ନିର୍ବାଚନ ପୂର୍ବରୁ ଝଟ୍କା, ବିଜେଡି ଛାଡିଲେ ରାସେଶ୍ୱରୀ ପାଣିଗ୍ରାହୀ
ଭୁବନେଶ୍ୱର ୨୩।୦୪ : ନିର୍ବାଚନ ପୂର୍ବରୁ ଝଟ୍କା । ବିଜେଡି ଛାଡିଲେ ଦଳର ଟାଣୁଆ ନେତା ରାସେଶ୍ୱରୀ ପାଣିଗ୍ରାହୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁରର ପୂର୍ବତନ ବିଧାୟିକା ଥିଲେ ରାସେଶ୍ବରୀ ପାଣିଗ୍ରାହୀ। ଏଥର ବିଜେଡିରୁ ଟିକେଟ ମିଳିବା ନେଇ ଆଶାୟୀ ମଧ୍ୟ ଥିଲେ। ହେଲେ ବିଜେଡି ରୋହିତ ପୂଜାରୀଙ୍କୁ ସେଠାରୁ ପ୍ରାର୍ଥୀ କରିଥିଲା। ତେବେ ଟିକେଟ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ ରାସେଶ୍ୱରୀ। ଯାହାଫଳରେ ସେ ମଙ୍ଗଳବାର ଦିନ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଦଳ ସୁପ୍ରିମୋଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଏଥିରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ରାସେଶ୍ୱରୀ ପାଣିଗ୍ରାହୀ ଓଡିଶା ରାଜନୀତିରେ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିଲେ । ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ । ହେଲେ ରାସେଶ୍ୱରୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶନରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହାପରେ ସେ ୨୦୧୪ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।
ଭୁବନେଶ୍ୱର ୨୩।୦୪ : ନିର୍ବାଚନ ପୂର୍ବରୁ ଝଟ୍କା । ବିଜେଡି ଛାଡିଲେ ଦଳର ଟାଣୁଆ ନେତା ରାସେଶ୍ୱରୀ ପାଣିଗ୍ରାହୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ।
ସମ୍ବଲପୁରର ପୂର୍ବତନ ବିଧାୟିକା ଥିଲେ ରାସେଶ୍ବରୀ ପାଣିଗ୍ରାହୀ। ଏଥର ବିଜେଡିରୁ ଟିକେଟ ମିଳିବା ନେଇ ଆଶାୟୀ ମଧ୍ୟ ଥିଲେ। ହେଲେ ବିଜେଡି ରୋହିତ ପୂଜାରୀଙ୍କୁ ସେଠାରୁ ପ୍ରାର୍ଥୀ କରିଥିଲା। ତେବେ ଟିକେଟ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ ରାସେଶ୍ୱରୀ। ଯାହାଫଳରେ ସେ ମଙ୍ଗଳବାର ଦିନ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଦଳ ସୁପ୍ରିମୋଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଏଥିରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ରାସେଶ୍ୱରୀ ପାଣିଗ୍ରାହୀ ଓଡିଶା ରାଜନୀତିରେ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିଲେ । ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ । ହେଲେ ରାସେଶ୍ୱରୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶନରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହାପରେ ସେ ୨୦୧୪ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।