ମଟନ ପାର୍ଟି ଦେବେ ରାହୁଲ,ପ୍ରିୟଙ୍କା କରିବେ ରୋଷେଇ; ଜାଣନ୍ତୁ କିଏ ହେବେ ସ୍ବତନ୍ତ୍ର ଅତିଥି
ପାଟନା,୨୯।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେବେ ମଟନ ପାର୍ଟି। ଏଥିରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରେଷେୟା ସାଜିବେ। ନିର୍ବାଚନ ପ୍ରଚାର ସମୟରେ ବିହାରରେ ପହଞ୍ଚିଥିବା ବେଳେ ଏଭଳି କିଛି ଖୁଆଇ ଆପ୍ୟାୟିତ କରିବେ ବୋଲି କହିଛନ୍ତି ରାହୁଲ। ଏଥିରେ ତାଙ୍କର ଅତିଥି ସାଜିବେ ଲାଲୁ ଯାଦବଙ୍କ ପରିବାର। ବିହାର ଗସ୍ତରେ ଥିବା ରାହୁଲ ଲାଲୁ ଯାଦବଙ୍କ ଘରକୁ ଯାଇଥିଲେ। ତାଙ୍କୁ ଆର୍ଜେଡି ନେତା ତେଜସ୍ବୀ ଯାଦବ ମଟନ ଭାତ ଖୁଆଇଥିଲେ। ଏହି ଅବସରରେ ଦୁଇ ନେତାଙ୍କ […] The post ମଟନ ପାର୍ଟି ଦେବେ ରାହୁଲ,ପ୍ରିୟଙ୍କା କରିବେ ରୋଷେଇ; ଜାଣନ୍ତୁ କିଏ ହେବେ ସ୍ବତନ୍ତ୍ର ଅତିଥି appeared first on Dharitri Odia News.
ପାଟନା,୨୯।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେବେ ମଟନ ପାର୍ଟି। ଏଥିରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରେଷେୟା ସାଜିବେ। ନିର୍ବାଚନ ପ୍ରଚାର ସମୟରେ ବିହାରରେ ପହଞ୍ଚିଥିବା ବେଳେ ଏଭଳି କିଛି ଖୁଆଇ ଆପ୍ୟାୟିତ କରିବେ ବୋଲି କହିଛନ୍ତି ରାହୁଲ। ଏଥିରେ ତାଙ୍କର ଅତିଥି ସାଜିବେ ଲାଲୁ ଯାଦବଙ୍କ ପରିବାର।
ବିହାର ଗସ୍ତରେ ଥିବା ରାହୁଲ ଲାଲୁ ଯାଦବଙ୍କ ଘରକୁ ଯାଇଥିଲେ। ତାଙ୍କୁ ଆର୍ଜେଡି ନେତା ତେଜସ୍ବୀ ଯାଦବ ମଟନ ଭାତ ଖୁଆଇଥିଲେ। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ପାର୍ଟିରେ ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ, ରାଜ୍ୟ ସଭା ଏମ୍ପି ସଞ୍ଜୟ ଯାଦବ, ବିଆଇପି ପ୍ରମୁଖ ମୁକେଶ ସାହନି, ସିପିଆଇ(ଏମ୍ଏଲ୍) ନେତା ଦିପାଙ୍କର ଭଟ୍ଟାଚାର୍ଯ୍ୟ ସାମିଲ ହୋଇଥିଲେ। ଏହି ସମୟରେ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା।
ଭିଡିଓରେ ରାହୁଲ ଯେତେବେଳେ ବିହାରରେ କ’ଣ ହେବ ବୋଲି ପଚାରିଥିଲେ, ତେଜସ୍ବୀ ଜବାବ ଦେଇଥିଲେ ଯେ ପରିଣାମ ଚମକାଇବା ଭଳି ହେବ। ଏହାପରେ ମିସା ଭାରତୀ ବିରୋଧୀ ଦଳ ସରକାର ଗଢ଼ିଲେ ପ୍ରଥମେ ଅଗ୍ନିବୀର ଯୋଜନାକୁ ହଟାଇ ଦେବେ ବୋଲି ପରାମର୍ଶ ଦେଇଥିଲେ।
ଏହି ସମୟରେ ରାହୁଲ ନିଜେ ଦୁଇଥର ଲାଲୁଙ୍କ ଘରେ ମଟନ ଖାଇଥିବା ସ୍ବିକାର କରିଥିଲେ। ତେବେ ଏଥର ପ୍ରିୟଙ୍କାଙ୍କ ହାତ ତିଆରି ମଟନ ପାର୍ଟି ଲାଗି ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ବୋଲି ସେ କହିଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେଉଛି।
भारतीय जनता पार्टी को भारतीय जनता पस्त कर रही है। Video Courtesy- @RahulGandhi Ji pic.twitter.com/qenxaZIRvd
— Tejashwi Yadav (@yadavtejashwi) May 28, 2024
The post ମଟନ ପାର୍ଟି ଦେବେ ରାହୁଲ,ପ୍ରିୟଙ୍କା କରିବେ ରୋଷେଇ; ଜାଣନ୍ତୁ କିଏ ହେବେ ସ୍ବତନ୍ତ୍ର ଅତିଥି appeared first on Dharitri Odia News.