ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ ହେବା ସହ ବେକରେ ରଶି ଲଗାଇ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିବା ସହ ଆତ୍ମହତ୍ୟାର କାରଣ […] The post ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ appeared first on Dharitri Odia News.

ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ ହେବା ସହ ବେକରେ ରଶି ଲଗାଇ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାଇଥିଲେ। ପୋଷ୍ଟ ହେବା ମାତ୍ରେ ଉକ୍ତ ଭିଡିଓଟି ଉକ୍ତ ପୋଷ୍ଟ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା। ମେଟା ଏଆଇ ଉକ୍ତ ଭିଡିଓକୁ ଡିସ୍‌ଟ୍ରେସ୍‌ କାଟେଗୋରୀରେ ସ୍ଥାନିତ କରି ୟୁପି ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ ଆଲର୍ଟ ଜାରି କରିଥିଲା। ଆଲର୍ଟ ସମ୍ପର୍କରେ ସଙ୍ଗେ ସଙ୍ଗେ ୟୁପି ଡିଜି କାର୍ଯ୍ୟାଳୟ ନିଗୋହା ଥାନାକୁ ସୂଚନା ଦେଇଥିଲା। ମେଟାର ସୂଚନା ଆଧାରରେ ପୋଲିସ ମହିଳାଙ୍କ ଲୋକେଶନ ଟ୍ରେସ୍‌ କରିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ଆତ୍ମହତ୍ୟା କରିବାରୁ ବାରଣ କରିଥିଲା।

ସୋମବାର ଘଟଣା ସମ୍ପର୍କ ଲକ୍ଷ୍ନୌ ଏସିପି (ମୋହନଲାଲଗଞ୍ଜ) ରଜନୀଶ ବର୍ମା ସୂଚନା ଦେଇ କହିଛନ୍ତି, ମହିଳା ଜଣକ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ନେଇ ତାଙ୍କ ପରିବାରର କେହି ଜାଣି ନ ଥିଲେ। ସେ ୪ ମାସ ତଳେ ଜଣେ ଯୁବକଙ୍କୁ ଭଲପାଇ ଆର୍ଯ୍ୟ ସମାଜର ଏକ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ସ୍ବାମୀ ସ୍ତ୍ରୀ ରୂପେ ଏକାଠି ରହୁଥିଲେ। ତେବେ ସେମାନଙ୍କର ବିବାହ ଆଇନତଃ ବୈଧ ନ ଥିଲା। କିଛି ଦିନ ତଳେ ମହିଳାଙ୍କ ସ୍ବାମୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ, ତେଣୁ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲେ।

ଏହାପରେ ମହିଳା ଜଣକ ମାନସିକ ଭାବେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ବର୍ମା କହିଛନ୍ତି।
ମହିଳାଙ୍କୁ ଉଦ୍ଧାର କରିବା ପରେ ପୋଲିସ ପ୍ରାୟ ଘଣ୍ଟାଏ ଧରି ତାଙ୍କର କାଉନ୍‌ସେଲିଂ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ୟୁପି ପୋଲିସ ସୋମବାର ତାଙ୍କର ସ୍ବାମୀଙ୍କୁ ଗିରଫ କରିଛି। ମେଟା ଏଆଇର କ୍ୱିକ୍‌ ଆଲର୍ଟ ଫିଚର୍‌ ଯୋଗୁ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ନେଇ ୟୁପି ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ମେଟା ଏଆଇର ସହଯୋଗରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୬୦ରୁ ଅଧିକ ଜୀବନ ରକ୍ଷା କରିବାରେ ୟୁପି ପୋଲିସ ସଫଳ ହୋଇଥିବା ଏହି ବିବୃତିରେ କୁହାଯାଇଛି।

The post ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ appeared first on Dharitri Odia News.