ଜେଲ୍‌ରୁ ଫେରି ଶଳା-ଭିଣୋଇ କରୁଥିଲେ ଲୁଟ୍‌, ଏବେ ପୋଲିସ ହାବୁଡ଼ରେ ପୁରା ଗ୍ୟାଙ୍ଗ

ଭୁବନେଶ୍ୱର ୨୨।୦୭ : ରାଜଧାନୀରୁ ପୁଣି ଚେନ୍‌ ଲୁଟେରା ଗିରଫ । ତିନି ଜଣ ଲୁଟେରାଙ୍କୁ ଗିରଫ୍ କରିଛି ଏୟାରପୋର୍ଟ ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୪ଟି ସୁନା ଚେନ୍‌, ୩ଟି ମୋବାଇଲ୍‌ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଖବର ଅନୁଯାୟୀ,  କିଛି ଦିନ ହେବ ରାଜଧାନୀରେ ଆତଙ୍କ ଖେଳାଇଥିଲେ ଚେନ୍‌ ଲୁଟେରା । ଏହି ଲୁଟେରାମାନଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଏହିକ୍ରମରେ ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ସେମାନଙ୍କ ନିକଟରୁ ୪ଟି ସୁନା ଚେନ୍‌, ୩ଟି ମୋବାଇଲ୍‌ ଏବଂ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶେକ ନିୟାମତ୍‌, ଗଣେଷ ପୂର୍ତ୍ତି ଏବଂ ଶଙ୍କର ଦାସ ବୋଲି ଜଣାପଡିଛି । ଗଣେଷ ଓ ଶଙ୍କର ଗତ ସାତ ମାସ ତଳେ ଚୌଦ୍ୱାର ଜେଲ୍‌ରୁ ୭ ବର୍ଷର ସଜା କାଟି ବାହାରିଥିଲେ । ଏବେ ପୁଣି ଥରେ ଲୁଟ୍‌ କେସ୍‌ରେ ଗିରଫ ହୋଇଛନ୍ତି । 

ଜେଲ୍‌ରୁ ଫେରି ଶଳା-ଭିଣୋଇ କରୁଥିଲେ ଲୁଟ୍‌, ଏବେ ପୋଲିସ ହାବୁଡ଼ରେ ପୁରା ଗ୍ୟାଙ୍ଗ

ଭୁବନେଶ୍ୱର ୨୨।୦୭ : ରାଜଧାନୀରୁ ପୁଣି ଚେନ୍‌ ଲୁଟେରା ଗିରଫ । ତିନି ଜଣ ଲୁଟେରାଙ୍କୁ ଗିରଫ୍ କରିଛି ଏୟାରପୋର୍ଟ ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୪ଟି ସୁନା ଚେନ୍‌, ୩ଟି ମୋବାଇଲ୍‌ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । 

ଖବର ଅନୁଯାୟୀ,  କିଛି ଦିନ ହେବ ରାଜଧାନୀରେ ଆତଙ୍କ ଖେଳାଇଥିଲେ ଚେନ୍‌ ଲୁଟେରା । ଏହି ଲୁଟେରାମାନଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଏହିକ୍ରମରେ ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ସେମାନଙ୍କ ନିକଟରୁ ୪ଟି ସୁନା ଚେନ୍‌, ୩ଟି ମୋବାଇଲ୍‌ ଏବଂ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶେକ ନିୟାମତ୍‌, ଗଣେଷ ପୂର୍ତ୍ତି ଏବଂ ଶଙ୍କର ଦାସ ବୋଲି ଜଣାପଡିଛି । ଗଣେଷ ଓ ଶଙ୍କର ଗତ ସାତ ମାସ ତଳେ ଚୌଦ୍ୱାର ଜେଲ୍‌ରୁ ୭ ବର୍ଷର ସଜା କାଟି ବାହାରିଥିଲେ । ଏବେ ପୁଣି ଥରେ ଲୁଟ୍‌ କେସ୍‌ରେ ଗିରଫ ହୋଇଛନ୍ତି ।