ମୈତ୍ରୀବିହାର ଥାନାରେ ୪ ଭଣ୍ଡ ବାବା ଅଟକ, ସନ୍ଦେହ ହେବାରୁ ପୋଲିସ ଜିମା ଦେଲେ ଲୋକେ

ଭୁବନେଶ୍ବର୨୮/୧୨: ରାଜଧାନୀରେ ଘରେ ପଶି ଲୁଟ୍‌ ଉଦ୍ୟମ । ମୈତ୍ରୀ ବିହାର ଥାନାରେ ୪ ଭଣ୍ଡ ବାବା ଅଟକ । ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ଶନିବାର ସକାଳୁ ସକାଳୁ ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲୁଥିଲେ । ପ୍ରତି ଘରେ ପହଞ୍ଚି ଭିକ୍ଷା ମାଗୁଥିଲେ । କିଛି ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ତେବେ ୪ ଜଣଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ୪ ଜଣ ବାବା ବେଶଧାରୀ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ସେମାନେ ରାଜସ୍ଥାନରୁ ଆସିଥିବା ଜାଣିବାକୁ ପାଇଛି ପୋଲିସ । ଏମାନଙ୍କ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଚେକ୍‌ କରୁଛି ପୋଲିସ ।

ମୈତ୍ରୀବିହାର ଥାନାରେ ୪ ଭଣ୍ଡ ବାବା ଅଟକ, ସନ୍ଦେହ ହେବାରୁ ପୋଲିସ ଜିମା ଦେଲେ ଲୋକେ

ଭୁବନେଶ୍ବର୨୮/୧୨ରାଜଧାନୀରେ ଘରେ ପଶି ଲୁଟ୍‌ ଉଦ୍ୟମ । ମୈତ୍ରୀ ବିହାର ଥାନାରେ ୪ ଭଣ୍ଡ ବାବା ଅଟକ । ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ଶନିବାର ସକାଳୁ ସକାଳୁ ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲୁଥିଲେ । ପ୍ରତି ଘରେ ପହଞ୍ଚି ଭିକ୍ଷା ମାଗୁଥିଲେ । କିଛି ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ତେବେ ୪ ଜଣଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ୪ ଜଣ ବାବା ବେଶଧାରୀ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ସେମାନେ ରାଜସ୍ଥାନରୁ ଆସିଥିବା ଜାଣିବାକୁ ପାଇଛି ପୋଲିସ । ଏମାନଙ୍କ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଚେକ୍‌ କରୁଛି ପୋଲିସ ।