ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କନ୍ଧମାଳ ଜ଼ିଲା ଗୁମାଗଡର ସୁଶାନ୍ତ କଂହର (୪୬) ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ମାରଦିଙ୍ଗ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ପରିବାର ସହ ଚାରିଛକ ବଜ଼ାର ନିକଟ ଠିଡିକାଜୋରଠାରେ ଭଡାରେ […] The post ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ appeared first on Dharitri Odia News.

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କନ୍ଧମାଳ ଜ଼ିଲା ଗୁମାଗଡର ସୁଶାନ୍ତ କଂହର (୪୬) ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ମାରଦିଙ୍ଗ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ପରିବାର ସହ ଚାରିଛକ ବଜ଼ାର ନିକଟ ଠିଡିକାଜୋରଠାରେ ଭଡାରେ ରହିଆସୁଥିଲେ। ଶୁକ୍ରବାର ରାତିରେ ଶିକ୍ଷକ ଓ ତାଙ୍କ ଝିଅ ଶୁଭସ୍ମିତା କଂହର (୧୬) ଓ ସ୍ତ୍ରୀ ଖାଇ ସାରିବା ପରେ ଶୋଇଥିଲେ। ରାତିରେ ଏକ ବିଷ ଧର ସାପ ଶିକ୍ଷକ ଶ୍ରୀ କଂହର ଓ ତାଙ୍କ ଝିଅକୁ କାମୁଡିଥିଲା। କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ। କିଛି ସମୟ ପରେ ଝିଅର ଛାତି କାଟି ଥିବାବେଳେ ଶିକ୍ଷକଙ୍କ ମୁଣ୍ଡ ବୁଲାଇଥିଲା। ସଙ୍ଗେ ସଙ୍ଗେ ଆଉ ଜଣେ ଶିକ୍ଷକଙ୍କୁ ରାତିରେ ଖବର ଦେବା ପରେ ଫୁଲବାଣୀ ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଝିଅର ମୃତ୍ୟୁ ହୋଇଥିବାବେଳେ ତା’ପରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଝିଅ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପଢୁଥିଲେ ଖବର ପାଇ ବହୁ ଶିକ୍ଷକ ମେଡିକାଲକୁ ଯାଇଥିଲେ। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରବର୍ଗଙ୍କୁ ଦିଆଯିବ ବୋଲି ଜଣାପଡିଛି। ଏ ନେଇ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।

The post ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ appeared first on Dharitri Odia News.