ମୃତକଙ୍କ ପାଇଁ ମୁଭି ନାଇଟ୍ ଶୋ’
ବ୍ୟାଙ୍କକ୍: ଥାଇଲାଣ୍ଡରେ ଚାଇନିଜ୍ ସମୁଦାୟର ଲୋକଙ୍କ ପାଇଁ ରହିଥିବା ଏକ କବର ସ୍ଥାନରେ ମୃତକଙ୍କ ଲାଗି ଗୋଟିଏ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କବର ସ୍ଥାନରେ ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏକ ମୁଭି ନାଇଟ ଶୋ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଦିନ ସ୍ଥାନୀୟ ସମୟ ସା ୭ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କବର ସ୍ଥାନରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା। ଏହାବ୍ୟତୀତ ମୃତକଙ୍କ ପାଇଁ ଖାଦ୍ୟ, […] The post ମୃତକଙ୍କ ପାଇଁ ମୁଭି ନାଇଟ୍ ଶୋ’ appeared first on Dharitri Odia News.
ବ୍ୟାଙ୍କକ୍: ଥାଇଲାଣ୍ଡରେ ଚାଇନିଜ୍ ସମୁଦାୟର ଲୋକଙ୍କ ପାଇଁ ରହିଥିବା ଏକ କବର ସ୍ଥାନରେ ମୃତକଙ୍କ ଲାଗି ଗୋଟିଏ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କବର ସ୍ଥାନରେ ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏକ ମୁଭି ନାଇଟ ଶୋ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଦିନ ସ୍ଥାନୀୟ ସମୟ ସା ୭ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କବର ସ୍ଥାନରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା। ଏହାବ୍ୟତୀତ ମୃତକଙ୍କ ପାଇଁ ଖାଦ୍ୟ, ପୋଷାକ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମଧ୍ୟ ରଖାଯାଇଥିଲା। ଏହି ଖୋଲା ଆକାଶ ଶୋ’ରେ କବର ସ୍ଥାନର କେବଳ ୪ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି, ପ୍ରଥମେ ସେ ଏହି କବର ସ୍ଥାନରେ ମୁଭି ନାଇଟ ଶୋ’ ଆୟୋଜନ କରିବା ନେଇ ଭୟ କରୁଥିଲେ। କିନ୍ତୁ ଇଭେଣ୍ଟ୍ ଶେଷ ହେବା ପରେ ସେ ନିଜର ଏହି ଅଭିଜ୍ଞତାକୁ ଅନନ୍ୟ ଓ ସକାରାତ୍ମକ ହୋଇଥିବା ଦର୍ଶାଇଛନ୍ତି। ଏହି କବର ସ୍ଥାନରେ ଥିବା ମୃତକଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଆଧୁନିକ ମନୋରଞ୍ଜନ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମୁଭି ନାଇଟ ଶୋ’ ଆୟୋଜନ କରାଯାଇଥିବା ଆୟୋଜକ କହିଛନ୍ତି।
ଥାଇଲାଣ୍ଡରେ ଥିବା ଚାଇନିଜ୍ ସମୁଦାୟର ବିଶ୍ୱାସ ଅନୁଯାୟୀ, ମୃତ୍ୟୁବେଳକୁ ଅଧିକାଂଶ ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହୋଇ ନ ଥାଏ। ତେଣୁ ମୃତ୍ୟୁ ପରେ ସେମାନଙ୍କର ଆତ୍ମା ଅସନ୍ତୁଷ୍ଟ ରହିଥାନ୍ତି। ମୁଭି ନାଇଟ ଶୋ’ ପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଏହି ଅସନ୍ତୁଷ୍ଟ ଆତ୍ମାମାନେ ସମ୍ମାନିତ ଅନୁଭବ କରନ୍ତି। ଫଳସ୍ବରୂପ, ଜୀବନ୍ତ ଲୋକଙ୍କ ଉପରେ ସେମାନଙ୍କର ହସ୍ତକ୍ଷେପ କମିଯାଇଥାଏ।
The post ମୃତକଙ୍କ ପାଇଁ ମୁଭି ନାଇଟ୍ ଶୋ’ appeared first on Dharitri Odia News.