‘ମୋ ଆଖି ଆଗରେ ପୁଅକୁ ହାଣିଲେ…’ । ମାଆ କହିଲେ ପୁଅର ହତ୍ୟାକାଣ୍ଡର କାହାଣୀ

କନକ ବ୍ୟୁରୋ: ଯେଉଁ ହାତରେ ତାକୁ କୋଳେଇ କାଖେଇ ମଣିଷ କରିଥିଲି। ସେହି ହାତରେ କୋକେଇରେ ସୁଆଇ ଦେଇ ଆସିଲି। ଯେମିତି ଛୋଟବେଳେ, କୋଳରେ ବସେଇ ତାକୁ ଖାଇବାକୁ ଦେଇଥିଲି। ସେମିତି ପାଟିରେ ପାଣି ପିଇବାକୁ ଦେଲା ପରେ, ମୋ ପୁଅ ଚାଲିଗଲା। ଏ ହେଉଛି ଜଣେ ଅସହାୟ ମାଆର ଛାତି ଥରା କାହାଣୀ। ମୋ ଆଖି ଆଗରେ ପୁଅକୁ ହାଣିଲେ ମାଆ କହିଲେ ପୁଅ ହତ୍ୟାକାଣ୍ଡର କାହାଣୀ ଭୁବନେଶ୍ୱର ସୁନ୍ଦରପଦା କୁହା ଅଞ୍ଚଳରେ ହୋଇଥିବା ଡବଲ […] The post ‘ମୋ ଆଖି ଆଗରେ ପୁଅକୁ ହାଣିଲେ…’ । ମାଆ କହିଲେ ପୁଅର ହତ୍ୟାକାଣ୍ଡର କାହାଣୀ first appeared on Kanak News.

‘ମୋ ଆଖି ଆଗରେ ପୁଅକୁ ହାଣିଲେ…’ । ମାଆ କହିଲେ ପୁଅର ହତ୍ୟାକାଣ୍ଡର କାହାଣୀ

କନକ ବ୍ୟୁରୋ: ଯେଉଁ ହାତରେ ତାକୁ କୋଳେଇ କାଖେଇ ମଣିଷ କରିଥିଲି। ସେହି ହାତରେ କୋକେଇରେ ସୁଆଇ ଦେଇ ଆସିଲି। ଯେମିତି ଛୋଟବେଳେ, କୋଳରେ ବସେଇ ତାକୁ ଖାଇବାକୁ ଦେଇଥିଲି। ସେମିତି ପାଟିରେ ପାଣି ପିଇବାକୁ ଦେଲା ପରେ, ମୋ ପୁଅ ଚାଲିଗଲା। ଏ ହେଉଛି ଜଣେ ଅସହାୟ ମାଆର ଛାତି ଥରା କାହାଣୀ।

  • ମୋ ଆଖି ଆଗରେ ପୁଅକୁ ହାଣିଲେ
  • ମାଆ କହିଲେ ପୁଅ ହତ୍ୟାକାଣ୍ଡର କାହାଣୀ

ଭୁବନେଶ୍ୱର ସୁନ୍ଦରପଦା କୁହା ଅଞ୍ଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ, ମାଆଙ୍କ ଆଗରେ ତାଙ୍କ ପୁଅ ରଶ୍ମିରଞ୍ଜନ ସେଠୀଙ୍କୁ ଗୋଡାଇ ଗୋଡାଇ ବିଚ୍ ରାସ୍ତାରେ ହତ୍ୟା କରିଥିଲେ ଦୁର୍ବୁତ୍ତ। ଯେତେ ବୁଝାଇଲେ ବି କେହି ବୁଝି ନଥିଲେ। ହାତ ଗୋଡ ଧରି ନେହୁରା ହେଲା ପରେ, ବି ଛୁରୀ ଭୁଷି ହତ୍ୟା କରିଥିଲେ। ଗୋଟିଏ ପୁଅକୁ ତା ମାଆ ଆଗରେ ହତ୍ୟା କରୁଥିବାର ଦୃଶ୍ୟ ମାଆ ଜଣକ ଦେଖୁଥିଲେ। ହେଲେ ବଞ୍ଚାଇବାକୁ କେହି ବି ଆସି ନଥିଲେ ।

ସେପଟେ ହତ୍ୟାକାଣ୍ଡକୁ ନେଇ କୁହା ଗାଁରେ କୋକୁଆ ଭୟ। ଗ୍ରାମବାସୀମାନେ କହିଛନ୍ତି ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡି ଯାଉଛି। ପାଟ୍ରୋଲିଂ ବ୍ୟବସ୍ଥା ଓ ପୁଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ହତ୍ୟାକାଣ୍ଡ ପରେ ଗାଁରେ ପୁଲିସ ଫୋର୍ସ ମୃତୟନ କରାଯାଇଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରରେ ଗାଡି ପାର୍କିଂକୁ କେନ୍ଦ୍ର କରି ଡବଲ ମର୍ଡର ହୋଇଥିଲା। ତେବେ ଭାଇଗିରି ଓ ପତିଆରା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। କିନ୍ତୁ ବଡକଥା ହେଉଛି ଆଇନଶୃଙ୍ଖଳାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି ମାଆ କୋଳରେ ପୁଅଟି ସୁରକ୍ଷିତ ନୁହେଁ ତ କେଉଁଠି ସୁରକ୍ଷିତ? ରାସ୍ତା ଉପରେ ଅଧଘଣ୍ଟା ଧରି ଦୁର୍ବୁତ୍ତ ମାନେ ଦୁଇ ଜଣକୁ ହାଣୁଥିଲେ। ହେଲେ ପୁଲିସ ପହଞ୍ଚିବା ତ ଦୂର କଥା। ହତ୍ୟାକାଣ୍ଡ ପରେ ବି ପୁଲିସ ହାତ ଖାଲି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କାହିଁକି ବାନ୍ଧି ପାରୁନି ପୁଲିସ?

The post ‘ମୋ ଆଖି ଆଗରେ ପୁଅକୁ ହାଣିଲେ…’ । ମାଆ କହିଲେ ପୁଅର ହତ୍ୟାକାଣ୍ଡର କାହାଣୀ first appeared on Kanak News.