ମୃତ୍ୟୁପରେ ଚକ୍ଷୁଦାନ କଲେ ବିଜେଡି ନେତା ପ୍ରଦୀପ

ଗୁରୁଡିଝାଟିଆ: ଆଠଗଡ଼ର ଲଢୁଆ ବରିଷ୍ଠ ବିଜେଡି ନେତା ପ୍ରଦୀପ ବିଶ୍ୱାଳ(୫୬)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଆଜି ପୂର୍ବାହ୍ନ ୯ଟାରେ ସ୍ୱର୍ଗତ ବିଶ୍ୱାଳଙ୍କ ପରଲୋକ  ଘଟିଥିଲା। ପରଲୋକ ପରେ ପରିବାର ପକ୍ଷରୁ ସ୍ୱର୍ଗତ ବିଶ୍ୱାଳଙ୍କ ଚକ୍ଷୁଦାନ କରାଯାଇଛି। ମୃତ୍ୟୁ ଖବର ପାଇ ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ଜାତୀୟ ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡଃ ପ୍ରଭାସ ଆଚାର୍ଯ୍ୟ […]

ମୃତ୍ୟୁପରେ ଚକ୍ଷୁଦାନ କଲେ ବିଜେଡି ନେତା ପ୍ରଦୀପ

ଗୁରୁଡିଝାଟିଆ: ଆଠଗଡ଼ର ଲଢୁଆ ବରିଷ୍ଠ ବିଜେଡି ନେତା ପ୍ରଦୀପ ବିଶ୍ୱାଳ(୫୬)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଆଜି ପୂର୍ବାହ୍ନ ୯ଟାରେ ସ୍ୱର୍ଗତ ବିଶ୍ୱାଳଙ୍କ ପରଲୋକ  ଘଟିଥିଲା। ପରଲୋକ ପରେ ପରିବାର ପକ୍ଷରୁ ସ୍ୱର୍ଗତ ବିଶ୍ୱାଳଙ୍କ ଚକ୍ଷୁଦାନ କରାଯାଇଛି। ମୃତ୍ୟୁ ଖବର ପାଇ ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ଜାତୀୟ ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡଃ ପ୍ରଭାସ ଆଚାର୍ଯ୍ୟ କଟକ ବଡ ମେଡିକାଲରେ ପହଞ୍ôଚ ଶ୍ରଦ୍ଦାଞ୍ଜଳୀ ଜଣାଇବା ସହିତ ଚକ୍ଷୁଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ଏହାଦ୍ୱାରା ସ୍ୱର୍ଗତ ବିଶ୍ୱାଳଙ୍କ ଚକ୍ଷୁ ଲଗାଇ ଅନ୍ୟମାନେ ଦୁନିଆକୁ ଦେଖିପାରିବେ।

ପ୍ରକାଶଯୋଗ୍ୟ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଲଢୁଆ, ସଂଗ୍ରାମୀ ଯୁବନେତା ଭାବେ ଏକ ସ୍ନତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସ୍ୱର୍ଗତ ବିଶ୍ୱାଳ। ଜିଲ୍ଲା ପରିଷଦ ସଦସ୍ୟ ଓ ଓରନ୍ଦା ପଞ୍ଚାୟତର ସରପଞ୍ଚ ଭାବେ ଜନହିତକର କାର୍ଯ୍ୟ ସମାପନ କରି ଲୋକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘନିଷ୍ଠ ସହଯୋଗୀ ଭାବେ ୯୦ ଦଶକରୁ ପାଖେ ପାଖେ ରହି ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାରେ ସହଯୋଗର ହାତ ବଢାଇଥିଲେ। ସ୍ୱର୍ଗତ ବିଶ୍ୱାଳ ଏକାଧିକ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନର ସଦସ୍ୟ ଭାବେ ନିଜକୁ ସାମିଲ କରିଥିଲେ। ତାଙ୍କର ପରଲୋକ ଖବର ପାଇ ଆଠଗଡ଼ ବିଜୁ ଜନତା ଦଳ ସଭାପତି ରବିନ୍ଦ୍ର ନାଥ ରାଉତ ,ବିଧାୟକଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ନୃସିଂହ ଚରଣ ମହାପାତ୍ର, ସ୍ଥାନୀୟ ସରପଞ୍ଚ ବିନ୍ଦୁବାସୀନି ଦାସ, ରାଜୀବ ଲୋଚନ ଦାସ, ଗାଁ ସଭାପତି ଶ୍ରୀନିବାସ ଦଳାଇ,ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଗିରୀଶ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ, ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ,ଅଧ୍ୟାପକ ପ୍ରଶାନ୍ତ କୁମାର ସାମଲ, ଅଭୟ କୁମାର ସାମଲ, ପ୍ରଶାନ୍ତ କୁମାର ରାଉତ ଙ୍କ ସହ ବହୁ ଦଳୀୟ କର୍ମୀ ଶେଦେର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱର୍ଗତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ମର୍ମାହତ ହେବା ସହିତ ତାଙ୍କର ଗନିଷ୍ଠ ସହଯୋଗୀ ଙ୍କୁ ହରାଇଛନ୍ତି କହି ଶୋକବ୍ୟକ୍ତ କରିଥିଲେ। ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀରକୁ ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ଶିକ୍ଷକ,ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ଶେଷ ସମ୍ମାନ ଜଣାଇଥିବା ବେଳେ ଗାଁରେ ଗ୍ରାମବାସୀ ଶେଷ ସମ୍ମାନ ଜଣାଇ ପଟୁଆରରେ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ତଥା ପୂର୍ବତନ ସରପଞ୍ଚ ପ୍ରିତୀଛନ୍ଦା ବିଶ୍ୱାଳ, ସାନଭାଇ ପ୍ରଶାନ୍ତ କୁମାର ବିଶ୍ୱାଳ, ଆତ୍ମୀୟ ସ୍ୱଜନ,ବନ୍ଦୁପରିବାରବର୍ଗ  ଉପସ୍ଥିତ ରହିଥିଲେ। ଗାଁ ଶ୍ମଶାନରେ ଅନ୍ତ୍ୟୋଷ୍ଟିକ୍ରିୟା ସମାପନ ହୋଇଥିବା ଅଂଶୁମାନ ବିଶ୍ୱାଳ ମୁଖାଗ୍ନୀ ପ୍ରଦାନ କରିଥିଲେ।