ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି

ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ସବୁଠୁ ବଡ଼ କାରଣ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଇଟିଏଚ୍‌ ଜୁରିଚ୍‌ ପକ୍ଷରୁ କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ପୃଥିବୀର ଘୂର୍ଣ୍ଣନ ଏବଂ ଅକ୍ଷରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। […] The post ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି appeared first on Dharitri Odia News.

ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି

ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ସବୁଠୁ ବଡ଼ କାରଣ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଇଟିଏଚ୍‌ ଜୁରିଚ୍‌ ପକ୍ଷରୁ କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ପୃଥିବୀର ଘୂର୍ଣ୍ଣନ ଏବଂ ଅକ୍ଷରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ମେରୁ ଅଞ୍ଚଳର ବରଫ ଅତ୍ୟଧିକ ମାତ୍ରାରେ ତରଳି ଜଳ ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ବହିଯାଉଥିବାରୁ ଏହା ପୃଥିବୀର ବସ୍ତୁତ୍ୱ ବଣ୍ଟନକୁ ବଦଳାଇଦେଇଛି। ଫଳରେ ଆମ ଗ୍ରହର ଘୂର୍ଣ୍ଣନ ଗତି ହ୍ରାସ ପାଇଛି ଏବଂ ଦିନଗୁଡ଼ିକ ସାମାନ୍ୟ ବଢ଼ିଥିବା ଗବେଷଣାରେ କୁହାଯାଇଛି।
ପ୍ରଫେସର ବେନେଡିକ୍ଟ ସୋଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଅଧ୍ୟୟନ ନେଚର ଜିଓସାଇନ୍ସ ଏବଂ ପିଏନ୍‌ଏଏସ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜଣେ ସ୍କେଟର ସ୍କେଟିଂ କରୁଥିବାବେଳେ ମୋଡ଼ ବୁଲିବାକୁ ଯାଇ ସନ୍ତୁଳନ ପାଇଁ ଦୁଇ ହାତକୁ ପ୍ରସାରିତ କରିଥାନ୍ତି। ଏହି ସନ୍ତୁଳନ ଯୋଗୁ ମୋଡ଼ ବୁଲିବାରେ ସୁବିଧା ହୋଇଥାଏ। ପୃଥିବୀର ଘୂର୍ଣ୍ଣନ ମଧ୍ୟ ଅନୁରୂପ ସୂତ୍ରରେ ହୋଇଥାଏ। କିନ୍ତୁ ପୃଥିବୀ ଅକ୍ଷରୁ ବସ୍ତୁତ୍ୱ ଦୂରେଇଯିବା

ଫଳରେ ଏହାର ସ୍ଥାଣୁତା ବଢ଼ୁଛି ଓ ଘୂର୍ଣ୍ଣନ ଧୀର ହେଉଛି। ପୃଥିବୀର ଦିନଗୁଡ଼ିକୁ ଦୀର୍ଘ କରିବାରେ ଚନ୍ଦ୍ରର ଜୁଆର ଆକର୍ଷଣ ପାରମ୍ପରିକ ଭାବେ ମୁଖ୍ୟ କାରଣ ହୋଇ ରହିଆସିଛି। ତେବେ ଗବେଷକମାନଙ୍କ କହିବା ଅନୁଯାୟୀ, ଯଦି ସବୁଜଗୃହ ବାଷ୍ପ ନିର୍ଗମନ ଅବାରିତ ଭାବେ ବର୍ତ୍ତମାନ ଧାରାରେ ଜାରି ରହେ, ତେବେ ଚନ୍ଦ୍ରର ଉକ୍ତ ପ୍ରଭାବକୁ ଜଳବାୟୁ ପରିବର୍ତ୍ତନ ଟପିଯିବ। ଫଳରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମେ ଯାହା ଅନୁଭବ କରୁଛେ, ପୃଥିବୀରେ ତାହାଠାରୁ ବହୁତ ଅଧିକ ପ୍ରଭାବ ପଡ଼ିବ ବୋଲି ପ୍ରଫେସର ସୋଜା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ମେରୁ ଅଞ୍ଚଳର ବରଫ ଆସ୍ତରଣ ତରଳୁଥିବାରୁ ପୃଥିବୀର ଆବର୍ତ୍ତନଶୀଳ ଅକ୍ଷରେ ପରିବର୍ତ୍ତନ ଘଟୁଛି। ଭୌତିକ ତତ୍ତ୍ୱ ସହ କୃତ୍ରିମ ବୁଦ୍ଧିମତ୍ତାକୁ ମିଶାଇ ଗବେଷକମାନେ ପୃଥିବୀର କେନ୍ଦ୍ରସ୍ଥଳ, ଆଭ୍ୟନ୍ତର ଏବଂ ଭୂପୃଷ୍ଠର ପ୍ରକ୍ରିୟା କିପରି ଅକ୍ଷର ଗତିକୁ ପ୍ରଭାବିତ କରୁଛନ୍ତି, ତାହାର ଆକଳନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆମ ଗ୍ରହର ଗତିକୁ ଗଭୀର ପ୍ରଭାବିତ କରିପାରେ ବୋଲି ସେମାନେ ଜାଣିବାକୁ ପାଇଛନ୍ତି।

The post ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି appeared first on Dharitri Odia News.