ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା

ମୁମ୍ବାଇ,୩୦।୮: ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ମହାୟୁତି ସହଯୋଗୀ ଦଳର ନେତା ତାନାଜୀ ସାୱନ୍ତ ନିଜର ସହଯୋଗୀ ଅଜିତ ପାଓ୍ବାରଙ୍କ ଏନସିପି ଦଳ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଯାହାକୁ କାଉଣ୍ଟର କରିଛି ଏନସିପି। କହିରଖୁଛୁ କି, ଶିନ୍ଦେ ଗୋଷ୍ଠୀ ନେତା ସାୱନ୍ତ କହିଥିଲେ ଯେ, ଆମେ ଏନସିପି ସହ କେବେ ବି ସହମତ ହୋଇ ନ ଥିଲୁ। ସେମାନଙ୍କ ପାଖରେ ବସିଲେ […] The post ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା appeared first on Dharitri Odia News.

ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା

ମୁମ୍ବାଇ,୩୦।୮: ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ମହାୟୁତି ସହଯୋଗୀ ଦଳର ନେତା ତାନାଜୀ ସାୱନ୍ତ ନିଜର ସହଯୋଗୀ ଅଜିତ ପାଓ୍ବାରଙ୍କ ଏନସିପି ଦଳ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଯାହାକୁ କାଉଣ୍ଟର କରିଛି ଏନସିପି।

କହିରଖୁଛୁ କି, ଶିନ୍ଦେ ଗୋଷ୍ଠୀ ନେତା ସାୱନ୍ତ କହିଥିଲେ ଯେ, ଆମେ ଏନସିପି ସହ କେବେ ବି ସହମତ ହୋଇ ନ ଥିଲୁ। ସେମାନଙ୍କ ପାଖରେ ବସିଲେ ଆମକୁ ଅସହଜ ଲାଗିବା ସହ ବାନ୍ତି ଲାଗିଥାଏ। ତେବେ ସାୱନ୍ତଙ୍କ ଏହି ବୟାନ ପରେ ଅଜିତ ଗୋଷ୍ଠୀ କଡା ଆକ୍ରମଣ କରିଛନ୍ତି।

ଏନସିପି ମୁଖପାତ୍ର ଉମେଶ ପାଟିଲ କହିଛନ୍ତି , ତାନାଜୀ ସାୱନ୍ତଙ୍କ କଥା ଶୁଣିବା ଅପେକ୍ଷା କ୍ଷମତାରୁ ବାହାରିଯିବା ଭଲ। ଆମେ କ୍ଷମତା ପାଇଁ ଅନ୍ଧ ନୁହେଁ। ସାୱନ୍ତଙ୍କ କାରଣରୁ ଏନସିପି ମେଣ୍ଟ ନାହିଁ। ମେଣ୍ଟ ଯୋଗୁଁ ସେ ଆଜି ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଯଦି ସେ ଏପରି ଆଚରଣ କରୁଛନ୍ତି ତେବେ ମୁଁ ଦଳର ନେତୃତ୍ୱଙ୍କୁ ଅନୁରୋଧ କରୁଛି ଯେ ଆମେ ମେଣ୍ଟରୁ ବାହାରି ଯିବା ଭଲ ହେବ।

ସାଓ୍ବନ୍ତଙ୍କୁ କଟାକ୍ଷ କରି ଏନସିପି ନେତା ଆହୁରି କହିଛନ୍ତି, ବାନ୍ତି କାହିଁକି ହୁଏ ତାହା ତାନାଜୀ ସାୱନ୍ତ ଜାଣନ୍ତି ନାହିଁ। ତାନାଜୀ ସାୱନ୍ତ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ସହିତ ଏହାର କିଛି ସମ୍ପର୍କ ରହିବା ଜରୁରୀ। କିନ୍ତୁ ଯଦି ସେ ମହାୟୁତୀରେ ଥିବାରୁ ବାନ୍ତି କରୁଛନ୍ତି, ତେବେ ଏହାର କାରଣ କେବଳ ଏକନାଥ ସିନ୍ଦେ କହିପାରିବେ।

 

The post ମେଣ୍ଟରୁ ବାହାରିଯିବା ଭଲ… ଶିନ୍ଦେ ଗୋଷ୍ଠୀ ନେତାଙ୍କୁ କଡ଼ା ଜବାବ ଦେଲେଏନସିପି ନେତା appeared first on Dharitri Odia News.