ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ):  ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ‘ମେଟଲ୍‌ ମିଟ୍‌-୨୦୨୪’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି ‘ଟପ୍‌-୮’ ଟିମ୍‌। ଜୁନିୟର ବର୍ଗରେ ମୋଟ୍‌ ୪୧ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ ଫିନାଲେକୁ ଯାଇଛନ୍ତି। ଏହି ଜୁନିୟର ଟିମ୍ସ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଡିଏଭି ୟୁନିଟ୍‌ ୮, ଡିପିଏସ୍‌ କଳିଙ୍ଗ, କଟକର ସିଡିଏ ଡିଏଭି, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଲୟଲା ସ୍କୁଲ, […] The post ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌ appeared first on Dharitri Odia News.

ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ):  ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ‘ମେଟଲ୍‌ ମିଟ୍‌-୨୦୨୪’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି ‘ଟପ୍‌-୮’ ଟିମ୍‌। ଜୁନିୟର ବର୍ଗରେ ମୋଟ୍‌ ୪୧ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ ଫିନାଲେକୁ ଯାଇଛନ୍ତି। ଏହି ଜୁନିୟର ଟିମ୍ସ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଡିଏଭି ୟୁନିଟ୍‌ ୮, ଡିପିଏସ୍‌ କଳିଙ୍ଗ, କଟକର ସିଡିଏ ଡିଏଭି, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଲୟଲା ସ୍କୁଲ, ଡିଏଭି କଳିଙ୍ଗନଗର ଗ୍ରାଣ୍ଡ୍‌ ଫିନାଲେକୁ ଟିକେଟ୍‌ ପାଇଛନ୍ତି।

ପ୍ରକାଶଯୋଗ୍ୟ, ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୪’ ଲାଗି ଶନିବାର ସକାଳ ୯ଟାରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନିୟର ବର୍ଗଙ୍କ ପରେ ସିନିୟର ବର୍ଗଙ୍କ ମଧ୍ୟରେ ପ୍ରିଲିମ୍‌ ରାଉଣ୍ଡ ଅନୁଷ୍ଠିତ ହେବ। ଏଥର ବି ‘ମେଟଲ୍‌ ମିଟ୍‌’ରେ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ରହିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ। ସେହିପରି ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ, ଏମ୍‌ସିଏଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ବେଦାନ୍ତ, ରୁଚି, ବାଜିରାଓ ଆଇଏସ୍‌ ଏକାଡେମୀ, ଇମ୍ଫା, ଶ୍ରୀ ଜଗନ୍ନାଥ ପ୍ରମୋଟର୍ସ ଆଣ୍ଡ୍‌ ବିଲ୍‌ଡର୍ସ, ଫାଲ୍‌କନ ଇୟଲ ଇଷ୍ଟେଟ୍‌, ଫାଭୋ, କାର୍ସିନୋଭା କ୍ୟାନସର ହସ୍ପିଟାଲ, କାନାଡା ବ୍ୟାଙ୍କ୍‌, ଓଡ଼ିଶା ପର୍ଯ୍ୟଟନ, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ ରହିଥିବା ବେଳେ ପାର୍ଟନରଶିପ୍‌ ଭାବେ ଅଜନ୍ତା ଆଡଭୋଟାଇଜର୍ସ, ସମାଜବାଦୀ ସୋସାଇଟି, ଧରିତ୍ରୀ, ପଣ୍ଡା ଟ୍ରାଭେଲ୍‌ ମାର୍ଟ, ଓମ୍‌ଫେଡ୍‌ ଏବଂ ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ୍‌ ରହିଛନ୍ତି।

The post ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌ appeared first on Dharitri Odia News.