ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ ସାମଲ । କହିଲେ, ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ।
କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା । ହେଲେ ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟକୁ ମନମୋହନ ସିଧାସଳଖ ମନା କରିଦେଇଛନ୍ତି । ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ […] The post ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ ସାମଲ । କହିଲେ, ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । first appeared on Kanak News.

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା । ହେଲେ ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟକୁ ମନମୋହନ ସିଧାସଳଖ ମନା କରିଦେଇଛନ୍ତି ।
ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସାରି ଭୁବନେଶ୍ୱର ଫେରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ । ମେଂଟକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, ବିଜେଡି ସହ ମେଂଟ ହେବାର ପ୍ରଶ୍ନ ଉଠୁନାହିଁ । ବିଜେପି ଏକାକୀ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ । ଆଉ ଓଡ଼ିଶାରେ ଡବଲ୍ ଇଂଜିନ ସରକାର ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମନମୋହନ । ମନମୋହନ ଆହୁରି କହିଛନ୍ତି, ମେଂଟ ଚର୍ଚ୍ଚା କେବଳ ଏକ କାହାଣୀ ଛଡ଼ା ଆଉ କିଛି ନୁହେଁ । ଗୁଜବର କୌଣସି ହାତ, ଗୋଡ଼ ନାହିଁ । ଏଥର ବିଜେପିକୁ ବମ୍ପର ଭୋଟ୍ ମିଳିବ ବୋଲି ମଧ୍ୟ ଦୃଢ଼ତାର ସହ କହିଛନ୍ତି ।
The post ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ ସାମଲ । କହିଲେ, ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । first appeared on Kanak News.