ମେଜର ମନଜିତ୍ ଏବଂ ନାୟକ ଦିଲୱର ଖାନଙ୍କୁ କୀର୍ତ୍ତି ଚକ୍ର, ୧୪ ଜଣଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ସଶସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୯୩ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ । ୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବାହିତ ପୂର୍ବରୁ ଶନିବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏଥିରୁ ୧୧ ପୁରସ୍କାର ମରଣୋତ୍ତର ପ୍ରଦାନ କରାଯିବ । ମେଜର ମନଜିତ୍ ଏବଂ ନାୟକ ଦିଲୱର ଖାନଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଦିଲୱର ଖାନଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ । ସେହିପରି ୧୪ ବୀର (ତିନି ଜଣଙ୍କୁ ମରଣୋତ୍ତର)ଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ ।କୀର୍ତ୍ତି ଚକ୍ର ଭାରତର ଶାନ୍ତି ସମୟର ସର୍ବୋଚ୍ଚ ବୀରତା ପଦକ ଅଟେ । ଏହି ପଦକ ଯବାନଙ୍କୁ ସେମାନଙ୍କ ଅସାଧାରଣ ବୀରତା ଏବଂ ଅଦମ୍ୟ ସାହସଙ୍କ ପାଇଁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପଞ୍ଜାବ ରେଜିମେଣ୍ଟର ମେଜର ମନଜିତ୍ ଏବଂ ଆର୍ଟିଲରୀ ୨୮ ରାଷ୍ଟ୍ରୀୟ ରାଇଫଲ୍ସର ଦିଲୱର ଖାନ (ମରଣୋତ୍ତର) କୀର୍ତ୍ତି ଚକ୍ର ପ୍ରଦାନ କରାଯିବ ।ପ୍ରଦାନ କରାଯିବାକୁ ଥିବା ପୁରସ୍କାର୨ କୀର୍ତ୍ତି ଚକ୍ର୧୪ ଶୌର୍ଯ୍ୟ ଚକ୍ର୧ ୱାର୍ ଟୁ ସେନା ମେଡାଲ୍ (ଗ୍ୟାଲେଣ୍ଟ୍ରି)୬୬ ସେନା ମେଡାଲ (ବୀରତା)୨ ନୌସେନା ମେଡାଲ (ବୀରତା)୮ ବାୟୁ ସେନା ମେଡାଲ (ବୀରତା)ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବଳ ଏବଂ ଅନ୍ୟ କର୍ମଚାରୀଙ୍କୁ ୩୦୫ ରକ୍ଷା ଅଳଙ୍କରଣ ପ୍ରଦାନ କରିବା ପାଇଁ

ମେଜର ମନଜିତ୍ ଏବଂ ନାୟକ ଦିଲୱର ଖାନଙ୍କୁ କୀର୍ତ୍ତି ଚକ୍ର, ୧୪ ଜଣଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ସଶସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୯୩ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ । ୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବାହିତ ପୂର୍ବରୁ ଶନିବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏଥିରୁ ୧୧ ପୁରସ୍କାର ମରଣୋତ୍ତର ପ୍ରଦାନ କରାଯିବ । ମେଜର ମନଜିତ୍ ଏବଂ ନାୟକ ଦିଲୱର ଖାନଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଦିଲୱର ଖାନଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ । ସେହିପରି ୧୪ ବୀର (ତିନି ଜଣଙ୍କୁ ମରଣୋତ୍ତର)ଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ ।

କୀର୍ତ୍ତି ଚକ୍ର ଭାରତର ଶାନ୍ତି ସମୟର ସର୍ବୋଚ୍ଚ ବୀରତା ପଦକ ଅଟେ । ଏହି ପଦକ ଯବାନଙ୍କୁ ସେମାନଙ୍କ ଅସାଧାରଣ ବୀରତା ଏବଂ ଅଦମ୍ୟ ସାହସଙ୍କ ପାଇଁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପଞ୍ଜାବ ରେଜିମେଣ୍ଟର ମେଜର ମନଜିତ୍ ଏବଂ ଆର୍ଟିଲରୀ ୨୮ ରାଷ୍ଟ୍ରୀୟ ରାଇଫଲ୍ସର ଦିଲୱର ଖାନ (ମରଣୋତ୍ତର) କୀର୍ତ୍ତି ଚକ୍ର ପ୍ରଦାନ କରାଯିବ ।

ପ୍ରଦାନ କରାଯିବାକୁ ଥିବା ପୁରସ୍କାର

୨ କୀର୍ତ୍ତି ଚକ୍ର

୧୪ ଶୌର୍ଯ୍ୟ ଚକ୍ର

୧ ୱାର୍ ଟୁ ସେନା ମେଡାଲ୍ (ଗ୍ୟାଲେଣ୍ଟ୍ରି)

୬୬ ସେନା ମେଡାଲ (ବୀରତା)

୨ ନୌସେନା ମେଡାଲ (ବୀରତା)

୮ ବାୟୁ ସେନା ମେଡାଲ (ବୀରତା)

ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବଳ ଏବଂ ଅନ୍ୟ କର୍ମଚାରୀଙ୍କୁ ୩୦୫ ରକ୍ଷା ଅଳଙ୍କରଣ ପ୍ରଦାନ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏଥିରେ ୩୦ ପରମ ବିଶିଷ୍ଟ ସେବା ମେଡାଲ, ୫ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୭ ଅତି ବିଶିଷ୍ଟ ସେବା ପଦକ, ୧୦ ଯୁଦ୍ଧ ସେବା ମେଡାଲ, ୧ ୱାର ଟୁ ସେନା ମେଡାଲ, ୧୫ ବାୟୁସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ), ୪ ୱାର୍ ଟୁ ବିଶିଷ୍ଟ ସେବା ମେଡାଲ୍ ଏବଂ ୧୩୨ ବିଶିଷ୍ଟ ସେବା ମେଡାଲ ସାମିଲ ଅଛି ।