୁଅ ଜେଶାନ ସିଦ୍ଦିକି

କନକ ବ୍ୟୁରୋ : ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ହିଟଲିଷ୍ଟରେ ରହିଛନ୍ତି । ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ସୁପାରୀ ମିଳିଥିଲା ବୋଲି କହିଛନ୍ତି ଅପରାଧୀ । ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଗକୁ ଜିଶାନ ମଧ୍ୟ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ଶୁଟରମାନେ କହିଛନ୍ତି ଯେ ସେମାନଙ୍କୁ ବାବା ସିଦ୍ଦିକି ଓ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ମିଳିଥିଲା । ଶନିବାର ସନ୍ଧ୍ୟାରେ ଉଭୟ ସିଦ୍ଦିକି ବାପ-ପୁଅ ଘଟଣାସ୍ଥଳରେ ଉପସ୍ଥିତି ରହିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଉଭୟ ବାପା-ପୁଅଙ୍କୁ ଏକାଠି ହତ୍ୟା କରିବାର ସୁଯୋଗ ଯଦି ସେମାନଙ୍କୁ ନ ମିଳିବ, ତା’ହେଲେ ଦୁଇ ଜଣଙ୍କ ମଧ୍ୟରୁ ଯାହାଙ୍କୁ ଆଗ ପାଇବେ ତାଙ୍କୁ ଗୁଳି କରି ହତ୍ୟା କରିଦେବାକୁ ମଧ୍ୟ ଦୁଇ ଶୁଟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।  ସେପଟେ କାହିଁକି ହତ୍ୟାର ଶିକାର ହେଲେ ବାବା ସିଦ୍ଦକି? ହତ୍ୟା ପଛର ପ୍ରକୃତ କାରଣ କ’ଣ? ମାମଲାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ? ଦୁଇ ଦିନ ବିତିଯାଇଥିଲେ ମଧ୍ୟ କାହିଁକି ମାଷ୍ଟରମାଇଣ୍ଡ ପାଖରେ ପହଁଚିପାରୁନି ପୁଲିସ ? ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି ଓ ଏହା ଭିତରେ ମୁମ୍ବାଇ କ୍ରାଇମବ୍ରାଂଚ ୩ଟି ଦିଗରେ ତଦନ୍ତ ଆରମ୍ଭ କରିଛି

ମୁମ୍ବାଇ ପୋଲିସର ବଡ଼ ସୂଚନା । ବାବା ସିଦ୍ଦିକିଙ୍କ ସହ ଟାର୍ଗେଟରେ ଥିଲେ ପୁଅ ଜେଶାନ ସିଦ୍ଦିକି

କନକ ବ୍ୟୁରୋ : ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ହିଟଲିଷ୍ଟରେ ରହିଛନ୍ତି । ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ସୁପାରୀ ମିଳିଥିଲା ବୋଲି କହିଛନ୍ତି ଅପରାଧୀ । ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଗକୁ ଜିଶାନ ମଧ୍ୟ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ଶୁଟରମାନେ କହିଛନ୍ତି ଯେ ସେମାନଙ୍କୁ ବାବା ସିଦ୍ଦିକି ଓ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ମିଳିଥିଲା । ଶନିବାର ସନ୍ଧ୍ୟାରେ ଉଭୟ ସିଦ୍ଦିକି ବାପ-ପୁଅ ଘଟଣାସ୍ଥଳରେ ଉପସ୍ଥିତି ରହିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଉଭୟ ବାପା-ପୁଅଙ୍କୁ ଏକାଠି ହତ୍ୟା କରିବାର ସୁଯୋଗ ଯଦି ସେମାନଙ୍କୁ ନ ମିଳିବ, ତା’ହେଲେ ଦୁଇ ଜଣଙ୍କ ମଧ୍ୟରୁ ଯାହାଙ୍କୁ ଆଗ ପାଇବେ ତାଙ୍କୁ ଗୁଳି କରି ହତ୍ୟା କରିଦେବାକୁ ମଧ୍ୟ ଦୁଇ ଶୁଟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । 

ସେପଟେ କାହିଁକି ହତ୍ୟାର ଶିକାର ହେଲେ ବାବା ସିଦ୍ଦକି? ହତ୍ୟା ପଛର ପ୍ରକୃତ କାରଣ କ’ଣ? ମାମଲାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ? ଦୁଇ ଦିନ ବିତିଯାଇଥିଲେ ମଧ୍ୟ କାହିଁକି ମାଷ୍ଟରମାଇଣ୍ଡ ପାଖରେ ପହଁଚିପାରୁନି ପୁଲିସ ? ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି ଓ ଏହା ଭିତରେ ମୁମ୍ବାଇ କ୍ରାଇମବ୍ରାଂଚ ୩ଟି ଦିଗରେ ତଦନ୍ତ ଆରମ୍ଭ କରିଛି । ପୁଲିସ ଆଶଙ୍କା କରୁଛି ଯେ 

ହତ୍ୟା ପଛର ମୁଖ୍ୟ କାରଣ !
୩ଦିଗରେ କ୍ରାଇମବାଂଚର ଯାଂଚ

ମୁମ୍ବାଇ ‘ଏସଆରଏ’ ସ୍କାମ୍
ସନ୍ଦେହରେ ମୁମ୍ବାଇର ସ୍ଲମ ରିଡେଭଲପମେଂଟ ଅଥରିଟି ସ୍କାମ 
୨ହଜାର କୋଟି ଟଙ୍କାର ଦୁର୍ନୀତି ଚିଠା ରହିଛି
ସିଦ୍ଦକିଙ୍କ ନାଁରେ ବଡ ଦୁର୍ନୀତି ଅଭିଯୋଗ ଥିଲା
୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଏସଆରଏ ପ୍ରୋଜେକ୍ଟ ଅଧ୍ୟକ୍ଷ ଥିଲେ ସିଦ୍ଦିକି

ସଲମାନ ଖାନଙ୍କ ସହ ଘନିଷ୍ଟ ବନ୍ଧୁତା
ସଲମାନ ଖାନ ଓ ସିଦ୍ଦକିଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା
ସିଦ୍ଦକିଙ୍କ ଛତ୍ରଛାୟାରେ ଥିଲେ ଅଭିନେତା
ଲରେନ୍ସ ବିଶ୍ନୋୟୀର ଧମକକୁ ସହଜରେ ଗ୍ରହଣ କରୁନଥିଲେ ସିଦ୍ଦିକି
ସଲମାନଙ୍କଠୁ ପ୍ରତିଶୋଧ ନେଇ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥାଇପାରେ

ଡି କମ୍ପାନୀ କନେକ୍ସନ!
ସିଦ୍ଦକିଙ୍କ ହତ୍ୟା ପଛରେ ଡି କମ୍ପାନୀ ଲିଙ୍କ ସହେନ୍ଦ
ସନ୍ଦେହ ବଢ଼ାଉଛି ଗ୍ୟାଙ୍ଗଷ୍ଟର ଶୁଭମ ଲୋଣକର ସୋସିଆଲ ମିଡିଆ ପୋଷ୍ଟ 
ସଲମାନ ଓ ଦାଉଦକୁ ସାଥୀ ଆମ ଶତ୍ରୁ ଲେଖା ରହିଛି

ମାମଲାର ଯଥାଶିଘ୍ର ସମାଧାନ ପାଇଁ ମୁମ୍ବାଇ କ୍ରାଇମବ୍ରାଂଚ ୧୫ଟି ଟିମ ଗଠନ କରିଛି । ପୁଲିସର ତଦନ୍ତରେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଧର୍ମରାଜ କଶ୍ୟପ ଓ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶିବା ଗୌତମର ଅଣ୍ଡରୱାଲ୍ଡ କନେକ୍ସନ ଉପରେ ମଧ୍ୟ ତଦନ୍ତ କରୁଛି ପୁଲିସ । ପୁଲିସ କହିଛି ଅପରାଧୀଙ୍କ ଟାର୍ଗେଟରେ ବାବା ସିଦ୍ଦିକିଙ୍କ ସହ ତାଙ୍କ ପୁଅ ଜେଶାନ ମଧ୍ୟ ରହିଥିଲା । ଗୁଳିମାଡ ସମୟରେ ଜେଶାନ ଏକ ଫୋନ କଲରେ ବ୍ୟସ୍ତ ଥିବାରୁ ଅଳ୍ପକେ ବର୍ତ୍ତିଥିଲେ । 

ପୁଲିସ ଏକଥା ମଧ୍ୟ କହିଛି ଯେ ଗୁଳିମାଡ କରିବା ପରେ ଅଭିଯୁକ୍ତ ଫେରାର ପାଇଁ ସାଙ୍ଗରେ ଲଙ୍କାଗୁଣ୍ଡ ଓ ଆଖି ଜଳାପୋଡା  ସ୍ପ୍ରେ ନେଇ ଆସିଥିଲେ । ଏପରିକି ପୁଲିସ କନେଷ୍ଟବଳଙ୍କ ଆଖିରେ ଅଭିଯୁକ୍ତ ଶିବକୁମାର ଲଙ୍କାଗୁଣ୍ଡ ମଧ୍ୟ ଫିଙ୍ଗି ଫେରାର ହୋଇଥବା ବେଳେ  ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା  ପୁଲିସ ।

ଏବେ ପ୍ରଶ୍ନ ଉଠୁଛି ମୁମ୍ବାଇ ମହାରାଷ୍ଟ୍ର ରାଜନୀତିରେ ବେଶ ଦବଦବା  ରଖୁଥିବା ବାବା ସିଦ୍ଦକିଙ୍କୁ କାହିଁକି କଡ଼ା ସୁରକ୍ଷା ମିଳିନଥିଲା ? ହାଇପ୍ରୋଫାଇଲ ସୁରକ୍ଷା ବଦଳରେ ସୁରକ୍ଷାରେ କାହିଁକି କେବଳ ୩ଟି କନେଷ୍ଟବଳ ନିୟୋଜିତ ଥିଲେ । ଦିନ ଯେତିକି ଗଡୁଛି ବାବାଙ୍କ ମୃତ୍ୟୁ ରହସ୍ୟ ସେତିକି ଘନଉଛି । ଏବେ ଅପେକ୍ଷା ଆଗକୁ ପୁଲିସର ତଦନ୍ତ ମୁଖ୍ୟ ଅପରାଧୀ ପାଖରେ ପହଁଚିପାରୁଛି ନା ମାମଲାରେ କିଛି ନୂଆ ମୋଡ ଆସୁଛି ।

ଅନ୍ୟପଟେ ବାବା ସିଦ୍ଦିକିଙ୍କ ହତ୍ୟା ପରେ କଡ଼ାକଡ଼ି ହେଲା ଅଭିନେତା ସଲମାନ ଖାନଙ୍କ ସୁରକ୍ଷା । ମୁମ୍ବାଇରେ ଥିବା ଅଭିନେତାଙ୍କ ଗାଲାକ୍ସି ଓ ଅନ୍ୟ ସମସ୍ତ ବାସଭବନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସୂଚନା ଅନୁସାରେ ସଲମାନଙ୍କ ସମସ୍ତ ସୁଟିଂ କିଛି ଦିନ ପାଇଁ ବନ୍ଦ ରଖାଯିବ ।  ଏହାସହ ପ୍ରଶଂସକଙ୍କୁ ଭେଟିବାକୁ ବାରଣ କରିଛି ମୁମ୍ବାଇ ପୁଲିସ । କୃଷ୍ଣସାର ମୃଗ ଶିକାର ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ବନ୍ଦ ଦେଇଆସୁଛି । ଏପରିକି ଜେଲରେ ଥାଇ ମଧ୍ୟ ଅଭିନେତା ଧମକ ଦେଉଥିବା ଯୋଗୁଁ ସଲମାନଙ୍କ ସୁରକ୍ଷା ପାଇଁ ଚିନ୍ତା ବଢ଼ିଛି । ଏଥିପାଇଁ ଅଭିନେତା ଆଗାମୀ କିଛି ଦିନ ପାଇଁ ସମସ୍ତ ସୁଟିଂ, ମିଟିଂ ବାତିଲ କରିବା ସହ ପ୍ରଂଶସକଙ୍କୁ ଭେଟିବେ ନାହିଁ ।