ମେଣ୍ଟ ଗତିଶୀଳତା
ମେଣ୍ଟ ଧର୍ମର ପ୍ରବେଶ ସହିତ ରାଜନୈତିକ ଗତିଶୀଳତା ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ସରକାରର ମୁଖ୍ୟ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ହେଲେ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ବାବୁଙ୍କ ମଧ୍ୟରେ ଆଶଙ୍କା ରହିଛି। ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ଉପରେ ରହିଛି। ବର୍ତ୍ତମାନ କ୍ୟାବିନେଟ ଗଠନ ହୋଇ ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ବଣ୍ଟନ ହୋଇଛି ଏବଂ ପ୍ରମୁଖ ମନ୍ତ୍ରଣାଳୟଗୁଡିକୁ ପୁରୁଣା ବିଶ୍ୱସ୍ତମାନେ ଫେରିପାଇଛନ୍ତି। ଏହି ବିଷୟ […] The post ମେଣ୍ଟ ଗତିଶୀଳତା appeared first on Dharitri Odia News.
ମେଣ୍ଟ ଧର୍ମର ପ୍ରବେଶ ସହିତ ରାଜନୈତିକ ଗତିଶୀଳତା ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ସରକାରର ମୁଖ୍ୟ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ହେଲେ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ବାବୁଙ୍କ ମଧ୍ୟରେ ଆଶଙ୍କା ରହିଛି। ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ଉପରେ ରହିଛି। ବର୍ତ୍ତମାନ କ୍ୟାବିନେଟ ଗଠନ ହୋଇ ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ବଣ୍ଟନ ହୋଇଛି ଏବଂ ପ୍ରମୁଖ ମନ୍ତ୍ରଣାଳୟଗୁଡିକୁ ପୁରୁଣା ବିଶ୍ୱସ୍ତମାନେ ଫେରିପାଇଛନ୍ତି। ଏହି ବିଷୟ ସମ୍ଭବତଃ ପିଏମ୍ଓ ସଂରଚନାରେ ପ୍ରତିଫଳିତ ହେବ। ପର୍ଯ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ ଗୁଜରାଟ କ୍ୟାଡରର ବିଶ୍ୱସ୍ତ ଅଧିକାରୀମାନେ ସେଠାରେ ପୂର୍ବପରି ରହିପାରନ୍ତି। ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଅଧୀନରେ ଏହି ଅଧିକାରୀମାନେ କାର୍ଯ୍ୟ କରିଛନ୍ତି। କିନ୍ତୁ ଉତ୍ତରପ୍ରଦେଶରେ ସମ୍ପ୍ରତି ହୋଇଥିବା ନିର୍ବାଚନରେ ପୁନଃମୂଲ୍ୟାଙ୍କନ ହୋଇପାରେ ବୋଲି କେତେକ ଅନୁଭବ କରୁଛନ୍ତି। ଏଥିରେ ଗୁଜରାଟ କ୍ୟାଡର ଆଇଏଏସ୍ ଅଧିକାରୀ ଅରବିନ୍ଦ ଶର୍ମାଙ୍କୁ ପିଏମ୍ଓକୁ ଡକାଯାଇପାରେ। ପିଏମ୍ଓରେ ପି.କେ.ମିଶ୍ରଙ୍କ ପରି ଅନ୍ୟ ବିଶ୍ୱସ୍ତ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କମ୍ପ୍ଟ୍ରୋଲର ଓ ଅଡିଟର ଜେନେରାଲ ଜି.ସି. ମୁର୍ମୁଙ୍କ ନାମ ଅନୁଧ୍ୟାନ କରାଯାଉଥିବା ଜଣାପଡ଼ିଛି। ସରକାରରେ ନୂଆ ଦୃଷ୍ଟିକୋଣ ନେଇ ବ୍ୟାପକ ରଣନୀତି ଆପଣାଇବାକୁ ଯାଉଥିବାରୁ ଉଚ୍ଚ ପଦବୀରେ ଦୀର୍ଘ ଦିନ କାର୍ଯ୍ୟ କରିଥିବା ଏହି ଅଧିକାରୀମାନଙ୍କ କାର୍ଯ୍ୟକାଳ ଶୀଘ୍ର ଶେଷ ହୋଇପାରେ। ଏବେ ଯେ କୌଣସି ଆନ୍ଦୋଳନ ନୂତନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରମୁଖ ଅନୁଷ୍ଠାନର କାର୍ଯ୍ୟକଳାପକୁ ଯଥେଷ୍ଟ ପ୍ରଭାବିତ କରିବ। ଏଭଳି ସ୍ଥିତିରେ ନିରନ୍ତରତା ଏବଂ ଦକ୍ଷତା ବଜାୟ ରଖିବା ପାଇଁ ଏହି ଅଧିକାରୀମାନଙ୍କର ପାରଦର୍ଶିତା ଏବଂ ନିରନ୍ତରତା ଗୁରୁତ୍ୱପୂର୍ଣ୍ଣ ।
ପରିବର୍ତ୍ତନ ଅପେକ୍ଷାରେ
ତେଲୁଗୁ ଦେଶମ୍ ପାର୍ଟି(ଟିଡିପି) ନେତୃତ୍ୱାଧୀନ ମେଣ୍ଟ(ଜେଏସ୍ପି ଓ ଭାଜପା ସହ) ଆନ୍ଧ୍ରପ୍ର୍ରଦେଶରେ ବିପୁଳ ବିଜୟ ହାସଲ କରିବା ପରେ ଟିଡିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍. ଚନ୍ଦ୍ରାବାବୁ ନାଇଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଫଳରେ ଟିଡିପି ସହ ଭଲ ସମ୍ପର୍କ ରଖି ନ ଥିବା ଅନେକ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ଅସହଜ ମଣୁୁଛନ୍ତି। ନାଇଡୁ ତାଙ୍କର ପ୍ରଶାସନିକ ଆଭିମୁଖ୍ୟ ଏବଂ ଦୂରଦର୍ଶୀ ସ୍ବଭାବ ପାଇଁ ବେଶ୍ ଜଣାଶୁଣା। ତାଙ୍କର କ୍ଷମତାକୁ ଫେରିବାକୁ ନବୀକରଣ ପ୍ରଗତି ଏବଂ ଦକ୍ଷତାର ଅଗ୍ରଦୂତ ଭାବେ ଦେଖାଯାଉଛି। ପରିବର୍ତ୍ତନ ଚାଲିଲାଣି। ପ୍ରଥମ ମୁଖ୍ୟ ପରିବର୍ତ୍ତନ ହେଉଛି କେ.ଏସ୍.ଜବାହର ରେଡ୍ଡୀଙ୍କୁ ଛୁଟି ନେବାକୁ କୁହାଗଲା ପରେ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ସ୍ବତନ୍ତ୍ର ମୁଖ୍ୟ ସଚିବ ନୀରବ କୁମାର ପ୍ରସାଦଙ୍କୁ ନିଯୁକ୍ତ କରାଯାଇଛି। କେବଳ ସେ ନୁହନ୍ତି, ଅନେକ ଆଇପିଏସ୍ ଅଧିକାରୀ ଯେଉଁମାନେ ଟିଡିପି ନେତାଙ୍କ ବିରୋଧରେ ପ୍ରମୁଖ ମାମଲା ପରିଚାଳନା କରିଥିଲେ ସେମାନେ ଘାବରେଇ ଯାଇଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି ପି.ଏସ୍.ଆର୍. ଅଞ୍ଜାନେଇଲୁ, ପି.ଭି. ସୁନୀଲ କୁମାର, ଏନ୍. ସଞ୍ଜୟ, କାନ୍ତିରାଣା ଟାଟା, କୋଲି ରଘୁରାମ ରେଡ୍ଡୀ, ଓ୍ବାଇ. ରବିଶଙ୍କର ରେଡ୍ଡୀ ଏବଂ ଓ୍ବାଇ. ରିଷାନ୍ତ ରେଡ୍ଡୀଙ୍କ ସମେତ ଜଣେ ଆଇଏଏସ୍ ଅଧିକାରୀ ଏସ୍.ଏସ୍. ରାଓ୍ବତ। ଏହା ମଧ୍ୟ ନିଶ୍ଚିତ ଯେ ନୂତନ ପ୍ରଶାସନ ସମସ୍ତ ଜିଲାର ଜିଲାପାଳ, ପୋଲିସ ଅଧୀକ୍ଷକ, ପୋଲିସ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି। ଏହା ଶୀଘ୍ର ହେବାକୁ ଯାଉଥିବାରୁ ଅଧିକାରୀମାନେ ନାଇଡୁଙ୍କ ଘନିଷ୍ଠଙ୍କ ମାଧ୍ୟମରେ ଅନୁକୂଳ ପଦବୀ ପାଇଁ ଲବି କରୁଥିବା ଜଣାଯାଇଛି।
ଘର ପାଇଁ ଲଢ଼େଇ
ତାମିଲନାଡୁ ଥାୟୁରରେ କିଛି ବଡ଼ ନାଟକ ଚାଲିଛି। ଏକ ବଙ୍ଗଳାର ଅଧିକାର ଫେରିପାଇବାକୁ ପୂର୍ବତନ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସ କରିଥିବା ଆବେଦନ ଉପରେ ନିଷ୍ପତ୍ତିକୁ ଜଷ୍ଟିସ ଅନୀତା ସୁମନ୍ତ ସ୍ଥଗିତ ରଖିଛନ୍ତି। ଉଭୟ ଦାସ ଏବଂ ତାଙ୍କଠାରୁ ଅଲଗା ହୋଇଯାଇଥିବା ପତ୍ନୀ ତଥା ତାମିଲନାଡୁର ଶକ୍ତି ସଚିବ ବେଲା ଭେଙ୍କଟେସନ ଏହି ବଙ୍ଗଳାର ଅଧିକାର ପାଇଁ ଦାବି କରୁଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରୁ ଭେଙ୍କଟେସନଙ୍କ ତରଫରୁ ଲଢୁଥିବା ଓକିଲ ଯୁକ୍ତି କରିଥିଲେ ଯେ ବଙ୍ଗଳାର ମାଲିକାନା ଦାବି କରିବାରେ ଦାସଙ୍କର କୌଣସି ଅଧିକାର ନାହିଁ। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ହଠାତ୍ ପୁଣି ଦେଖାଦେବା ଏବଂ ସମ୍ପତ୍ତି ଅଧିକାର ନେବାକୁ ଚେଷ୍ଟା କରିବା ପୂର୍ବରୁ ଦାସ ଦୁଇ ମାସ ଧରି ନିଖୋଜ ଥିଲେ। ଏହା ସହ ଦାସଙ୍କ ବିରୋଧରେ ଅନ୍ୟର ଘର ଜବରଦଖଲ କରିବାକୁ ନେଇ ଏକ ଆପରାଧିକ ମାମଲା ରହିଛି ଏବଂ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଅପର ପକ୍ଷରେ ପୂର୍ବତନ ଡିଜିପିଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଯୁକ୍ତି କରିଛନ୍ତି ଯେ, ଜମି ଭେଙ୍କଟେସନଙ୍କ ନାମରେ ଥାଇ ମଧ୍ୟ ଦାସ ଗୃହ ଋଣ ପାଇଁ ଅର୍ଥ ପରିଶୋଧ କରୁଛନ୍ତି ଏବଂ ଦୀର୍ଘଦିନରୁ ସେଠାରେ ରହୁଛନ୍ତି। ଯେତେବେଳେ ବିଚାରପତି ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ, ଭେଙ୍କଟେସନଙ୍କ ଓକିଲ ତୁରନ୍ତ ମନା କରିଦେଇଥିଲେ। ତେଣୁ ଆମେ ଜଣେ ନିଖୋଜ ପୂର୍ବତନ ଡିଜିପିଙ୍କୁ ପୁନର୍ବାର ଦେଖିବାକୁ ପାଉଛୁ, ଶକ୍ତି ସଚିବ ଅଧିକାର ଛଡ଼ାଇ ନେବାର ମୂଳରେ ରହିଛି ଏକ ବଙ୍ଗଳା । ବାସ୍ତବ ଜୀବନ ଆମକୁ ଏହିପରି ପ୍ଲଟ ଦେଉଥିବାବେଳେ ଟିଭି କିମ୍ବା ରେଡିଓରେ ଏଭଳି କାହାଣୀର ପ୍ରସାରଣ କାହିଁକି ବା କିଏ ଖୋଜିବ।
Email: dilipcherian@gmail.com
The post ମେଣ୍ଟ ଗତିଶୀଳତା appeared first on Dharitri Odia News.