ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ
ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ତାଙ୍କୁ ଦେଖା କରିବାକୁ ଯାଉଥିଲେ। ଏଥିସହ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଧାରସୂତ୍ରରେ ଆର୍ଥିକ ସହାୟତା ସାବିତ୍ରୀଙ୍କୁ ୧ ଲକ୍ଷ୍ ଟଙ୍କା ମାଗିଥିଲେ। ସାବିତ୍ରୀ […] The post ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ appeared first on Dharitri Odia News.
ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ତାଙ୍କୁ ଦେଖା କରିବାକୁ ଯାଉଥିଲେ। ଏଥିସହ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଧାରସୂତ୍ରରେ ଆର୍ଥିକ ସହାୟତା ସାବିତ୍ରୀଙ୍କୁ ୧ ଲକ୍ଷ୍ ଟଙ୍କା ମାଗିଥିଲେ। ସାବିତ୍ରୀ ଗୁରୁବାର ୮୫ ହଜାର ଟଙ୍କା ନେଇ ନିଜ ଗାଡ଼ିରେ ଯାଉଥିଲେ। ଯାଉଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ତରତରାଠାରେ ପୂର୍ବରୁ ବିଭିନ୍ନ ଗାଡିକୁ ଫ୍ଲାଇଂ ସ୍କ୍ୱାଡ ଚେକ କରୁଥିଲା। ଉକ୍ତ ଟିମ୍ ସାବିତ୍ରୀଙ୍କ ଗାଡିକୁ ଚେକ କରିଥିଲା। ତାଙ୍କ ଠାରୁ ୮୪ ହଜାର ୪୦୦ ଟଙ୍କା ଜବତ କରିଥିଲା। ସାବିତ୍ରୀ କହିଛନ୍ତି, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ମେଡିକାଲ ଖର୍ଚ୍ଚ ପାଇଁ ଧାର ସୂତ୍ରରେ ଆର୍ଥିକ ସହାୟତା ମାଗିଥିଲେ। ସେହି ଟଙ୍କା ନେଇ ଯାଉଥିବା ବେଳେ ସ୍କ୍ୱାଡ ଟିମ ଉକ୍ତ ଟଙ୍କା ଜବତ କରି ନେଇଛନ୍ତି। ସାବିତ୍ରୀ ହାଟଡିହୀ ବ୍ଲକ ଅଧ୍ୟକ୍ଷା ଭାବେ ଏବେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷେ ବିରୋଧୀ ଏହାକୁ ନେଇ ରାଜନୈତିକ ରୂପ ଦେବା ଆରମ୍ଭ କରିଦେଇଛି। ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ ଟିମ ଧରିଥିବା ବିରୋଧୀ କହୁଛନ୍ତି। ଏହାର ଜବାବରେ ସାବିତ୍ରୀ କହିଛନ୍ତି, ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ପାଇଁ ଦିନରେ କେହି ରାଜରାସ୍ତାରେ ୮୪ ହଜାର ୪୦୦ ଟଙ୍କା ଧରି ଯାଆନ୍ତି ନାହିଁ। ମିଛ କହି ଅପପ୍ରଚାର କରିବା ବିରୋଧୀଙ୍କ ଏକ ଜନ୍ମଗତ ଅଭ୍ୟାସ ଅଟେ।
The post ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ appeared first on Dharitri Odia News.