ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍ପେନ୍ସ
ଭୁବନେଶ୍ୱର,୧୫।୩: ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଆଶା ଏବଂ ଆଶଙ୍କା ବଢୁଥିବାବେଳେ ନିକଟରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଚିଲିକା ବିଧାୟକ ନିଜ ପ୍ରତିକ୍ରିୟା ଦେଇଛନ୍ତି। ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି। ଯେହେତୁ ଜଣକ ପରେ ଜଣେ ବିଜେଡି ନେତା ଓ କର୍ମୀ ଭାଜପାରେ ଯୋଗ ଦେଇଛନ୍ତି । ସେଥିଲାଗି ମେଣ୍ଟ ଚର୍ଚ୍ଚା କରି ବିଜେଡି ଦ୍ୱନ୍ଦ ସୃଷ୍ଟି କରୁଛି।୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ସଂସଦୀୟ […] The post ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍ପେନ୍ସ appeared first on Dharitri Odia News.
ଭୁବନେଶ୍ୱର,୧୫।୩: ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଆଶା ଏବଂ ଆଶଙ୍କା ବଢୁଥିବାବେଳେ ନିକଟରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଚିଲିକା ବିଧାୟକ ନିଜ ପ୍ରତିକ୍ରିୟା ଦେଇଛନ୍ତି। ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି। ଯେହେତୁ ଜଣକ ପରେ ଜଣେ ବିଜେଡି ନେତା ଓ କର୍ମୀ ଭାଜପାରେ ଯୋଗ ଦେଇଛନ୍ତି । ସେଥିଲାଗି ମେଣ୍ଟ ଚର୍ଚ୍ଚା କରି ବିଜେଡି ଦ୍ୱନ୍ଦ ସୃଷ୍ଟି କରୁଛି।୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ସଂସଦୀୟ କ୍ଷେତ୍ରରେ ଲଢେଇ ପାଇଁ ଆମର ପ୍ରସ୍ତୁତି ଚାଲିଛି। ଭାଜପା ଆଡୁ ମେଣ୍ଟ ଚର୍ଚ୍ଚା କେବେ ହେଇନି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ଭାଜପା ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଣ୍ଟ ଚର୍ଚ୍ଚାକୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲିଦେଇଛି।
The post ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍ପେନ୍ସ appeared first on Dharitri Odia News.