ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ
ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ଯୁଗ ବଦଳିଛି, ବଦଳିଛି ମଣିଷର ଚିନ୍ତା ଓ ଚେତନା । ହେଲେ ଆଧୁନିକ ବୈଜ୍ଞାନିକ ଯୁଗରେ ବି, ମଣିଷ ମନରେ ବସା ବାନ୍ଧିଛି ରୁଢିବାଦୀ ଚିନ୍ତାଧାରା । ଜଡ଼ ହୋଇ ରହିଯାଇଛି ଜାତିବାଦ । ଭିନ୍ନ ଜାତିରେ ବାହା ହୋଇଥିବାରୁ ବାସନ୍ଦ ଭୟରେ ଶବ ଛୁଇଁବାକୁ ସାହାସ କରିନାହାନ୍ତି ଖୋଦ୍ ପରିବାର ଓ ସଂର୍ପକୀୟ । ଫଳରେ ହସପିଟାଲ ବାରଣ୍ଡାରେ ପ୍ରାୟ ୧୦ ଘଣ୍ଟା ଧରି ପଡ଼ିରହିଥିଲା ଶବ ।