ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ। ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଆଜି ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ‘ଦି ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ ଦି ଷ୍ଟାର୍‌ ଆଣ୍ଡ କି ଅଫ୍‌ ଦି ଇଣ୍ଡିଆନ ଓସେନ୍‌’ ପ୍ରଦାନ କରାଯିବ‌ା ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ମରିସସ୍‌ର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବାରେ ମ‌ୋଦୀ ହେଉଛନ୍ତି ପ୍ରଥମ ଭାରତୀୟ । ଅନ୍ୟପକ୍ଷେ ଏହା ମୋଦୀଙ୍କ ପାଇଁ ଏକବିଂଶତମ […]

ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ। ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଆଜି ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ‘ଦି ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ ଦି ଷ୍ଟାର୍‌ ଆଣ୍ଡ କି ଅଫ୍‌ ଦି ଇଣ୍ଡିଆନ ଓସେନ୍‌’ ପ୍ରଦାନ କରାଯିବ‌ା ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ମରିସସ୍‌ର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବାରେ ମ‌ୋଦୀ ହେଉଛନ୍ତି ପ୍ରଥମ ଭାରତୀୟ । ଅନ୍ୟପକ୍ଷେ ଏହା ମୋଦୀଙ୍କ ପାଇଁ ଏକବିଂଶତମ ଅନ୍ତର୍ଜାତୀୟ ପୁରସ୍କାର। ମୋଦୀ ଏବେ ୨ ଦିନିଆ ମରିସସ୍‌ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବୁଧବାର ମରିସସ୍‌ର ୫୭ତମ ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମ‌ୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ଏହାପରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।