ମୂର୍ଶୁଣ୍ଢି ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ l ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ମଶାଲ ନେଇ ଖେଳପଡିଆ ରେ ସ୍ଥାପନ କରାଯାଇଥିଲା l ଶନିବାର ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ କର୍ମୀଙ୍କ ସଭାପତିତ୍ୱରେ […] The post ମୂର୍ଶୁଣ୍ଢି ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ appeared first on Odisha.News.

ମୂର୍ଶୁଣ୍ଢି ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ l ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ମଶାଲ ନେଇ ଖେଳପଡିଆ ରେ ସ୍ଥାପନ କରାଯାଇଥିଲା l ଶନିବାର ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ଯୋଗଦେଇ ଥିଲେ I ମୁଖ୍ୟ ବକ୍ତା ଭାବେ ବଲାଙ୍ଗୀର ପୁଲିସ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କିଶୋର କୁମାର ଡାଙ୍ଗ ଯୋଗଦେଇ ଶାରୀରିକ ଶିକ୍ଷା ବା ଖେଳ ର ଉପାଦେୟତା ଓ ଏହାର ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଶାରୀରିକ ଭାବରେ ନିଜକୁ ଫିଟ ରଖିବାକୁ ଉପଦେଶ ଦେଇଥିଲି l ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ାରେ ଲମ୍ବଡିଆଁ , ଉଚ୍ଚ ଡିଆଁ , ସଟଫୁଟ , ବେଲେନ୍ସରେସ , ମ୍ୟୁଜିକ ଚେୟାର , ଡିସ୍କକସ୍ ଥ୍ରୋ , ୧୦୦ ମିଟର ଓ ୨୦୦ମିଟର ଦୌଡ଼ ପ୍ରତିଯୋଗିତା ହୋଇଥିଲା l ଜୁନିୟର , ସବ ଜୁନିୟର , ସିନିୟର ବର୍ଗ ରେ ଭାଗ କରାଯାଇଥିଲା l ଜୁନିୟର ରେ ବୁଧୁରାମ ବାଘ , ଶରତ ରାଉତ ଓ ଶୁଭଶ୍ରୀ ପାତ୍ର ଏବଂ ସିନିୟର ରେ ସ୍ଵାଗତିକା ଖୁଡିଆ , ବିବ୍ୟଜତି ସେଠି ଓ ଜ୍ୟୋସ୍ନାମୟୀ ଗର୍ଡିଆ ପ୍ରମୁଖ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ l ସମୁଦାୟ ୮୦ ଜଣ ପ୍ରତିଯୋଗୀ ଙ୍କୁ ବିଜେତା ପଦକ ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଶିକ୍ଷକ ନୀଳାମ୍ବର ମେହେର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀକାନ୍ତ କୁମାର ନାଏକ ବିବରଣୀ ପଠନ କରିଥିଲେ l ସମସ୍ତ କାର୍ଯ୍ୟ ରେ ଶିକ୍ଷକ ସଛୀତାନନ୍ଦ ବରିହା , ଜଗନ୍ନାଥ ମେହେର ଶିକ୍ଷୟତ୍ରୀ ମିତା ରାଣୀ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

The post ମୂର୍ଶୁଣ୍ଢି ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ appeared first on Odisha.News.