ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର
ପାଟଣା,୧୯।୧୧(ବୀର କିଶୋର ଦାଶ): ପଶୁ ହେଉ କି ମଣିଷ, ମା’ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ରାସ୍ତାରେ ଦେଖିବାକୁ ମିଳିଛି। ଏଠାରେ ଅଜଣା ବାଇକ ଧକ୍କାରେ ଏକ ବୁଲା କୁକୁର ଛୁଆର ମୃତ୍ୟୁ ଘଟିଥିଲା। ଏହାପରେ ମୃତ କୁକୁର ନିକଟରେ ଦୀର୍ଘ ୨୬ ଘଣ୍ଟା ଧରି ଅପଲକ ଅଶ୍ରୁଳ ନୟନରେ ଜଗି ରହିଥିଲା ତା ମା’। ହାଡଥରା ଶୀତ କାକରରେ ମା’ କୁକୁର ମୃତ ଛୁଆକୁ […] The post ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର appeared first on Dharitri Odia News.
ପାଟଣା,୧୯।୧୧(ବୀର କିଶୋର ଦାଶ): ପଶୁ ହେଉ କି ମଣିଷ, ମା’ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ରାସ୍ତାରେ ଦେଖିବାକୁ ମିଳିଛି। ଏଠାରେ ଅଜଣା ବାଇକ ଧକ୍କାରେ ଏକ ବୁଲା କୁକୁର ଛୁଆର ମୃତ୍ୟୁ ଘଟିଥିଲା। ଏହାପରେ ମୃତ କୁକୁର ନିକଟରେ ଦୀର୍ଘ ୨୬ ଘଣ୍ଟା ଧରି ଅପଲକ ଅଶ୍ରୁଳ ନୟନରେ ଜଗି ରହିଥିଲା ତା ମା’।
ହାଡଥରା ଶୀତ କାକରରେ ମା’ କୁକୁର ମୃତ ଛୁଆକୁ ସାରା ରାତି ଜଗି ରହିଥିଲା। ସୋମବାରଠାରୁ ମଙ୍ଗଳବାର ଦିନ ୧୦ଟା ଯାଏ, ମା’ ଆଖିରୁ ଲୁହ ଝରୁଥାଏ। ରାସ୍ତା କଡରେ ଏଭଳି କରୁଣ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମା କୁକୁର ଲୋକଙ୍କୁ ଦେଖି ଭୋ ଭୋ କରି ଭୁକୁଥିଲା। ସତେ ଯେଭଳି ମୁକ ପଶୁ ଆଧୁନିକ ମଣିଷର ସାହାଯ୍ୟ ଲୋଡୁଥିଲା।
ମଙ୍ଗଳବାର ସ୍ଥାନୀୟ ଅବସର ପ୍ରାପ୍ତ ଆର୍ମି କର୍ମଚାରୀ ଭରତ ଚନ୍ଦ୍ର ମାହାନ୍ତ ମୃତ କୁକୁର ଛୁଆର ମୃତଦେହକୁ ରାସ୍ତାରୁ ନେଇ ପୋତିବା ପରେ ମା’ କୁକୁର ରାସ୍ତାରୁ ହଟିଥିଲା।
The post ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର appeared first on Dharitri Odia News.