ରଥ ଖଳା ହାଲ୍‌ଚାଲ୍‌... ଜନ୍ତାଗାଡ଼ରେ ରଥଚକ ନିର୍ମାଣ, ପନ୍ଦାରି ବଳା ନିର୍ମାଣ ଶେଷ

ପୁରୀ ୨୫।୦୫: ଆଗେଇ ଚାଲିଛି ରଥନିର୍ମାଣ କାମ । ଶୁକ୍ରବାର ରଥ ନିର୍ମାଣର ଚଟୁର୍ଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ  ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ତିନିରଥର ନହାକା ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ ହୋଇଥିଲା । ଏହାପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ତିନି ରଥ ନାହାକା ତୁମ୍ୱରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କରିଛନ୍ତି । ଏହାପରେେ  ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା । ଶେଷରେ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇଟି ଲେଖାଏଁ  ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇ, ପଇ କଳସା କାର୍ଯ୍ୟ ଆରମ୍ଭ ହୋଇଅଛି।ଏଥି ସହ ତିନି ରଥର ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଗୋଟି ଯାଖନ୍ତ୍ର, ୬ଟି ତିଖ ଗୁଜ, ୪ ଗୋଟି ଲେଖାଏ କୁଡୁକା ଶେଷ ହୋଇଛି। ଏଥିସହ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥର ସମସ୍ତ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ଚାବି ଏବଂ ପନ୍ଦାରି ବଳା

ରଥ ଖଳା ହାଲ୍‌ଚାଲ୍‌... ଜନ୍ତାଗାଡ଼ରେ ରଥଚକ ନିର୍ମାଣ, ପନ୍ଦାରି ବଳା ନିର୍ମାଣ ଶେଷ

ପୁରୀ ୨୫।୦୫: ଆଗେଇ ଚାଲିଛି ରଥନିର୍ମାଣ କାମ । ଶୁକ୍ରବାର ରଥ ନିର୍ମାଣର ଚଟୁର୍ଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ  ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ତିନିରଥର ନହାକା ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ ହୋଇଥିଲା । 

ଏହାପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ତିନି ରଥ ନାହାକା ତୁମ୍ୱରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କରିଛନ୍ତି । ଏହାପରେେ  ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା । ଶେଷରେ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇଟି ଲେଖାଏଁ  ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇ, ପଇ କଳସା କାର୍ଯ୍ୟ ଆରମ୍ଭ ହୋଇଅଛି।

ଏଥି ସହ ତିନି ରଥର ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଗୋଟି ଯାଖନ୍ତ୍ର, ୬ଟି ତିଖ ଗୁଜ, ୪ ଗୋଟି ଲେଖାଏ କୁଡୁକା ଶେଷ ହୋଇଛି। ଏଥିସହ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।

ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥର ସମସ୍ତ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ଚାବି ଏବଂ ପନ୍ଦାରି ବଳା ନିର୍ମାଣ କରୁଛନ୍ତି।