ଚାର୍ଜ ବେଳେ ଜଳିଗଲା ବ୍ୟାଟେରି ସ୍କୁଟି, ଭିଡିଓ ଦେଖିଲେ…
ବାରଙ୍ଗ,୨୮ା୨(ଲିଙ୍ଗରାଜ ରାଉତ): ଶୁକ୍ରବାର ବାରଙ୍ଗଥାନା ଅଧୀନସ୍ଥ ବଡ଼ମୁଣ୍ଡଳି ଗ୍ରାମରେ ଏକ ବ୍ୟାଟେରି ସ୍କୁଟି ଚାର୍ଜ ବେଳେ ଜଳିଯାଇଛି। ଅକ୍ଷୟ କୁମାର ରାଉତ ନାମକ ଜଣେ ବ୍ୟକ୍ତି ନିଜ କାମକୁ ଯିବା ପାଇଁ ତାଙ୍କ ସ୍କୁଟିକୁ ବାହାରେ ଚାର୍ଜ କରି ଘରେ ଖାଇ ବସିଥିଲେ। କିଛି ସମୟ ପରେ ଗାଡ଼ିରେ ଅଚାନକ ନିଆଁ ଲାଗିବା ଆରମ୍ଭ କରିଥିଲା। ଏହା ଜାଣିପାରି ଅକ୍ଷୟ କୌଶଳ କ୍ରମେ ଗାଡ଼ିରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲ। ଫଳରେ ଏକ ବଡ଼ ଅଘଟଣରୁ ପରିବାର […] The post ଚାର୍ଜ ବେଳେ ଜଳିଗଲା ବ୍ୟାଟେରି ସ୍କୁଟି, ଭିଡିଓ ଦେଖିଲେ… appeared first on Dharitri Odia News.
ବାରଙ୍ଗ,୨୮ା୨(ଲିଙ୍ଗରାଜ ରାଉତ): ଶୁକ୍ରବାର ବାରଙ୍ଗଥାନା ଅଧୀନସ୍ଥ ବଡ଼ମୁଣ୍ଡଳି ଗ୍ରାମରେ ଏକ ବ୍ୟାଟେରି ସ୍କୁଟି ଚାର୍ଜ ବେଳେ ଜଳିଯାଇଛି। ଅକ୍ଷୟ କୁମାର ରାଉତ ନାମକ ଜଣେ ବ୍ୟକ୍ତି ନିଜ କାମକୁ ଯିବା ପାଇଁ ତାଙ୍କ ସ୍କୁଟିକୁ ବାହାରେ ଚାର୍ଜ କରି ଘରେ ଖାଇ ବସିଥିଲେ। କିଛି ସମୟ ପରେ ଗାଡ଼ିରେ ଅଚାନକ ନିଆଁ ଲାଗିବା ଆରମ୍ଭ କରିଥିଲା।
ଏହା ଜାଣିପାରି ଅକ୍ଷୟ କୌଶଳ କ୍ରମେ ଗାଡ଼ିରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲ। ଫଳରେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ବର୍ତ୍ତିଯାଇଥିଲେ। ଏହାପରେ ଗାଡ଼ିଟି ପ୍ରଚଣ୍ଡ ଶବ୍ଦ କରି ଫୁଟିଥିଲା। ପରିବାର ଲୋକ ଓ ସାହିପଡ଼ିଶା ମିଶି ବହୁ ପରିଶ୍ରମ କରି ଗାଡ଼ିଟିରେ ଲାଗିଥିବା ନିଆଁକୁ ଲିଭାଇଥିଲେ।
The post ଚାର୍ଜ ବେଳେ ଜଳିଗଲା ବ୍ୟାଟେରି ସ୍କୁଟି, ଭିଡିଓ ଦେଖିଲେ… appeared first on Dharitri Odia News.