ବାଇକ୍ ଦୁର୍ଘଟଣାରେ ବାପା-ଝିଅ ମୃତ, ୭ ଗୁରୁତର
ବୌଦ୍ଧ: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ବାପା-ଝିଅଙ୍କ ମୃତ୍ୟୁ। ଦୁର୍ଘଟଣାରେ ୭ ଗୁରୁତର। ମୃତକ ହେଲେ ଚରିଆପାଲି ଗାଁର ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କର ୮ ବର୍ଷର ଝିଅ ଲିପ୍ସା ମଲ୍ଲିକ୍। ଘଟଣା ଘଟିଛି ବୌଦ୍ଧ ଥାନା ଗୋନ୍ଦିସର୍ ନିକଟରେ।ସୂଚନା ଅନସୁାରେ, ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁର ଗଜେନ୍ଦ୍ର ମଲ୍ଲିକ ଏକ ବିବାହ ଭୋଜିରେ ଯୋଗଦେଇ ପରିବାର ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଗଜେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ସହ ତିନି ଝିଅ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେହିଭଳି ଅନ୍ୟ ଏକ ବାଇକରେ ଥିବା ୪ଜଣ ମଧ୍ୟ ରାସ୍ତାରେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଗଜେନ୍ଦ୍ର ଓ ତାଙ୍କର ୮ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଗୁରୁତର ମାନଙ୍କର ଚିକିତ୍ସା ଚାଲିଛି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
ବୌଦ୍ଧ: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ବାପା-ଝିଅଙ୍କ ମୃତ୍ୟୁ। ଦୁର୍ଘଟଣାରେ ୭ ଗୁରୁତର। ମୃତକ ହେଲେ ଚରିଆପାଲି ଗାଁର ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କର ୮ ବର୍ଷର ଝିଅ ଲିପ୍ସା ମଲ୍ଲିକ୍। ଘଟଣା ଘଟିଛି ବୌଦ୍ଧ ଥାନା ଗୋନ୍ଦିସର୍ ନିକଟରେ।
ସୂଚନା ଅନସୁାରେ, ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁର ଗଜେନ୍ଦ୍ର ମଲ୍ଲିକ ଏକ ବିବାହ ଭୋଜିରେ ଯୋଗଦେଇ ପରିବାର ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ଗଜେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ସହ ତିନି ଝିଅ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେହିଭଳି ଅନ୍ୟ ଏକ ବାଇକରେ ଥିବା ୪ଜଣ ମଧ୍ୟ ରାସ୍ତାରେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଗଜେନ୍ଦ୍ର ଓ ତାଙ୍କର ୮ ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଗୁରୁତର ମାନଙ୍କର ଚିକିତ୍ସା ଚାଲିଛି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।