ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ

ଡେରାବିଶ,୨୨ା୫(ବେବର୍ତ୍ତା ଅଜୟ ଦାସ):ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଓ ଜଣେ ଭିନ୍ନକ୍ଷମଙ୍କ ଘରେ ତାଲା ପକାଯିବା ପରେ ସେହି ପରିବାର ଲୋକେ ପାଲ ତଳେ ଆଶ୍ରୟ ନେବା ଘଟଣା ଡେରାବିଶ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ବ୍ୟକ୍ତି ଜଣକ ଥାନାରେ ନ୍ୟାୟ ପାଇଁ ଆଶ୍ରୟ ନେଇଛନ୍ତି। ସୂଚନା ଅନୁଯାୟୀ, ଡେରାବିଶ ଥାନା ଅଧୀନ କାଉପଡା ପଞ୍ଚାୟତ ବାଘିଲୋବାବପୁର ଗ୍ରାମର ନରହରି ନାଥଶର୍ମା ଜଣେ […] The post ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ appeared first on Dharitri Odia News.

ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ

ଡେରାବିଶ,୨୨ା୫(ବେବର୍ତ୍ତା ଅଜୟ ଦାସ):ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଓ ଜଣେ ଭିନ୍ନକ୍ଷମଙ୍କ ଘରେ ତାଲା ପକାଯିବା ପରେ ସେହି ପରିବାର ଲୋକେ ପାଲ ତଳେ ଆଶ୍ରୟ ନେବା ଘଟଣା ଡେରାବିଶ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ବ୍ୟକ୍ତି ଜଣକ ଥାନାରେ ନ୍ୟାୟ ପାଇଁ ଆଶ୍ରୟ ନେଇଛନ୍ତି।
ସୂଚନା ଅନୁଯାୟୀ, ଡେରାବିଶ ଥାନା ଅଧୀନ କାଉପଡା ପଞ୍ଚାୟତ ବାଘିଲୋବାବପୁର ଗ୍ରାମର ନରହରି ନାଥଶର୍ମା ଜଣେ ଭିନ୍ନକ୍ଷମ ବ୍ୟକ୍ତି। ସରକାରଙ୍କ ବାସଗୃହ ଯୋଜନାରେ ପାଇଥିବା ଏକ ଘରେ ପରିବାର ସହ ସେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି। ମାତ୍ର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପଡ଼ୋଶୀ ନାରାୟଣ ନାଥଶର୍ମାଙ୍କ ପରିବାର ସହ ତାଙ୍କର ବିବାଦ ଲାଗି ରହିଥିଲା ା ଏହାର ସମାଧାନ ପାଇଁ ପଞ୍ଚାୟତର ସରପଞ୍ଚ ପ୍ରତାପ ଚନ୍ଦ୍ର ବେହେରାଙ୍କ ସମେତ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଉଦ୍ୟମ କରିଥିଲେ। ତେବେ ଉଭୟ ପକ୍ଷଙ୍କ ସମ୍ମତି ଅନୁସାରେ ଗତ ୩ ଦିନ ତଳେ ଅମିନ ଡକାଯାଇ ବିବାଦୀୟ ଜମିର ମାପଚୁପ କରାଯାଇଥିଲା ବୋଲି ନରହରି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ମାତ୍ର ଭଦ୍ରବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ମାପଚୁପକୁ ପଡ଼ୋଶୀ ନାରାୟଣ ଅଗ୍ରାହ୍ୟ କରିବା ସହ ସୋମବାର ଭିନ୍ନକ୍ଷମ ନରହରିଙ୍କ ଘରେ ତାଲା ପକାଇ ଦେଇଥିଲେ ା ଫଳରେ ଘର ସମ୍ମୁଖରେ ଭିନ୍ନକ୍ଷମ ନରହରି ପରିବାର ଲୋକଙ୍କ ସହ ପାଲତଳେ ଆଶ୍ରୟ ନେଇଛନ୍ତି ା ଏପରି ପରିସ୍ଥିତିରେ ନ୍ୟାୟ ପାଇଁ ନରହରି ଥାନାରେ ଅଭିଯୋଗ କରିଛନ୍ତି ା ତାଙ୍କ ଅଭିଯୋଗକୁ ଭିତ୍ତି କରି ଡେରାବିଶ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

The post ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ appeared first on Dharitri Odia News.