ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ
ରାଉରକେଲା,୧୭।୩ : ମୋ ଝିଅ ୨୧ ଦିନ ପରେ ବଞ୍ଚିଯିବ। ଝିଅର ମୃତଦେହ ସହିତ କଥା ହେଉଛି ମା’। ଝିଅର ମୃତ୍ୟୁକୁ ମାନିନେଇ ପାରୁନି ମା’ । ପୋଲିସକୁ ମୃତଦେହ ନ ଦେଇ ଏକା ଜିଦ୍ କରୁଛି ମା’ ମୋ ଛୁଆ ବଞ୍ଚିଯିବ। ପୁଣି ମୋତେ ମା’ ଡାକିବ। ଏଭଳି ଏକ ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ। ଶନିବାର ଅପରାହ୍ନରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର […] The post ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ appeared first on Dharitri Odia News.
ରାଉରକେଲା,୧୭।୩ : ମୋ ଝିଅ ୨୧ ଦିନ ପରେ ବଞ୍ଚିଯିବ। ଝିଅର ମୃତଦେହ ସହିତ କଥା ହେଉଛି ମା’। ଝିଅର ମୃତ୍ୟୁକୁ ମାନିନେଇ ପାରୁନି ମା’ । ପୋଲିସକୁ ମୃତଦେହ ନ ଦେଇ ଏକା ଜିଦ୍ କରୁଛି ମା’ ମୋ ଛୁଆ ବଞ୍ଚିଯିବ। ପୁଣି ମୋତେ ମା’ ଡାକିବ।
ଏଭଳି ଏକ ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ।
ଶନିବାର ଅପରାହ୍ନରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର ଝିଅ ସୁହାନିଙ୍କୁ ସାପ କାମୁଡ଼ି ଦେଇଥିଲା । ଦେବରାଜ, ତାଙ୍କ ସ୍ତ୍ରୀ ଓ ବାପା ମନ୍ଦରାଜ ସୁହାନିଙ୍କୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସାରେ ପ୍ରାୟ ୬ଟାରେ ଡାକ୍ତର ସୁହାନିଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତର ମୃତଦେହ ମର୍ଗ ହାଉସ୍ରେ ରଖିବା ବ୍ୟବସ୍ଥା କରିଥିଲେ । ମର୍ଗରେ ମୃତଦେହ ରଖିବା ପ୍ରାୟ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତିରେ ଦେବରାଜ ଓ ତାଙ୍କ ସ୍ତ୍ରୀ ମର୍ଗ ହାଉସ୍ ତାଲା ଭାଙ୍ଗି ସୁହାନିଙ୍କ ମୃତଦେହ ଘରକୁ ନେଇଯାଉଥିଲେ । ଗେଟ୍ରେ ମୁତୟନ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ସେଠାରୁ ମୃତଦେହ ନେଇ ପଳାଇଥିଲେ । ଗୁଣିଗାରେଡ଼ିରେ ବିଷ ଝାଡ଼ି ଦେଲେ ଝିଅ ବଞ୍ଚିଯିବ ବୋଲି ଆଶା କରି ଝିଅର ମୃତଦେହ ନେଇଯାଇଥିଲେ । ରଘୁନାଥପାଲି ଓ ଟାଙ୍ଗରପାଲି ପୋଲିସ ଦେବରାଜଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ ।
The post ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ appeared first on Dharitri Odia News.