ମେକ୍ ଇନ୍ ଇଣ୍ଡିଆର ପ୍ରଭାବ, ଆୟ ମାମଲାରେ ରେକର୍ଡ ଭାଙ୍ଗିଲା HAL

ନୂଆଦିଲ୍ଲୀ: ସରକାରୀ ଏୟରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍ ଆର୍ଥିକ ବର୍ଷ ୨୦୨୩-୨୪ରେ ରେକର୍ଡ ରାଜସ୍ୱ ହାସଲ କରିଛି । କମ୍ପାନିକୁ ୨୯,୮୧୦ କୋଟି ଟଙ୍କାର ରାଜସ୍ୱ ମିଳିଛି, ଯାହା ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ । ଏହା ପୂର୍ବରୁ ୨୦୨୨-୨୩ରେ ମଧ୍ୟ କମ୍ପାନି ୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା । ସେହି ବର୍ଷ କମ୍ପାନି ୨୬,୯୨୮ କୋଟି ଟଙ୍କାର ରାଜସ୍ୱ ମିଳିଥିଲା । କମ୍ପାନିର ମୁଖ୍ୟ ସିବି ଅନନ୍ତକୃଷ୍ଣାନ ସୋମବାର କହିଛନ୍ତି, 'ସପ୍ଲାଇ ଚେନରେ ଅନେକ ଭୂ-ରାଜନୀତିକ ଆହ୍ୱାନ ସତ୍ତ୍ୱେ ଆମେ ସଫଳତା ପାଇଛୁ । ପୂରା ବର୍ଷ ଆମ ପ୍ରଦର୍ଶନ ଭଲ ରହିଛି । ୨୦୨୪ ମାର୍ଚ୍ଚ ୩୧ ଯାଏ ଆମେ ପାଖରେ ଗତ ବର୍ଷରେ ମୋଟ ୯୪ ହଜାର କୋଟି ଟଙ୍କାର ଅର୍ଡର ରହିଛି । ଆମେ ଆଶା କରୁଛୁ ଯେ ନୂଆ ଆର୍ଥିକ ବର୍ଷରେ ବି ଆମେ ମଜଭୁତ ବୃଦ୍ଧି ହାସଲ କରିବୁ ।'ସେ କହିଛନ୍ତି ଯେ କମ୍ପାନିକୁ ମୋଟ ୧୯ ହଜାର କୋଟି ଟଙ୍କାର ମେନ୍ୟୁଫ୍ୟାକ୍ଚରିଂ କନଟ୍ରାକ୍ଟ ମିଳିଛି । ଏହା ବ୍ୟତୀତ ୧୬ ହଜାର କୋଟି ଟଙ୍କାର ରିପେୟରିଂ ଓ ଓଭରହଲିଂର କନଟ୍ରାକ୍ଟ ମିଳିଛି । କିଛି ଦିନ ପୂର୍ବେ ହିଁ ତେଜସ ଏମକେ-୧ଏ ଏୟାରକ୍ରାଫ୍ଟ ଉଡାଣ ଭରିଥିଲା, ଯାହା ଏଚଏଲ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭାରତୀୟ ବାୟୁସେନା ୨୦୨୧ ଫେବ୍ରୁଆରୀରେ କମ୍ପାନିକୁ ୪୮ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ମିଳିଥିଲା । ଏହା ଅଧିନରେ ୮୩ ଲାଇଟ୍ କମ୍ୱାକ୍ଟ ଏୟ

ମେକ୍ ଇନ୍ ଇଣ୍ଡିଆର ପ୍ରଭାବ, ଆୟ ମାମଲାରେ ରେକର୍ଡ ଭାଙ୍ଗିଲା HAL

ନୂଆଦିଲ୍ଲୀ: ସରକାରୀ ଏୟରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍ ଆର୍ଥିକ ବର୍ଷ ୨୦୨୩-୨୪ରେ ରେକର୍ଡ ରାଜସ୍ୱ ହାସଲ କରିଛି । କମ୍ପାନିକୁ ୨୯,୮୧୦ କୋଟି ଟଙ୍କାର ରାଜସ୍ୱ ମିଳିଛି, ଯାହା ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ । ଏହା ପୂର୍ବରୁ ୨୦୨୨-୨୩ରେ ମଧ୍ୟ କମ୍ପାନି ୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା । ସେହି ବର୍ଷ କମ୍ପାନି ୨୬,୯୨୮ କୋଟି ଟଙ୍କାର ରାଜସ୍ୱ ମିଳିଥିଲା । କମ୍ପାନିର ମୁଖ୍ୟ ସିବି ଅନନ୍ତକୃଷ୍ଣାନ ସୋମବାର କହିଛନ୍ତି, 'ସପ୍ଲାଇ ଚେନରେ ଅନେକ ଭୂ-ରାଜନୀତିକ ଆହ୍ୱାନ ସତ୍ତ୍ୱେ ଆମେ ସଫଳତା ପାଇଛୁ । ପୂରା ବର୍ଷ ଆମ ପ୍ରଦର୍ଶନ ଭଲ ରହିଛି । ୨୦୨୪ ମାର୍ଚ୍ଚ ୩୧ ଯାଏ ଆମେ ପାଖରେ ଗତ ବର୍ଷରେ ମୋଟ ୯୪ ହଜାର କୋଟି ଟଙ୍କାର ଅର୍ଡର ରହିଛି । ଆମେ ଆଶା କରୁଛୁ ଯେ ନୂଆ ଆର୍ଥିକ ବର୍ଷରେ ବି ଆମେ ମଜଭୁତ ବୃଦ୍ଧି ହାସଲ କରିବୁ ।'

ସେ କହିଛନ୍ତି ଯେ କମ୍ପାନିକୁ ମୋଟ ୧୯ ହଜାର କୋଟି ଟଙ୍କାର ମେନ୍ୟୁଫ୍ୟାକ୍ଚରିଂ କନଟ୍ରାକ୍ଟ ମିଳିଛି । ଏହା ବ୍ୟତୀତ ୧୬ ହଜାର କୋଟି ଟଙ୍କାର ରିପେୟରିଂ ଓ ଓଭରହଲିଂର କନଟ୍ରାକ୍ଟ ମିଳିଛି । କିଛି ଦିନ ପୂର୍ବେ ହିଁ ତେଜସ ଏମକେ-୧ଏ ଏୟାରକ୍ରାଫ୍ଟ ଉଡାଣ ଭରିଥିଲା, ଯାହା ଏଚଏଲ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭାରତୀୟ ବାୟୁସେନା ୨୦୨୧ ଫେବ୍ରୁଆରୀରେ କମ୍ପାନିକୁ ୪୮ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ମିଳିଥିଲା । ଏହା ଅଧିନରେ ୮୩ ଲାଇଟ୍ କମ୍ୱାକ୍ଟ ଏୟାରକ୍ରାଫ୍ଟର ଅର୍ଡର ଦିଆଯାଇଥିଲା । ଏହା ବ୍ୟତୀତ ଚର୍ଚ୍ଚା ହେଉଛି ଯେ କମ୍ପାନିକୁ ୯୭ ଏବଂ ଯୁଦ୍ଧ ବିମାନ ପାଇଁ ୬୭ ହଜାର କୋଟି ଟଙ୍କାର ଅର୍ଡର ମିଳିପାରେ ।

ପଢନ୍ତୁ: ବିନିବେଶ ଲକ୍ଷ୍ୟଠାରୁ ବହୁ ପଛରେ ରହିଗଲେ ସରକାର, FY୨୪ରେ ୧୬,୫୦୭ କୋଟି ଟଙ୍କା କଲେ ସଂଗ୍ରହ

କମ୍ପାନି ଏହା ଅଧିନରେ ପ୍ରଥମ ଏୟାରକ୍ରାଫ୍ଟର ଡିଲିଭରି ମାର୍ଚ୍ଚ ୩୧ ଯାଏ କରିବାର ଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ବିଳମ୍ୱ ହେଉଛି । କମ୍ପାନି କହିଛି ଯେ ଆମେ କିଛି ବର୍ଷ ଧରି ଲଗାତାର ଗ୍ରୋଥ୍ ହାସଲ କରୁଛୁ ଏବଂ ଏହି ଗତି ବଜାୟ ରହିଛି ଓ ଲଗାତାର ନୂଆ ଅର୍ଡର ମଧ୍ୟ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଏଚଏଏଲ ଏବଂ ଆମେରିକୀୟ ଇଞ୍ଜିନ ନିର୍ମାତା କମ୍ପାନି ଜେନେରାଲ ଇଲେକ୍ଟ୍ରିକ୍ ମଧ୍ୟରେ ପ୍ରଯୁକ୍ତି ହସ୍ତାନ୍ତରକୁ ନେଇ ଏକ ବୁଝାମଣା ହୋଇଥିଲା । ଏହା ଅନୁସାରେ ଭାରତରେ ହିଁ GE-୪୧୪ ଏୟରୋ-ଇଞ୍ଜିନର ନିର୍ମାଣ କରାଯିବ । ଏଥିପାଇଁ ଆମେରିକୀୟ କମ୍ପାନି ୮୦ ପ୍ରତିଶତ ପ୍ରଯୁକ୍ତି ପ୍ରଦାନ କରିବ । କାମ୍ପାନି କହିଛି ଯେ ଏହାଦ୍ୱାରା ଆମେ ଉତ୍କୃଷ୍ଟ ଇଞ୍ଜିନ ପାଇଁ ନିର୍ମାଣରେ ଆତ୍ମନିର୍ଭର ହୋଇପାରିବା ।