ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା
ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍ରେ ହେବାକୁ ଥିବା ଏହି ପରୀକ୍ଷା ମେ ୧୦ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି। ୬ […] The post ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍ରେ ହେବାକୁ ଥିବା ଏହି ପରୀକ୍ଷା ମେ ୧୦ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି। ୬ ତାରିଖରେ ଏଲ୍ଇ ଟେକ୍(ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ରେ ଏଲ୍ଇ ଟେକ୍(ଡିପ୍ଲୋମା), ଇଣ୍ଡିଗ୍ରେଟେଡ୍ ଏମ୍ବିଏ(ଏକଘଣ୍ଟା) ଏବଂ ଏଲ୍ଇ ଟେକ୍ ବିଏସ୍ସି(ଏକଘଣ୍ଟା)ର ପରୀକ୍ଷା ରହିଛି। ସେହିଭଳି ୮ ତାରିଖରେ ଏମ୍ବିଏ, ବି.କ୍ୟାଟ୍(ସିନେମାଟୋଗ୍ରାଫି/ସାଉଣ୍ଡ୍ ରେକର୍ଡିଂ ଏବଂ ଡିଜାଇନ-ଏକଘଣ୍ଟା) ଓ ଏଲ୍ଇ ଫାର୍ମ(ଏକଘଣ୍ଟା) ଏବଂ ୯ରେ ବି.ଫାର୍ମର ପରୀକ୍ଷା ଥିବାବେଳେ ୧୦ତାରିଖରେ ଏମ୍ସିଏ, ବି.କ୍ୟାଟ୍(ଫିଲ୍ମ ଏଡିଟିଙ୍ଗ-ଏକଘଣ୍ଟା), ଏମ୍.ଫାର୍ମ(ଏକଘଣ୍ଟା), ଏମ୍.ଆର୍କ, ଏମ୍.ପ୍ଲାନ ଓ ଏମ୍.ଟେକ୍ ପରୀକ୍ଷା ରହିଛି। ଛାତ୍ରୀଛାତ୍ର ଆସନ୍ତା ୨୭ ତାରିଖରୁ ଆଡ୍ମିଟ୍କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
The post ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା appeared first on Dharitri Odia News.