ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ
ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ କିଏ ପ୍ରାର୍ଥୀ ହେବେ ସେନେଇ ନେତାମାନେ ଚିନ୍ତିତ ଥିବା ବେଳେ କର୍ମୀମାନେ ଅନାଇ ରହିଛନ୍ତି। ଏପରିକି ବିଜେଡିରୁ ପ୍ରଫୁଲ୍ଲ ସାମଲ ଓ ଭାଜପାରୁ ମନମୋହନ ସାମଲଙ୍କ କଥା ମଧ୍ୟ ଉଠିଲାଣି। ୨୦୦୪ ବିଧାନସଭା ନିର୍ବାଚନରେ […] The post ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ appeared first on Dharitri Odia News.
ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ କିଏ ପ୍ରାର୍ଥୀ ହେବେ ସେନେଇ ନେତାମାନେ ଚିନ୍ତିତ ଥିବା ବେଳେ କର୍ମୀମାନେ ଅନାଇ ରହିଛନ୍ତି। ଏପରିକି ବିଜେଡିରୁ ପ୍ରଫୁଲ୍ଲ ସାମଲ ଓ ଭାଜପାରୁ ମନମୋହନ ସାମଲଙ୍କ କଥା ମଧ୍ୟ ଉଠିଲାଣି। ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଥିଲା।
ସେହି ଅନୁଯାୟୀ ଭଣ୍ଡାରିପୋଖରୀ ଆସନ ବିଜେଡି ହାତରେ ରହିଥିଲା । ୨୦୦୦ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୪ ଶହ ୪୧ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ କୁମାରଶ୍ରୀ ଚିରଞ୍ଜୀବ୍ ୩୯ ହଜାର ୭ ଶହ ୮୯ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୦୪ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୬ ଶହ ୭୫ ଭୋଟ ପାଇ ପରାଜିତ ହୋଇଥିଲେ ।
ସେତେବେଳେ କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ୬୧ ହଜାର ୨ ଶହ ୨୧ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୯ରୁ ଅଦ୍ୟାବଧି ସେଠାରେ ବିଜେଡିର ପ୍ରଫୁଲ୍ଲ ସାମଲ ବିଧାୟକ ରହିଆସିଛନ୍ତି। ଦେଖିବାକୁ ଗଲେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ ମେଣ୍ଟ ଥରେ, ବିଜେଡି ୩ଥର ଓ କଂଗ୍ରେସ ଥରେ ଜିତିଛି ା ଗତ କିଛି ଦିନ ତଳେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ଇଡି ଚଢ଼ାଉ ହେବା ପରଠାରୁ କର୍ମୀଙ୍କ ମହଲରେ ଉତ୍ସାହ ହ୍ରାସ ପାଇଥିବା ଦେଖାଯାଇଛି। ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ମଧ୍ୟରେ କିଏ ଟିକେଟ ପାଇବେ ସେନେଇ କର୍ମୀମାନେ ଚିନ୍ତାରେ ରହିଥିଲେ। ଏବେ ମେଣ୍ଟ ରାଜନୀତି କର୍ମୀମାନଙ୍କୁ ଆହୁରି ଅଡୁଆରେ ପକାଇଛି। ଏହି ଆସନ ବିଜେଡି ନେବ ନା ଭାଜପା ଭାଗରେ ପଡ଼ିବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ କର୍ମୀମାନେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ।
ଅପରପକ୍ଷେ ମେଣ୍ଟ ହେଲେ ଏହି ଆସନ ଭାଜପା ଭାଗରେ ପଡ଼ିବ ଏବଂ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏଠାରୁ ନିର୍ବାଚନ ଲଢ଼ିବେ ବୋଲି ଦଳୀୟ କର୍ମୀ ଆଲୋଚନା କରୁଛନ୍ତି। କାରଣ ୨୦୦୯ ନିର୍ବାଚନରେ ମନମୋହନ ସାମଲ ଏଠାରେ ପ୍ରତିଦ୍ୱନ୍ଦ୍ୱିିତା କରି ୨୧ ହଜାର ୧୬୦ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ।ସେହି ନିର୍ବାଚନ ପରଠାରୁ ଭାଜପା ଏହି ଆସନରେ ନିଜର ସ୍ଥିତିକୁ ସୁଦୃଢ଼ କରି ପାରିଛି। ଭାଜପା ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ୨୦୧୪ ନିର୍ବାଚନରେ ୨୮ ହଜାର ୮୦୯ ଏବଂ ୨୦୧୯ ନିର୍ବାଚନରେ ୩୯ ହଜାର ୧୪୧ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ।
The post ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ appeared first on Dharitri Odia News.