ମୋ ଝିଅ ମରିଯାଇଛି ନା କଣ ? ମୋ ଝିଅ ବଞ୍ଚିବ.. ମୁଁ ତାକୁ ବଞ୍ଚେଇବି...
ରାଉରକେଲା ୧୭।୦୩ : ଝିଅର ଶବ ସହ କଥା ହେଉଛି ମା’ । ଜନ୍ମକଲା ଝିଅର ମୃତ୍ୟୁକୁ କେମିତି ବା ସହିବ । ପାଖରେ ଝିଅର ମରଶରୀର ପଡ଼ିଥିଲେ ବି ମାର ବିଶ୍ୱାସ ହେଉନି । ଶିଶୁର ଶବକୁ ଆଣିବାକୁ ପୁଲିସ୍ ଯାଇଥିବା ବେଳେ ମା’ର ଏକା ଜିଦ୍, ମୋ ଛୁଆ ୨୧ ଦିନ ପରେ ବଞ୍ଚିଯିବ । ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ ଘଟଣା ଘଟିଛି । ଶନିବାର ଅପରାହ୍ଣରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର ଝିଅ ସୁହାନି ସାପ କାମୁଡ଼ାର ଶିକାର ହୋଇଥିଲେ । ଦେବରାଜ, ତାଙ୍କ ପତ୍ନୀ ଓ ବାପା ମନ୍ଦରାଜ ସୁହାନିଙ୍କୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସନ୍ଧ୍ୟା ପ୍ରାୟ ୬ଟାରେ ଆରଜିଏଚ୍ରେ ଡାକ୍ତର ସୁହାନିଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଏକ ଡାକ୍ତର ଏମ୍ଏଲ୍ସି କରି ମର ଶରୀରକୁ ମର୍ଗ ହାଉସ୍ରେ ରଖିବା ବ୍ୟବସ୍ଥା କରିଥିଲେ । ମର୍ଗରେ ଶବ ରଖିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତିରେ ଦେବରାଜ ଓ ତାଙ୍କ ପତ୍ନୀ ମର୍ଗ ହାଉସ୍ର ତାଲା ଭାଙ୍ଗି ସୁହାନିଙ୍କ ଶବକୁ ଘରକୁ ନେଇଯାଉଥିଲେ । ଗେଟ୍ରେ ମୁତୟନ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ସେଠାରୁ ମର ଶରୀର ନେଇ ପଳାଇଥିଲେ । ଗୁଣିଗାରେଡ଼ିରେ ବିଷ ଝଡ଼ିଗଲେ ଝିଅ ବଞ୍ଚିଯିବ ବୋଲି ଆଶା କରି ଝିଅର ଶବକୁ ନେଇଯାଇଥିଲେ । ରଘୁନାଥପାଲି ଓ ଟାଙ୍ଗରପାଲି ପୁଲିସ୍ ମନ୍ଦରାଜଙ୍କୁ ସାଙ୍ଗରେ ନେଇ ଦେବରାଜଙ୍କ
ରାଉରକେଲା ୧୭।୦୩ : ଝିଅର ଶବ ସହ କଥା ହେଉଛି ମା’ । ଜନ୍ମକଲା ଝିଅର ମୃତ୍ୟୁକୁ କେମିତି ବା ସହିବ । ପାଖରେ ଝିଅର ମରଶରୀର ପଡ଼ିଥିଲେ ବି ମାର ବିଶ୍ୱାସ ହେଉନି । ଶିଶୁର ଶବକୁ ଆଣିବାକୁ ପୁଲିସ୍ ଯାଇଥିବା ବେଳେ ମା’ର ଏକା ଜିଦ୍, ମୋ ଛୁଆ ୨୧ ଦିନ ପରେ ବଞ୍ଚିଯିବ । ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ ଘଟଣା ଘଟିଛି ।
ଶନିବାର ଅପରାହ୍ଣରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର ଝିଅ ସୁହାନି ସାପ କାମୁଡ଼ାର ଶିକାର ହୋଇଥିଲେ । ଦେବରାଜ, ତାଙ୍କ ପତ୍ନୀ ଓ ବାପା ମନ୍ଦରାଜ ସୁହାନିଙ୍କୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସନ୍ଧ୍ୟା ପ୍ରାୟ ୬ଟାରେ ଆରଜିଏଚ୍ରେ ଡାକ୍ତର ସୁହାନିଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଏକ ଡାକ୍ତର ଏମ୍ଏଲ୍ସି କରି ମର ଶରୀରକୁ ମର୍ଗ ହାଉସ୍ରେ ରଖିବା ବ୍ୟବସ୍ଥା କରିଥିଲେ । ମର୍ଗରେ ଶବ ରଖିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତିରେ ଦେବରାଜ ଓ ତାଙ୍କ ପତ୍ନୀ ମର୍ଗ ହାଉସ୍ର ତାଲା ଭାଙ୍ଗି ସୁହାନିଙ୍କ ଶବକୁ ଘରକୁ ନେଇଯାଉଥିଲେ । ଗେଟ୍ରେ ମୁତୟନ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ସେଠାରୁ ମର ଶରୀର ନେଇ ପଳାଇଥିଲେ । ଗୁଣିଗାରେଡ଼ିରେ ବିଷ ଝଡ଼ିଗଲେ ଝିଅ ବଞ୍ଚିଯିବ ବୋଲି ଆଶା କରି ଝିଅର ଶବକୁ ନେଇଯାଇଥିଲେ । ରଘୁନାଥପାଲି ଓ ଟାଙ୍ଗରପାଲି ପୁଲିସ୍ ମନ୍ଦରାଜଙ୍କୁ ସାଙ୍ଗରେ ନେଇ ଦେବରାଜଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ।
ପୁରା ଜୀବନ ମୁଁ ଧୋନିଙ୍କ ପାଖେ ଋଣୀ, ୧୩ ବର୍ଷ ପୁରୁଣା କଥାକୁ ମନେ ପକାଇ ଭାବୁକ ହେଲେ ଅଶ୍ୱିନ୍