ମୁମ୍ବାଇର ସମ୍ମାନ ରଖିଲେ ତିଳକ-ଓ୍ଵଧେରା, ରାଜସ୍ଥାନ ଆଗରେ ୧୮୦ ରନ ଟାର୍ଗେଟ୍, ସନ୍ଦୀପଙ୍କୁ ୫ ଓ୍ଵିକେଟ୍
ଜୟପୁର: ସନ୍ଦୀପ ଶର୍ମାଙ୍କ ଘାତକ ବୋଲିଂ। ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ର ୩୮ତମ ମ୍ୟାଚ୍ରେ ବଡ଼ ସ୍କୋର କରିବାରେ ବିଫଳ ମୁମ୍ବାଇ ଇଣ୍ଡିଆନ୍ସ। ତେବେ ମୁମ୍ବାଇ ଇଣ୍ଡିଆନ୍ସର ସମ୍ମାନ ରଖିଛନ୍ତି ତିଳକ ବର୍ମା ଓ ନେହଲ ଓ୍ଵାଧେରା। ତିଳକଙ୍କ ୬୫ ରନ ଓ ନେହଲ ଓ୍ଵାଧେରାଙ୍କ ୪୯ ରନ ବଳରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୭୯ ରନ କରି ପାରିଛି। ରାଜସ୍ଥାନ ସମ୍ମୁଖରେ ରହିଛି ୧୮୦ ରନର ବିଜୟ ଲକ୍ଷ୍ୟ। ଶେଷ ଦୁଇ ଓଭରରେ ମୁମ୍ବାଇ ମାତ୍ର ୯ ରନ କରି ୪ ଓ୍ଵିକେଟ୍ ହରାଇବାରୁ ୨୦୦ ଛୁଇଁ ପାରିନି ମୁମ୍ବାଇ। ସନ୍ଦୀପ ଶର୍ମା ନିଜର ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ମାତ୍ର ୧୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମୁକାବିଲା ରାଜସ୍ଥାନ ଅପେକ୍ଷା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜରୁରୀ। Also read: ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କଲେ ସୁରେନ୍ଦ୍ର ଭାବେଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ପ୍ରଥମ ଓଭରରେ ରୋହିତ ଶର୍ମା(୫) ଆଉଟ୍ ହୋଇଥିଲେ। ଇଶାନ କିଶନ ଖାତା ଖୋଲି ପାରି ନ ଥିଲେ। ସୂର୍ଯ୍ୟକୁମାର ଯାଦବ(୧୦) ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୨୦ ରନରେ ୩ ଓ୍ଵିକେଟ୍ ହରାଇବା ପରେ ତିଳକ ଓ ନବି ୪ର୍ଥ ଓ୍ଵିକେଟ୍ ପାଇଁ ୩୨ ରନ ଯୋଡ଼ିଥିଲେ। ନବି ୨୩ ରନ କରି ଆଉଟ୍ ହୋଇଥିଲେ। ୫୨ ରନରେ ୪ ଓ୍ଵିକେଟ୍ ହ
ଜୟପୁର: ସନ୍ଦୀପ ଶର୍ମାଙ୍କ ଘାତକ ବୋଲିଂ। ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ର ୩୮ତମ ମ୍ୟାଚ୍ରେ ବଡ଼ ସ୍କୋର କରିବାରେ ବିଫଳ ମୁମ୍ବାଇ ଇଣ୍ଡିଆନ୍ସ। ତେବେ ମୁମ୍ବାଇ ଇଣ୍ଡିଆନ୍ସର ସମ୍ମାନ ରଖିଛନ୍ତି ତିଳକ ବର୍ମା ଓ ନେହଲ ଓ୍ଵାଧେରା। ତିଳକଙ୍କ ୬୫ ରନ ଓ ନେହଲ ଓ୍ଵାଧେରାଙ୍କ ୪୯ ରନ ବଳରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୭୯ ରନ କରି ପାରିଛି। ରାଜସ୍ଥାନ ସମ୍ମୁଖରେ ରହିଛି ୧୮୦ ରନର ବିଜୟ ଲକ୍ଷ୍ୟ। ଶେଷ ଦୁଇ ଓଭରରେ ମୁମ୍ବାଇ ମାତ୍ର ୯ ରନ କରି ୪ ଓ୍ଵିକେଟ୍ ହରାଇବାରୁ ୨୦୦ ଛୁଇଁ ପାରିନି ମୁମ୍ବାଇ। ସନ୍ଦୀପ ଶର୍ମା ନିଜର ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ମାତ୍ର ୧୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମୁକାବିଲା ରାଜସ୍ଥାନ ଅପେକ୍ଷା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜରୁରୀ।
Also read: ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କଲେ ସୁରେନ୍ଦ୍ର ଭାବେ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ପ୍ରଥମ ଓଭରରେ ରୋହିତ ଶର୍ମା(୫) ଆଉଟ୍ ହୋଇଥିଲେ। ଇଶାନ କିଶନ ଖାତା ଖୋଲି ପାରି ନ ଥିଲେ। ସୂର୍ଯ୍ୟକୁମାର ଯାଦବ(୧୦) ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୨୦ ରନରେ ୩ ଓ୍ଵିକେଟ୍ ହରାଇବା ପରେ ତିଳକ ଓ ନବି ୪ର୍ଥ ଓ୍ଵିକେଟ୍ ପାଇଁ ୩୨ ରନ ଯୋଡ଼ିଥିଲେ। ନବି ୨୩ ରନ କରି ଆଉଟ୍ ହୋଇଥିଲେ। ୫୨ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ମୁମ୍ବାଇ ଇଣ୍ଡିଆନ୍ସର ଇନିଂସ ସମ୍ଭାଳିଥିଲେ ତିଳକ ବର୍ମା ଓ ନେହଲ ଓ୍ଵଧେରା। ଉଭୟ ପ୍ରଥମେ ସଂଯମର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଉଭୟ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୯୯ ରନ ଯୋଡ଼ି ମୁକାବିଲାରେ ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହିକ୍ରମରେ ତିଳକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ଓ୍ଵଧେରା ୨୪ ବଲରୁ ୩ ଚୌକା ଓ ୪ ଛକା ସହ ୪୯ ରନ କରି ଆଉଟ୍ ହୋଇଥିଲେ।
ସନ୍ଦୀପ ଶର୍ମା ଘାତକ ବୋଲିଂ କରିବାରୁ ଶେଷ ଆଡ଼କୁ ମୁମ୍ବାଇ ଆଣ୍ଠେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା(୧୦) ପୁଣି ନିରାଶ କରିଥିଲେ। ତିଳକ ୪୫ ବଲରୁ ୬୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଟିମ୍ ଡେଭିଡ(୩) ମଧ୍ୟ ନିରାଶ କରିଥିଲେ। ଶେଷରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୭୯ ରନରେ ଅଟକିଛି। ଶେଷ ଦୁଇ ଓଭରରେ ମୁମ୍ବାଇ ମାତ୍ର ୯ ରନ କରି ୪ ଓ୍ଵିକେଟ୍ ହରାଇବାରୁ ୨୦୦ ଛୁଇଁ ପାରିନି ମୁମ୍ବାଇ। ସନ୍ଦୀପ ଶର୍ମା ନିଜର ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ମାତ୍ର ୧୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ଟ୍ରେଣ୍ଟ ବୋଲ୍ଟ ୨ଟି ଓ୍ଵିକେଟ୍ ନେଇଥିଲେ।