ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ
କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।
କଟକ ମେୟର ସୁବାସ ସିଂଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ। କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି।
ସୂଚନା ଅନୁଯାୟୀ ଖାନନଗର ଆଡୁ ଆସୁଥିବା ସ୍କୁଟି ଚାଳକଙ୍କୁ ମେୟରଙ୍କ କାର୍ ଧକ୍କା ଦେଇଥିଲା। ଏଥିରେ ଯୁବକ ଜଣକ ତଳେ ପଡ଼ିଯିବା ସହ ତାଙ୍କର ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ତେବେ ଏ ନେଇ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।