ମୁମ୍ଵାଇରେ ଭୟଙ୍କର ଦୁର୍ଘଟଣା , ପାଣି ଟ୍ୟାଙ୍କର-କାର ଧକ୍କାରେ ୩ ମୃତ

ମୁମ୍ଵାଇ ୦୨।୦୯: ମୁମ୍ଵାଇର ଚେମ୍ଵରରେ ଭୟଙ୍କର ଦୁର୍ଘଟଣା । ରବିବାର ଦିନରାସ୍ତାରେ ଅଟକି ରହିଥିବା ଏକ ପାଣି ଟ୍ୟାଙ୍କର ସହିତ ଧକ୍କା ହେବା ପରେ କାରଟି ଓଲଟି ପଡିଥିଲା । ଏଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ପୋଲିସ ଏହି ସୂଚନା ଦେଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଅପରାହ୍ନରେ ଘଟିଛି। ସେ କହିଛନ୍ତି ଯେ କାରର ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲା । ଯେଉଁଥିପାଇଁ ଗାଡିଟି ଧକ୍କା ହେବା ସହ ରାସ୍ତାରେ ଓଲଟି ପଡିଥିଲା।ଅଧିକାରୀ କହିଛନ୍ତି ଯେ ମୃତ ତଥା ଆହତ ବ୍ୟକ୍ତି ସାଙ୍ଗ ଥିଲେ। ସେ କହିଛନ୍ତି ଯେ ମୃତକଙ୍କ ନାମ ହରିଚନ୍ଦନ ଦିଲୀପ ଦାସ (୨୩), ପ୍ରମୋଦ ଶଙ୍କର ପ୍ରସାଦ (୩୫) ଏବଂ ହୁସେନ୍ ଶେଖ (୪୦) ବୋଲି ଜଣାପଡିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ଜାଭେଦ ଖାନ (୩୦) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି। ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ମୁମ୍ଵାଇରେ ଭୟଙ୍କର ଦୁର୍ଘଟଣା , ପାଣି ଟ୍ୟାଙ୍କର-କାର ଧକ୍କାରେ ୩ ମୃତ

ମୁମ୍ଵାଇ ୦୨।୦୯: ମୁମ୍ଵାଇର ଚେମ୍ଵରରେ ଭୟଙ୍କର ଦୁର୍ଘଟଣା । ରବିବାର ଦିନରାସ୍ତାରେ ଅଟକି ରହିଥିବା ଏକ ପାଣି ଟ୍ୟାଙ୍କର ସହିତ ଧକ୍କା ହେବା ପରେ କାରଟି ଓଲଟି ପଡିଥିଲା । ଏଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ପୋଲିସ ଏହି ସୂଚନା ଦେଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଅପରାହ୍ନରେ ଘଟିଛି। ସେ କହିଛନ୍ତି ଯେ କାରର ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲା । ଯେଉଁଥିପାଇଁ ଗାଡିଟି ଧକ୍କା ହେବା ସହ ରାସ୍ତାରେ ଓଲଟି ପଡିଥିଲା।

ଅଧିକାରୀ କହିଛନ୍ତି ଯେ ମୃତ ତଥା ଆହତ ବ୍ୟକ୍ତି ସାଙ୍ଗ ଥିଲେ। ସେ କହିଛନ୍ତି ଯେ ମୃତକଙ୍କ ନାମ ହରିଚନ୍ଦନ ଦିଲୀପ ଦାସ (୨୩), ପ୍ରମୋଦ ଶଙ୍କର ପ୍ରସାଦ (୩୫) ଏବଂ ହୁସେନ୍ ଶେଖ (୪୦) ବୋଲି ଜଣାପଡିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ଜାଭେଦ ଖାନ (୩୦) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି। ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।