ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତର ଆସିଲା ତାରିଖ ! ହ୍ଵାଇଟ୍ ହାଉସ୍‌ରେ ନିଜେ ଡିନର ଆୟୋଜନ କରିବେ USA ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ଫ୍ରାନ୍ସ ଗସ୍ତ ପରେ ଫେବୃଆରୀ ୧୨ ତାରିଖ ସନ୍ଧ୍ୟାରେ ଓ୍ଵାଶିଂଟନ ପହଞ୍ଚିବେ ଓ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆମେରିକାର ଉଦ୍ୟୋଗପତିଙ୍କ ସହିତ ମଧ୍ୟ ବୈଠକ କରି ପାରନ୍ତି। ଗତ ସପ୍ତାହରେ ଦୁଇ ନେତାଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା। ଗତ ସପ୍ତାହରେ ଶପଥ ଗ୍ରହଣ ପରେ ଟ୍ରମ୍ପ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୋଦୀ ଫେବୃଆରୀରେ ହ୍ଵାଇଟ୍ ହାଉସ୍ ଯାତ୍ରା କରି ପାରନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ କଲ୍‌କୁ ନେଇ ଟ୍ରମ୍ପ କହିଥିଲେ ଯେ, ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ, ମୁଁ ମୋଦୀଙ୍କ ସହ ଲମ୍ବା ସମୟ ଆାଲୋଚନ କରିଥିଲି। ସମ୍ଭବତଃ ସେ ଆସନ୍ତା ମାସରେ ହ୍ଵାଇଟ୍ ହାଉସ ଆସିବେ। ଭାରତ ସହିତ ଆମେରିକାର ଘନିଷ୍ଠ ସମ୍ବନ୍ଧ ରହିଛି।ସୂଚନାଯୋଗ୍ୟ,  ରାଷ୍ଟ୍ରପତି ଭାବେ ନିଜର ପ୍ରଥମ କାର୍ଯ୍

ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତର ଆସିଲା ତାରିଖ ! ହ୍ଵାଇଟ୍ ହାଉସ୍‌ରେ ନିଜେ ଡିନର ଆୟୋଜନ କରିବେ USA ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। 

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ଫ୍ରାନ୍ସ ଗସ୍ତ ପରେ ଫେବୃଆରୀ ୧୨ ତାରିଖ ସନ୍ଧ୍ୟାରେ ଓ୍ଵାଶିଂଟନ ପହଞ୍ଚିବେ ଓ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆମେରିକାର ଉଦ୍ୟୋଗପତିଙ୍କ ସହିତ ମଧ୍ୟ ବୈଠକ କରି ପାରନ୍ତି। ଗତ ସପ୍ତାହରେ ଦୁଇ ନେତାଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା। ଗତ ସପ୍ତାହରେ ଶପଥ ଗ୍ରହଣ ପରେ ଟ୍ରମ୍ପ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୋଦୀ ଫେବୃଆରୀରେ ହ୍ଵାଇଟ୍ ହାଉସ୍ ଯାତ୍ରା କରି ପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ କଲ୍‌କୁ ନେଇ ଟ୍ରମ୍ପ କହିଥିଲେ ଯେ, ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ, ମୁଁ ମୋଦୀଙ୍କ ସହ ଲମ୍ବା ସମୟ ଆାଲୋଚନ କରିଥିଲି। ସମ୍ଭବତଃ ସେ ଆସନ୍ତା ମାସରେ ହ୍ଵାଇଟ୍ ହାଉସ ଆସିବେ। ଭାରତ ସହିତ ଆମେରିକାର ଘନିଷ୍ଠ ସମ୍ବନ୍ଧ ରହିଛି।

ସୂଚନାଯୋଗ୍ୟ,  ରାଷ୍ଟ୍ରପତି ଭାବେ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ଟ୍ରମ୍ପ ନିଜର ଶେଷ ବିଦେଶ ଗସ୍ତରେ ଭାରତ ଆସିଥିଲେ। ସେଠାରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ସଂପର୍କରେ ଘନିଷ୍ଠତା ଦେଖିବାକୁ ମିଳିଥିଲା। ଉଭୟ ୨୦୧୯ ସେପ୍ଟେମ୍ବରରେ ହ୍ୟୁଷ୍ଟନ ଓ ୨୦୨୦ ଫେବୃଆରୀରେ ଅହମ୍ମଦାବାଦରେ ଦୁଇଟି ଅଲଗା ଅଲଗା ରାଲିରେ ହଜାର ସଂଖ୍ୟକ ଲୋକଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସେପ୍ଟେମ୍ବରରେ ଆମେରିକା ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଚତୁର୍ତ କ୍ଵାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକର ଆୟୋଜନକ ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍ କରିଥିଲେ।