ମେ’ରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ,୯।୬: ଚଳିତବର୍ଷ ମେ’ ମାସରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରବିବାର ଏକ ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ଭାରତ ପହଞ୍ଚିଥିବାରୁ ଏହାର ପ୍ରଭାବରେ ମେ’ ମାସରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ନିରନ୍ତର ବର୍ଷା ହୋଇଥିଲା, ଯାହାଫଳରେ ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଥିବା ଆଇଏମ୍ଡି କହିଛି। ମେ’ ମାସରେ ସାରା ଭାରତର ହାରାହାରି ମାସିକ ବର୍ଷା […] The post ମେ’ରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୯।୬: ଚଳିତବର୍ଷ ମେ’ ମାସରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରବିବାର ଏକ ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ଭାରତ ପହଞ୍ଚିଥିବାରୁ ଏହାର ପ୍ରଭାବରେ ମେ’ ମାସରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ନିରନ୍ତର ବର୍ଷା ହୋଇଥିଲା, ଯାହାଫଳରେ ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଥିବା ଆଇଏମ୍ଡି କହିଛି। ମେ’ ମାସରେ ସାରା ଭାରତର ହାରାହାରି ମାସିକ ବର୍ଷା ୧୨୬.୭ ମିଲିମିଟର ରହିଥିଲା, ଯାହା ମେ’ ମାସର ସ୍ବାଭାବିକ ବର୍ଷା ୬୧.୪ ମି.ମି. ଅପେକ୍ଷା ୧୦୬% ଅଧିକ ରହିଥିଲା। ୧୯୦୧ ପରଠାରୁ ଗତ ମେ’ ମାସରେ ଏହା ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଆଇଏମ୍ଡି କହିଛି। ସେହିପରି ମେ’ ମାସରେ କେନ୍ଦ୍ରୀୟ ଭାରତରେ ୧୦୦.୯ ମି.ମି. ହାରାହାରି ବର୍ଷା ରେକର୍ଡ ହୋଇଛି, ଯାହା ମଧ୍ୟ ୧୯୦୧ଠାରୁ ସର୍ବାଧିକ। ଦକ୍ଷିଣ ଉପଦ୍ୱୀପ ଭାରତରେ ମେ’ ମାସର ହାରାହାରି ବର୍ଷା ୧୯୯.୭ ମିଲିମିଟର ରହିଛି, ଯାହା ଦ୍ୱିତୀୟ ସର୍ବାଧିକ। ୧୯୯୦ ମସିହା ମେ’ ମାସରେ ଦକ୍ଷିଣ ଉପଦ୍ୱୀପ ଭାରତର ହାରାହାରି ବର୍ଷା ୨୦୧.୪ ମିଲିମିଟର ରହିଥିଲା। ସେହିପରି ଗତ ମେ’ ମାସରେ ଉତ୍ତର-ପଶ୍ଚିମ ଭାରତର ହାରାହାରି ବର୍ଷା ୪୮.୧୧ ମିଲିମିଟର ରହିଛି। ୨୦୦୧ ପରଠାରୁ ଉତ୍ତର-ପଶ୍ଚିମ ଭାରତରେ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଇଏମ୍ଡି କହିଛି। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ମେ’ ମାସର ହାରାହାରି ବର୍ଷା ୨୪୨.୮ ମି.ମି. ରେକର୍ଡ ହୋଇଛି। ୨୦୦୧ ପରଠାରୁ ଏହା ମଧ୍ୟ ଚତୁର୍ଥ ସର୍ବାଧିକ ବୋଲି ଆଇଏମ୍ଡି କହିଛି। ସୂଚନାଯୋଗ୍ୟ, ଗତ ମେ’ ୨୪ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥିଲା, ଯାହା ସ୍ବାଭାବିକଠାରୁ ୮ ଦିନ ଶୀଘ୍ର ଥିଲା।
The post ମେ’ରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା appeared first on Dharitri Odia News.