ମୁସଲମାନ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ହିନ୍ଦୁ ଭଉଣୀ, ରକ୍ଷାବନ୍ଧନରେ ନିଆରା ଦୃଶ୍ୟ
ସାଲେପୁର: ଭାଇ ଭଉଣୀ ମଧ୍ୟରେ ଅନାବିଳ ସ୍ନେହ, ମମତାର ସମ୍ପର୍କକୁ ସୂଚାଇଥାଏ ପବିତ୍ର ରକ୍ଷାବନ୍ଧନ ପର୍ବ । ଏହି ଦିନ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ପବିତ୍ର ସୂତାଖିଅ, ରାକ୍ଷୀ । ପ୍ରତି ବଦଳରେ ଭାଇ ଦେଇଥାଏ ତା’ ସୁରକ୍ଷାର ପ୍ରତିଶ୍ରୁତି। ତେବେ ଏହି ପବିତ୍ର ଅବସରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ରକ୍ଷାବନ୍ଧନ ଅବସରରେ ଆମ ହିନ୍ଦୁ ଭଉଣୀମାନେ ବାନ୍ଧିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଙ୍କ ହାତରେ ରାକ୍ଷୀ।ଏଭଳି କିଛି ଭଲ ଖବର ଆସିଛି କଟକ ଜିଲ୍ଲା ନାନ୍ଦୋଳ ପଞ୍ଚାୟତର ଭାତପଡ଼ା ଗାଁରୁ । ଗାଁର ଝିଅ ଓ ମହିଳା ମାନେ ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠ ଖୁଆଇଥିଲେ। ଖାଲି ସେତିକି ନୁହେଁ ସେମାନେ ପରିବେଶ ସୁରକ୍ଷା ପାଇଁ ଗଛରେ ରଖିବାନ୍ଧି ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। ମୁସଲମାନ ଭଉଣୀମାନେ ମଧ୍ୟ ଏହି ଅବସରରେ ହିନ୍ଦୁ ଭାଇମାନଙ୍କ ହାତରେ ରାକ୍ଷୀ ବନ୍ଧିଥିଲେ। ରକ୍ଷାବନ୍ଧନ ପର୍ବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ନାନ୍ଦୋଳ ପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ ତଥା ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟର ମାନ୍ୟଗଣ୍ୟ ବକ୍ତିମାନେ ଉପସ୍ଥିତ ଥିଲେ। ଆଉ ଏହି ଦୃଶ୍ୟ ପ୍ରମାଣିତ କରିଛି କେବଳ ଗୋଟିଏ ମାଆ ପେଟର ଭଉଣୀ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧେ ତାହା ନୁହେଁ। ସବୁ ସଂପ୍ରଦାୟର ସମ୍ମାନ କରିବା ଜାଣିଛନ୍ତି ଆମ ହିନ୍ଦୁ ଭଉଣୀମାନେ ।
ସାଲେପୁର: ଭାଇ ଭଉଣୀ ମଧ୍ୟରେ ଅନାବିଳ ସ୍ନେହ, ମମତାର ସମ୍ପର୍କକୁ ସୂଚାଇଥାଏ ପବିତ୍ର ରକ୍ଷାବନ୍ଧନ ପର୍ବ । ଏହି ଦିନ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ପବିତ୍ର ସୂତାଖିଅ, ରାକ୍ଷୀ । ପ୍ରତି ବଦଳରେ ଭାଇ ଦେଇଥାଏ ତା’ ସୁରକ୍ଷାର ପ୍ରତିଶ୍ରୁତି। ତେବେ ଏହି ପବିତ୍ର ଅବସରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ରକ୍ଷାବନ୍ଧନ ଅବସରରେ ଆମ ହିନ୍ଦୁ ଭଉଣୀମାନେ ବାନ୍ଧିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଙ୍କ ହାତରେ ରାକ୍ଷୀ।

ଏଭଳି କିଛି ଭଲ ଖବର ଆସିଛି କଟକ ଜିଲ୍ଲା ନାନ୍ଦୋଳ ପଞ୍ଚାୟତର ଭାତପଡ଼ା ଗାଁରୁ । ଗାଁର ଝିଅ ଓ ମହିଳା ମାନେ ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠ ଖୁଆଇଥିଲେ। ଖାଲି ସେତିକି ନୁହେଁ ସେମାନେ ପରିବେଶ ସୁରକ୍ଷା ପାଇଁ ଗଛରେ ରଖିବାନ୍ଧି ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। ମୁସଲମାନ ଭଉଣୀମାନେ ମଧ୍ୟ ଏହି ଅବସରରେ ହିନ୍ଦୁ ଭାଇମାନଙ୍କ ହାତରେ ରାକ୍ଷୀ ବନ୍ଧିଥିଲେ।

ରକ୍ଷାବନ୍ଧନ ପର୍ବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ନାନ୍ଦୋଳ ପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ ତଥା ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟର ମାନ୍ୟଗଣ୍ୟ ବକ୍ତିମାନେ ଉପସ୍ଥିତ ଥିଲେ। ଆଉ ଏହି ଦୃଶ୍ୟ ପ୍ରମାଣିତ କରିଛି କେବଳ ଗୋଟିଏ ମାଆ ପେଟର ଭଉଣୀ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧେ ତାହା ନୁହେଁ। ସବୁ ସଂପ୍ରଦାୟର ସମ୍ମାନ କରିବା ଜାଣିଛନ୍ତି ଆମ ହିନ୍ଦୁ ଭଉଣୀମାନେ ।