ମୋଦୀଙ୍କୁ ଗଣି ଗଣି ଜବାବ ଦେଲେ ପାଣ୍ଡିଆନ, କହିଲେ- ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ନବୀନ ବାବୁ ଯଥେଷ୍ଟ
ରଘୁନାଥପାଲ୍ଲୀ/ବୀରମିତ୍ରପୁର/ ବଣାଇ: ଏପଟେ ପ୍ରଚାର ମଞ୍ଚରୁ ମୋଦୀ ନବୀନ ସରକାରଙ୍କୁ ନିଶାନା କରୁଥିଲେ, ଆଉ ସେପଟେ ପ୍ରଚାର ମଞ୍ଚରୁ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ଷ୍ଟାର୍ କ୍ୟାମ୍ପେନର ଭି.କେ.ପାଣ୍ଡିଆନ୍ । କହିଥିଲେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛନ୍ତି, ପୂର୍ବରୁ ବହୁ ବର୍ଷ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜରାଟକୁ ୧ ନମ୍ବର କରିପାରଲେ କି ? ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ସେହିଭଳି ଓଡ଼ିଶା ଓ ଗୁଜରାଟ୍ ଭିତରେ ଅନେକ ଫରକ୍ ଥିବା କହି ସେ ନିଶାନା ସାଧିଛନ୍ତି ।ପ୍ରଚାର ମଞ୍ଚରୁ ମୋଦୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍ । କହିଲେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛନ୍ତି । ପୂର୍ବରୁ ବହୁ ବର୍ଷ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜରାଟ୍କୁ ୧ ନମ୍ବର କରିପାଲେ କି ? ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି । ମହିଳା ସଶକ୍ତିକରଣରେ ଗୁଜରାଟ ବହୁ ପଛୁଆ ଅଛି । ମୁଣ୍ଡପିଛା ଋଣହାର ମଧ୍ୟ ଗୁଜରାଟରେ ଅଧିକ । ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି । ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବା ବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକବୋର୍ଡରେ ପିଲା ପାଠ ପଢ଼ୁଛନ୍ତି । ଆପଣ ଯଦି ପାରିବେ ଭାରତକୁ ୧ ନମ୍ବର କରନ୍ତୁ, ଓଡ଼ିଶାକୁ ଏକ ନମ୍ବ
ରଘୁନାଥପାଲ୍ଲୀ/ବୀରମିତ୍ରପୁର/ ବଣାଇ: ଏପଟେ ପ୍ରଚାର ମଞ୍ଚରୁ ମୋଦୀ ନବୀନ ସରକାରଙ୍କୁ ନିଶାନା କରୁଥିଲେ, ଆଉ ସେପଟେ ପ୍ରଚାର ମଞ୍ଚରୁ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ଷ୍ଟାର୍ କ୍ୟାମ୍ପେନର ଭି.କେ.ପାଣ୍ଡିଆନ୍ । କହିଥିଲେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛନ୍ତି, ପୂର୍ବରୁ ବହୁ ବର୍ଷ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜରାଟକୁ ୧ ନମ୍ବର କରିପାରଲେ କି ? ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ସେହିଭଳି ଓଡ଼ିଶା ଓ ଗୁଜରାଟ୍ ଭିତରେ ଅନେକ ଫରକ୍ ଥିବା କହି ସେ ନିଶାନା ସାଧିଛନ୍ତି ।
ପ୍ରଚାର ମଞ୍ଚରୁ ମୋଦୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍ । କହିଲେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛନ୍ତି । ପୂର୍ବରୁ ବହୁ ବର୍ଷ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜରାଟ୍କୁ ୧ ନମ୍ବର କରିପାଲେ କି ? ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି । ମହିଳା ସଶକ୍ତିକରଣରେ ଗୁଜରାଟ ବହୁ ପଛୁଆ ଅଛି । ମୁଣ୍ଡପିଛା ଋଣହାର ମଧ୍ୟ ଗୁଜରାଟରେ ଅଧିକ । ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି । ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବା ବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକବୋର୍ଡରେ ପିଲା ପାଠ ପଢ଼ୁଛନ୍ତି । ଆପଣ ଯଦି ପାରିବେ ଭାରତକୁ ୧ ନମ୍ବର କରନ୍ତୁ, ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ନବୀନ ବାବୁ ଯଥେଷ୍ଟ ।
Also read: ‘ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦ ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ ବିଜେପି’
ପାଣ୍ଡିଆନ କହିଛନ୍ତି, ୧୦ବର୍ଷ ମଧ୍ୟରେ କଟକ-ସମ୍ବଲପୁର ରାସ୍ତା ହୋଇପାରିଲା ନାହିଁ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍ସପ୍ରେସ୍ ୱେ କରି ଦେଖେଇଦେଲେ । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଇତି ମଧ୍ୟରେ ବହୁତ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ମଧ୍ୟରୁ କେତୋଟି ଉଦ୍ଘାଟନ ହୋଇଛି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ୍ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଅନ୍ତୁ । ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍.ଟି.ପି.ସି ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ରହିଛି, ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି । ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ, ପେଟ୍ରୋଲ, ଡିଜେଲ, ଏଲ୍.ପି.ଜି. ଦରଦାମ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ, କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ । କୋଲ ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ବେ ହୋଇପାରୁନାହିଁ । ଓଡ଼ିଶାରେ ବିପୁଳ କୋଇଲା ସମ୍ପଦ ରହିଛି କିନ୍ତୁ ରୟାଲଟି ବାବଦରେ କେନ୍ଦ୍ର ନେଉଛି କୋଟି କୋଟି ଟଙ୍କା । ଓଡ଼ିଶା ପାଉଛି କେବଳ ପ୍ରଦୂଷଣ । ଗ୍ରୀନସେସ୍ ବାବଦକୁ ଯେତିକି ନେଉଛନ୍ତି ସେଥିରେ ଓଡ଼ିଶାର ସବୁ ସ୍କୁଲ ରୁପାନ୍ତର ହୋଇଯାଇଥାନ୍ତା । ଏଥିପ୍ରତି ଦୃଷ୍ଟିଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ୍ ।
ପାଣ୍ଡିଆନ୍ ଆହୁରି ବି କହିଥିଲେ ଯେ, କନ୍ଧମାଳରେ ବିଜେପି ଦଙ୍ଗା କରିଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କନ୍ଧମାଳରେ ଶାନ୍ତି ଅଛି । ସମସ୍ତେ ଭାଇଚାରାରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହ ଜଣାଇଥିଲେ ଯେ ଆପଣ କହୁଛନ୍ତି ଜୁନ ୪ ତାରିଖରେ ନବୀନ ପଟ୍ଟନାୟକ ସରକାରଙ୍କର ଅବସାନ ଘଟିବ । ଆପଣ ଆଗ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀ ଚେହେରାକୁ ଆଗକୁ ଆଣନ୍ତୁ । ଓଡ଼ିଶାବାସୀ ଉଚିତ ଜବାବ ଦେବେ । ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା ଦିଅନ୍ତି ତାକୁ ମନେ ରଖନ୍ତି ଓ ଆନ୍ତରିକତାର ସହ ହୃଦୟରୁ ପାଳନ କରନ୍ତି । ସେଥିପାଇଁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ହୃଦୟରେ ଅଛନ୍ତି ।
ପାଣ୍ଡିଆନ କହିଛନ୍ତି, ଲୋକଙ୍କ ହୃଦୟରୁ ତାଙ୍କୁ କେହି ବି ଦୂର କରିପାରିବେ ନାହିଁ । ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ କେବେ ବି ହଇରାଣ ହେବାକୁ ଦେବେ ନାହିଁ । ସେଥିପାଇଁ ପ୍ରତି ମାସରେ ବି.ଏସ୍.କେ.ୱାରେ ସେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଥଚ ଭାରତ ସରକାର ସମଗ୍ର ଭାରତ ବର୍ଷ ପାଇଁ ବର୍ଷକୁ ୬ ହଜାର କୋଟି ଟଙ୍କା ରଖିଛନ୍ତି । ଗ୍ରାମାଞ୍ଚଳବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆମ ବ୍ୟାଙ୍କ ଖୋଲାଯାଇଛି । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଯାହା କରିଥାନ୍ତି ତାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରନ୍ତି । ଏବେ ନିର୍ବାଚନ ଆସିଲା ବିଜେପି ଦଳର ଏମ୍.ଏସ୍.ପି. କଥା ମନେ ପଡ଼ିଲା । ୧୦ ବର୍ଷ ହେଲା ମନେ ପଡ଼ୁନଥିଲା । ଯଦି ଭାରତ ସରକାର ଚାହିଁଥାନ୍ତେ ତାହେଲେ ଗୋଟେ ମିନିଟରେ କରିପାରିଥାନ୍ତେ । ନିର୍ବାଚନରେ ହାରିବା ଦେଖି ଚାଷୀଙ୍କ କଥା ମନେ ପଡ଼ୁଛି ବୋଲି କହିଥିଲେ ପାଣ୍ଡିଆନ୍ ।
ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳୀ ବିଲ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନବୀନ ବାବୁ ଲୋକଙ୍କୁ ବିଜୁଳୀ ମାଗଣାରେ ଦେଉଛନ୍ତି ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ବିରୋଧୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଆସୁଛନ୍ତି । ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ବାସ କରୁନାହାନ୍ତି । ଓଡ଼ିଶାର ଚାଷୀ, ମହିଳା, ଛାତ୍ରଛାତ୍ରୀ ଓ ସବୁବର୍ଗର ଲୋକଙ୍କ ଭଲପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି କହିଥିଲେ ଯେ ସବୁଜାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି ଆପଣ କହୁଛନ୍ତି, କିନ୍ତୁ ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବହୁଛି । ନବୀନ ବାବୁ ଓଡ଼ିଶାବାସୀଙ୍କ ପାଇଁ ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍, ମଧୁବାବୁ ପେନସନ୍ ଆଦି ବହୁ ଜନକଲ୍ୟାଣକାରୀ ଯୋଜନା ଦେଇଛନ୍ତି, ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ।