ଭାରତୀୟ ଦଳକୁ ବଡ ଝଟ୍‌କା, ପ୍ରାକ୍ଟିସ୍ ବେଳେ ଆହତ ହେଲେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ !

ନୂଆଦିଲ୍ଲୀ ୧୮/୦୬: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ଏଣ୍ଟ୍ରି କରିଛି । ବର୍ତ୍ତମାନ ଏହି ରାଉଣ୍ଡରେ ଦଳର ପ୍ରଥମ ମ୍ୟାଚ୍ ଜୁନ୍ ୨୦ରେ ବାରବାଡୋସରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ । ନ୍ତୁ ଏହାପୂର୍ବରୁ ମଧ୍ୟ ଭାରତୀୟ ଦଳକୁ ଲାଗିଛି ବଡ ଝଟ୍‌କା । ନେଟ୍ ପ୍ରାକ୍ଟିସ୍ ବେଳେ ଆଇସିସି ୱାର୍ଲ୍ଡ ଟି-୨୦ ରାଙ୍କିଂର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ଥ୍ରୋଡାଉନ୍ ସାମ୍‌ନା କରୁଥିବାବେଳେ ବଲ୍ ତାଙ୍କ ହାତରେ ବାଜିଥିଲା । ସଂଗେ ସଂଗେ  ଟିମ୍‌ର ଫିଜିଓ ଆସି ସୂର୍ଯ୍ୟଙ୍କର ଟ୍ରିଟ୍‌ମେଣ୍ଟ କରିଥିଲେ । ଏହି ସମୟରେ ସୂର୍ଯ୍ୟଙ୍କୁ ବହୁତ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଗୋଟିଏ ଭଲ କଥା ହେଉଛି ସୂର୍ଯ୍ୟଙ୍କ ଆଘାତ ଅତ୍ୟନ୍ତ ଗୁରୁତର ନୁହେଁ। ପେନ୍‌କିଲର୍ ସ୍ପ୍ରେ ପରେ ସୁର୍ଯ୍ୟକୁମାର ପୁଣି ଥରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ । ତେବେ ସୂର୍ଯ୍ୟ ଯେତେବେଳେ  ଆହତ ହୋଇଥିଲେ, ସେତେବେଳେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଅନେକ ଟେନସନରେ ଦେଖିବାକୁ ମିଳିଥିଲା। ତାଙ୍କୁ ସୂର୍ଯ୍ୟଙ୍କ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଦ୍ରାବିଡ ଉଭୟ ସୂର୍ଯ୍ୟ ଏବଂ ଫିଜିଓଙ୍କ ସହ କଥା ହୋଇଥିଲେ। ସୂଚନା ଥାଉକି, ୧୭ ଜୁନ୍‌ରେ ଭାରତୀୟ ଦଳ ଅପ୍ସନାଲ ତାଲିମ ନେଇଥିଲା । କିନ୍ତୁ ଏଥିରେ ସମସ୍ତ ଖେଳାଳି ମଧ୍ୟ ଭାଗ ନେଇଥିଲେ । ଏହି

ଭାରତୀୟ ଦଳକୁ ବଡ ଝଟ୍‌କା, ପ୍ରାକ୍ଟିସ୍ ବେଳେ ଆହତ ହେଲେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ !

ନୂଆଦିଲ୍ଲୀ ୧୮/୦୬: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ଏଣ୍ଟ୍ରି କରିଛି । ବର୍ତ୍ତମାନ ଏହି ରାଉଣ୍ଡରେ ଦଳର ପ୍ରଥମ ମ୍ୟାଚ୍ ଜୁନ୍ ୨୦ରେ ବାରବାଡୋସରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ । ନ୍ତୁ ଏହାପୂର୍ବରୁ ମଧ୍ୟ ଭାରତୀୟ ଦଳକୁ ଲାଗିଛି ବଡ ଝଟ୍‌କା । 

ନେଟ୍ ପ୍ରାକ୍ଟିସ୍ ବେଳେ ଆଇସିସି ୱାର୍ଲ୍ଡ ଟି-୨୦ ରାଙ୍କିଂର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ଥ୍ରୋଡାଉନ୍ ସାମ୍‌ନା କରୁଥିବାବେଳେ ବଲ୍ ତାଙ୍କ ହାତରେ ବାଜିଥିଲା । ସଂଗେ ସଂଗେ  ଟିମ୍‌ର ଫିଜିଓ ଆସି ସୂର୍ଯ୍ୟଙ୍କର ଟ୍ରିଟ୍‌ମେଣ୍ଟ କରିଥିଲେ । 

ଏହି ସମୟରେ ସୂର୍ଯ୍ୟଙ୍କୁ ବହୁତ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଗୋଟିଏ ଭଲ କଥା ହେଉଛି ସୂର୍ଯ୍ୟଙ୍କ ଆଘାତ ଅତ୍ୟନ୍ତ ଗୁରୁତର ନୁହେଁ। ପେନ୍‌କିଲର୍ ସ୍ପ୍ରେ ପରେ ସୁର୍ଯ୍ୟକୁମାର ପୁଣି ଥରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ । ତେବେ ସୂର୍ଯ୍ୟ ଯେତେବେଳେ  ଆହତ ହୋଇଥିଲେ, ସେତେବେଳେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଅନେକ ଟେନସନରେ ଦେଖିବାକୁ ମିଳିଥିଲା। ତାଙ୍କୁ ସୂର୍ଯ୍ୟଙ୍କ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଦ୍ରାବିଡ ଉଭୟ ସୂର୍ଯ୍ୟ ଏବଂ ଫିଜିଓଙ୍କ ସହ କଥା ହୋଇଥିଲେ। 

ସୂଚନା ଥାଉକି, ୧୭ ଜୁନ୍‌ରେ ଭାରତୀୟ ଦଳ ଅପ୍ସନାଲ ତାଲିମ ନେଇଥିଲା । କିନ୍ତୁ ଏଥିରେ ସମସ୍ତ ଖେଳାଳି ମଧ୍ୟ ଭାଗ ନେଇଥିଲେ । ଏହି ସମୟରେ ଖେଳାଳିମାନେ ମୁଖ୍ୟ ବୋଲରଙ୍କ ଭଳି ଥ୍ରୋଡାଉନର ସମ୍ମୁଖୀନ ହୋଇଥିଲେ । ରାହୁଲ ଦ୍ରାବିଡ ଏବଂ ବାକି କୋଚିଂ କର୍ମଚାରୀମାନେ ମଧ୍ୟ ଥ୍ରୋଡାଉନ୍ କରି ଖେଳାଳିମାନଙ୍କୁ ଅଭ୍ୟାସ କରିଥିଲେ । 

ବାସ୍ତବରେ ସୁର୍ଯ୍ୟକୁମାର  ଆଗାମୀ ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ପ୍ରମାଣ କରିବାକୁ ଯାଉଛନ୍ତି । ଆମେରିକା ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚରେ ସେ ଏକ କଠିନ ପରିସ୍ଥିତିରେ ଅପରାଜିତ ପଚାଶ ସ୍କୋର କରି ଦଳ ବିଜୟ ହାସଲ କରିଥିଲା । ଏହି ବିଜୟ ପରେ ଭାରତୀୟ ଦଳ ସୁପର-୮ରେ ପହଞ୍ଚିଥିଲା । ତେବେ ଆୟର୍ଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷ ପୂର୍ବ ମ୍ୟାଚରେ ସୁର୍ଯ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ।