ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଶୁକ୍ରବାର ବୋରିଭାଲି ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ମୃତକ ହେଲେ ରାଜେନ୍ଦ୍ର ଭାସ୍କର ସେଠୀ (୪୩)। ଗ୍ରାମର ବାୟା ସେଠୀଙ୍କ ପୁଅ ରାଜେନ୍ଦ୍ର ମୁମ୍ବାଇ ସହରର କସ୍ତୁରବା ମାର୍ଗ, ଥାନା ଦୌଲତ ନଗର ବୋରିଭାଲିର ଜୀବନଶୋଭା ନାମକ ଏକ ବିଲ୍ଡର୍ସ କମ୍ପାନୀରେ ଶ୍ରମିକ ଭାବେ କାମ […] The post ମୁମ୍ବାଇରେ ଓଡିଆ ଶ୍ରମିକ ମୃତ appeared first on Dharitri Odia News.

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଶୁକ୍ରବାର ବୋରିଭାଲି ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ମୃତକ ହେଲେ ରାଜେନ୍ଦ୍ର ଭାସ୍କର ସେଠୀ (୪୩)। ଗ୍ରାମର ବାୟା ସେଠୀଙ୍କ ପୁଅ ରାଜେନ୍ଦ୍ର ମୁମ୍ବାଇ ସହରର କସ୍ତୁରବା ମାର୍ଗ, ଥାନା ଦୌଲତ ନଗର ବୋରିଭାଲିର ଜୀବନଶୋଭା ନାମକ ଏକ ବିଲ୍ଡର୍ସ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେ ୨ ମାସ ତଳେ ଗ୍ରାମକୁ ଆସି ଅଳ୍ପଦିନ ପରିବାର ସହ ବିତାଇ ପୁଣି ମୁମ୍ବାଇ ଫେରି ଯାଇଥିଲେ। ତାଙ୍କର ସ୍ତ୍ରୀ, ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।
ଗୁରୁବାର ସକାଳୁ ରାଜେନ୍ଦ୍ର ହଠାତ୍‌ ଅଚେତ ଅବସ୍ଥାରେ କମ୍ପାନୀରେ ପଡ଼ି ରହିଥିବା ଦେଖି ଅନ୍ୟ କର୍ମଚାରୀମାନେ ମାଲିକଙ୍କୁ ଜଣାଇ ତାଙ୍କୁ ନିକଟସ୍ଥ ବୋରିଭାଲି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅର୍ଥାଭାବ ଯୋଗୁ ପରିବାର ଲୋକେ ମୁମ୍ବାଇ ଯାଇପାରିନାହାନ୍ତି। କମ୍ପାନୀ ମାଲିକ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଆଲୋଚନା କରି ସେଠାରେ ରାଜେନ୍ଦ୍ରଙ୍କ ମୃତଦେହ ସଂସ୍କାର କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ସରପଞ୍ଚ ଦୀନବନ୍ଧୁ ସେଠୀ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତିି।

The post ମୁମ୍ବାଇରେ ଓଡିଆ ଶ୍ରମିକ ମୃତ appeared first on Dharitri Odia News.