ମୁମ୍ବାଇରୁ ଜର୍ମାନୀ ଯାଉଥିବା ବିମାନରେ ବୋମା! ତୁର୍କୀରେ ଜରୁରୀ ଅବତରଣ କଲା ବିସ୍ତାର ଫ୍ଲାଇଟ୍

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ସନ୍ଦେହରେ ତୁର୍କୀର ଏର୍ଜୁରୁମ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିସ୍ତାର ବୋଇଂ ୭୮୭ ୟୁକେ ୨୭ ବିମାନ। ଏହି ବିମାନଟି ମୁମ୍ବାଇରୁ ଜର୍ମାନୀର ଫ୍ରାଙ୍କଫର୍ଟ ଯାଉଥିଲା। ହେଲେ ଟୟଲେଟରୁ ମିଳିଥିବା ଏକ ଟିସୁ ପେପରରେ ବିମାନରେ ବୋମା ଥିବା ଲେଖାଯାଇଥିଲା। ଏହି ମେସେଜ୍ ମିଳିବା ପରେ ଶୁକ୍ରବାର ବିମାନର ଗତିପଥ ପରିବର୍ତ୍ତନ କରି ତୁର୍କୀରେ ଅବତରଣ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ବିମାନରେ ୨୪୭ ଜଣ ଯାତ୍ରୀ ଥିବା ବେଳେ ୧୧ ଜଣ କ୍ରୁ ମେମ୍ବର ଥିଲେ। ସମସ୍ତେ ତୁର୍କୀରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଏହାପରେ ସମସ୍ତଙ୍କୁ ତନ୍ନ ତନ୍ନ କରି ଚେକ୍ କରାଯାଇଥିଲା। ଘଟଣା ନେଇ ବିସ୍ତାରା ପ୍ରବକ୍ତା କହିଛନ୍ତି ଯେ ବିମାନଟି ୨୦୨୪ ସେପ୍ଟେମ୍ବର ୬ ତାରିଖରେ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଏହାର ଗତିପଥ ପରିବର୍ତ୍ତନ କରି ତୁର୍କୀର ଏର୍ଜୁରମ୍ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ସମ୍ପର୍କିତ ସୁରକ୍ଷା ଏଜେନ୍ସି ସହିତ ଯୋଗାଯୋଗ କରିବାରୁ ଭଲଭାବରେ ଚେକ୍ କରାଯାଇଥିଲା। ଯଦିବା ଏପର୍ଯ୍ୟନ୍ତ କୌଣସି ବୋମା ମିଳିନି,ତେବେ ଯାଞ୍ଚ ଜାରି ରହିଛି। ଯଦିଏ ଏହା ଗୁଜବ ପ୍ରମାଣିତ ହୁଏ ତେବେ ବିମାନ ପୁଣିଥରେ ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରିବ ବୋଲି ବିସ୍ତାର ପ୍ରବକ୍ତା କହିଛନ୍ତି।  

ମୁମ୍ବାଇରୁ ଜର୍ମାନୀ ଯାଉଥିବା ବିମାନରେ ବୋମା! ତୁର୍କୀରେ ଜରୁରୀ ଅବତରଣ କଲା ବିସ୍ତାର ଫ୍ଲାଇଟ୍

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ସନ୍ଦେହରେ ତୁର୍କୀର ଏର୍ଜୁରୁମ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିସ୍ତାର ବୋଇଂ ୭୮୭ ୟୁକେ ୨୭ ବିମାନ। ଏହି ବିମାନଟି ମୁମ୍ବାଇରୁ ଜର୍ମାନୀର ଫ୍ରାଙ୍କଫର୍ଟ ଯାଉଥିଲା। ହେଲେ ଟୟଲେଟରୁ ମିଳିଥିବା ଏକ ଟିସୁ ପେପରରେ ବିମାନରେ ବୋମା ଥିବା ଲେଖାଯାଇଥିଲା। ଏହି ମେସେଜ୍ ମିଳିବା ପରେ ଶୁକ୍ରବାର ବିମାନର ଗତିପଥ ପରିବର୍ତ୍ତନ କରି ତୁର୍କୀରେ ଅବତରଣ କରାଯାଇଥିଲା। 

ମିଳିଥିବା ସୂଚନା ଅନୁସାରେ, ବିମାନରେ ୨୪୭ ଜଣ ଯାତ୍ରୀ ଥିବା ବେଳେ ୧୧ ଜଣ କ୍ରୁ ମେମ୍ବର ଥିଲେ। ସମସ୍ତେ ତୁର୍କୀରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଏହାପରେ ସମସ୍ତଙ୍କୁ ତନ୍ନ ତନ୍ନ କରି ଚେକ୍ କରାଯାଇଥିଲା। 

ଘଟଣା ନେଇ ବିସ୍ତାରା ପ୍ରବକ୍ତା କହିଛନ୍ତି ଯେ ବିମାନଟି ୨୦୨୪ ସେପ୍ଟେମ୍ବର ୬ ତାରିଖରେ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଏହାର ଗତିପଥ ପରିବର୍ତ୍ତନ କରି ତୁର୍କୀର ଏର୍ଜୁରମ୍ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ସମ୍ପର୍କିତ ସୁରକ୍ଷା ଏଜେନ୍ସି ସହିତ ଯୋଗାଯୋଗ କରିବାରୁ ଭଲଭାବରେ ଚେକ୍ କରାଯାଇଥିଲା। 

ଯଦିବା ଏପର୍ଯ୍ୟନ୍ତ କୌଣସି ବୋମା ମିଳିନି,ତେବେ ଯାଞ୍ଚ ଜାରି ରହିଛି। ଯଦିଏ ଏହା ଗୁଜବ ପ୍ରମାଣିତ ହୁଏ ତେବେ ବିମାନ ପୁଣିଥରେ ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରିବ ବୋଲି ବିସ୍ତାର ପ୍ରବକ୍ତା କହିଛନ୍ତି।