ମେଟ୍ରୋଲ ଶ୍ରମିକଙ୍କ ଉପରେ ଚଢ଼ିଗଲା ଅଭିନେତ୍ରୀଙ୍କ କାର୍: ୧ ମୃତ, ୧ ଆହତ

ମୁମ୍ବାଇ: ମୋଟ୍ରୋ ଶ୍ରମିକଙ୍କ ଉପରେ ଚଢ଼ିଗଲା ଅଭିନେତ୍ରୀଙ୍କ କାର୍। ଘଟଣାରେ ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଟି ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଉର୍ମିଲା କୋଠାରୀଙ୍କର। ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର କାନ୍ଦିବଲିରେ ଏହି ଦୁର୍ଘଟଣା ହୋଇଛି। ଘଟଣାରେ ଅଭିନେତ୍ରୀ ଉର୍ମିଲା ଓ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଉର୍ମିଲା ଏକ ଫିଲ୍ମ ଶୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ ଦ୍ରୁତ ଗତିରେ ଆସୁଥିବା ଯୋଗୁ ଡ୍ରାଇଭର ଭାରାସାମ୍ୟ ହରାଇ ଦୁଇ ମେଟ୍ରୋ ଶ୍ରମିକଙ୍କ ଉପରେ ଚଢ଼ାଇ ଦେଇଥିଲେ। ତେବେ କାର୍‌ର ଏୟାର୍ ବ୍ୟାଗ୍ ଠିକ୍ ସମୟରେ ଖୋଲିଯିବାରୁ ଅଭିନେତ୍ରୀ ଗୁରୁତର ଆହତ ହେବାରୁ ବର୍ତ୍ତି ଯାଇଛନ୍ତି ବୋଲି ପୁଲିସ କହିଛି। ମାମଲାରେ ଡ୍ରାଇଭରଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି।  ଉର୍ମିଲା କନାଟେକର କୋଠାରୀ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଦୁନିଆଦାରୀ, ଶୁଭମଙ୍ଗଳ ସାବଧାନ ଏବଂ ତି ସାନ୍ଧ୍ୟା କାଏ କର୍ତ୍ତେ ଭଳି ଅନେକ ଲୋକପ୍ରିୟ ସିନେମାରେ ସେ ଅଭିନୟ କରିଛନ୍ତି। ନିକଟରେ ସେ ‘ତୁଝେ ମି ଗୀତ ଗାତ ଆହେ’ ଧାରାବାହିକ ମାଧ୍ୟମରେ ପରଦା ଉପରକୁ ଫେରିଥିଲେ।    

ମେଟ୍ରୋଲ ଶ୍ରମିକଙ୍କ ଉପରେ ଚଢ଼ିଗଲା ଅଭିନେତ୍ରୀଙ୍କ କାର୍: ୧ ମୃତ, ୧ ଆହତ

ମୁମ୍ବାଇ: ମୋଟ୍ରୋ ଶ୍ରମିକଙ୍କ ଉପରେ ଚଢ଼ିଗଲା ଅଭିନେତ୍ରୀଙ୍କ କାର୍। ଘଟଣାରେ ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଟି ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଉର୍ମିଲା କୋଠାରୀଙ୍କର। 

ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର କାନ୍ଦିବଲିରେ ଏହି ଦୁର୍ଘଟଣା ହୋଇଛି। ଘଟଣାରେ ଅଭିନେତ୍ରୀ ଉର୍ମିଲା ଓ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଉର୍ମିଲା ଏକ ଫିଲ୍ମ ଶୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାର୍‌ ଦ୍ରୁତ ଗତିରେ ଆସୁଥିବା ଯୋଗୁ ଡ୍ରାଇଭର ଭାରାସାମ୍ୟ ହରାଇ ଦୁଇ ମେଟ୍ରୋ ଶ୍ରମିକଙ୍କ ଉପରେ ଚଢ଼ାଇ ଦେଇଥିଲେ। ତେବେ କାର୍‌ର ଏୟାର୍ ବ୍ୟାଗ୍ ଠିକ୍ ସମୟରେ ଖୋଲିଯିବାରୁ ଅଭିନେତ୍ରୀ ଗୁରୁତର ଆହତ ହେବାରୁ ବର୍ତ୍ତି ଯାଇଛନ୍ତି ବୋଲି ପୁଲିସ କହିଛି। ମାମଲାରେ ଡ୍ରାଇଭରଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି।  

ଉର୍ମିଲା କନାଟେକର କୋଠାରୀ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଦୁନିଆଦାରୀ, ଶୁଭମଙ୍ଗଳ ସାବଧାନ ଏବଂ ତି ସାନ୍ଧ୍ୟା କାଏ କର୍ତ୍ତେ ଭଳି ଅନେକ ଲୋକପ୍ରିୟ ସିନେମାରେ ସେ ଅଭିନୟ କରିଛନ୍ତି। ନିକଟରେ ସେ ‘ତୁଝେ ମି ଗୀତ ଗାତ ଆହେ’ ଧାରାବାହିକ ମାଧ୍ୟମରେ ପରଦା ଉପରକୁ ଫେରିଥିଲେ।