ମେ’ ୧ରୁ ATMରେ ଟଙ୍କା ଉଠାଣ ପାଇଁ ଲାଗୁ ହେବ ନୂଆ କଟକଣା, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ରେ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଅର୍ଥାତ ଏଟିଏମର ଚାର୍ଜରେ ବର୍ତ୍ତମାନ ପରିବର୍ତ୍ତନ ହେଉଛି। ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ। ୧ ମେ’ ୨୦୨୫ରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ […]

ମେ’ ୧ରୁ ATMରେ ଟଙ୍କା ଉଠାଣ ପାଇଁ ଲାଗୁ ହେବ ନୂଆ କଟକଣା, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ରେ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି।

ଅର୍ଥାତ ଏଟିଏମର ଚାର୍ଜରେ ବର୍ତ୍ତମାନ ପରିବର୍ତ୍ତନ ହେଉଛି। ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ।

୧ ମେ’ ୨୦୨୫ରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ ଏକ ଧାର୍ଯ୍ୟ ଲିମିଟ ପରେ ଟଙ୍କା ବାହାର କରିବା ଉପରେ ୧୭ ଟଙ୍କା ଲାଗୁଥିଲା, ତେବେ ବର୍ତ୍ତମାନ ତାହା 23 ଟଙ୍କା ଲାଗିବ।

ବାଲାନ୍ସ ଚେକ୍ କରିବାର ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢି ୯ ଟଙ୍କା କରିଦିଆଯାଇଛି। ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ମେଟ୍ରୋ ସହରରେ ୫ ଏବଂ ନନ ମେଟ୍ରୋରେ ୩ଟି ଫ୍ରୀ ଟ୍ରାଞ୍ଜାକ୍ସନର ଲିମିଟ ଦେଉଛି। ଏହା ଉପରେ ଆପଣ ଟ୍ରାଞ୍ଜାକ୍ସନ କଲେ ଚାର୍ଜ ଲାଗିବ।