ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 

କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ କହିବା ମୁତାବକ୍‌ ମାଟି ଖୋଳିବା ପରେ ପ୍ରାୟ ୩୩ ହଜାର ଟଙ୍କା ବାହାରିଛି। କିନ୍ତୁ ଟଙ୍କାଗୁଡିକୁ ଉଇ ଖାଇସାରିଥିବା ବେଳେ ଚିରାଫଟା ନୋଟ୍‌ ବାହାରିଛି। କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ର କେଳୁବାଡି ଗ୍ରାମରେ ଏଭଳି ଘଟଣା ସାମନାକୁ ଆସିଛି। ସୂଚନାଯୋଗ୍ୟ, କେଳୁବାଡି ଗ୍ରାମର ସୀତାରାମ ମେଲେକା(୭୦) ସୋମବାର ହଠାତ୍‌ ଅସୁସ୍ଥ […] The post ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ  appeared first on Dharitri Odia News.

ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 
କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ କହିବା ମୁତାବକ୍‌ ମାଟି ଖୋଳିବା ପରେ ପ୍ରାୟ ୩୩ ହଜାର ଟଙ୍କା ବାହାରିଛି। କିନ୍ତୁ ଟଙ୍କାଗୁଡିକୁ ଉଇ ଖାଇସାରିଥିବା ବେଳେ ଚିରାଫଟା ନୋଟ୍‌ ବାହାରିଛି। କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ର କେଳୁବାଡି ଗ୍ରାମରେ ଏଭଳି ଘଟଣା ସାମନାକୁ ଆସିଛି।
ସୂଚନାଯୋଗ୍ୟ, କେଳୁବାଡି ଗ୍ରାମର ସୀତାରାମ ମେଲେକା(୭୦) ସୋମବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେ ପରିବାର ଲୋକଙ୍କୁ ପାଖକୁ ଡାକି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ମାଟି ତଳେ ପୋତି ରଖିଥିବା ନେଇ ଜଣାଇଥିଲେ। ଏହାର କିଛି ସମୟ ପରେ ସୀତାରାମଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ସଦସ୍ୟ ତାଙ୍କର ଅନ୍ତିମ ସଂସ୍କାର କରାଇବା ପରେ ଆରମ୍ଭ ହୋଇଥିଲା ଗୁପ୍ତଧନ ସନ୍ଧାନ କାର୍ଯ୍ୟ। ଘର ନିକଟରେ ଥିବା ଏକ ଗଛ ତଳୁ ମାଟି ଖେଳିଥିଲେ ମୃତକଙ୍କ ପୁଅ ଓ ପରିବାର ଲୋକେ।
ସୀତାରାମଙ୍କ କହିବା ମୁତାବକ ମାଟି ତଳୁ ବାହାରିଥିଲା ନୂଅଁା ପୁରୁଣା ୧୦୦, ୫୦ ଓ ୧୦ ଟଙ୍କିଆ ନୋଟ ବିଡା। କିନ୍ତୁ କେତେକ ନୋଟ୍‌ ଉଇ ଖାଇଯାଇଥିବା ବେଳେ ଅନ୍ୟ କେତେକ ଫାଟି ନଷ୍ଟ ହୋଇଯାଇଥିଲା। ମାଟିତଳୁ ୩୩,୦୦୦ ଟଙ୍କା ବାହାରିଥିବା ବେଳେ ବଳକା ଟଙ୍କା ଓ ସୁନାଗହଣା ସନ୍ଧାନରେ ପରିବାର ଲୋକେ ମାଟି ଖୋଳା ଜାରି ରଖିଛନ୍ତି।

The post ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ  appeared first on Dharitri Odia News.