ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ…

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):କିଛିଦିନ ତଲେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି […] The post ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ… appeared first on Dharitri Odia News.

ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ…

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):କିଛିଦିନ ତଲେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ପ୍ରମୁଖ ସୁଜିତ୍‌ କୁମାରଙ୍କୁ ସ୍ବାଗତ ଜଣାଇଛନ୍ତି। ମନମୋହନ କହିଛନ୍ତି, ସୁଜିତ୍‌ କୁମାର ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଜଣେ ପ୍ରତିଭାବାନ୍‌ ଓ କର୍ମଠ ବ୍ୟକ୍ତି। ସୁଜିତ୍‌ କୁମାର କହିଛନ୍ତି, ବିକଶିତ ଓଡ଼ିଶା ଏବଂ ବିଶେଷ ଭାବେ କଳାହାଣ୍ଡି ଜିଲାର ସାମଗ୍ରିକ ବିକାଶ ମୋର ପ୍ରାଥମିକତା। ରାଜ୍ୟବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ଭାଜପାକୁ ଧନ୍ୟବାଦ ଦେବା ସହ ଓଡ଼ିଶାର ପ୍ରଗତି ପାଇଁ ଦଳର ସାଧାରଣ କାର୍ଯ୍ୟକର୍ତ୍ତା ଭାବେ କାମ କରିବି ବୋଲି ସେ କହିଛନ୍ତି।

The post ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ… appeared first on Dharitri Odia News.