ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି..କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୮।୨: ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ ନାହିଁ। ସେହି ସମୟରେ ସେ ମହାରାଜ ଜୀଙ୍କ ସହିତ ସମୟ ବିତାଇଥିଲେ। ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି ପରି। ବର୍ଷ ବର୍ଷ […] The post ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି..କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୮।୨: ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ ନାହିଁ। ସେହି ସମୟରେ ସେ ମହାରାଜ ଜୀଙ୍କ ସହିତ ସମୟ ବିତାଇଥିଲେ।
ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି ପରି। ବର୍ଷ ବର୍ଷ ଧରି ମୁଁ ତାଙ୍କୁ ଅନେକ ଥର ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାର ଏବଂ ତାଙ୍କ ମାର୍ଗଦର୍ଶନ ଗ୍ରହଣ କରିବାର ସୁଯୋଗ ପାଇଛି। କିଛି ମାସ ପୂର୍ବେ ହଠାତ୍ ମନ ହେବାରୁ ମୁଁ ମୋର ଯାତ୍ରା ଯୋଜନା ବଦଳାଇ ତାଙ୍କ ପାଖରେ ପହଞ୍ଚିଲି। ମୁଁ ସେତେବେଳେ ଜାଣି ନ ଥିଲି ଯେ ମୁଁ ଆଉ ତାଙ୍କୁ ଭେଟିବାକୁ ସମର୍ଥ ହେବି ନାହିଁ। ମୁଁ ତାଙ୍କୁ ଦେଖି ପାରିବି ନାହିଁ। ଏହା ମୋର ସୌଭାଗ୍ୟ ଯେ ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ ଦେଶର ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷଙ୍କ ଆଶୀର୍ବାଦ ଗ୍ରହଣ କରିବାର ସୁଯୋଗ ପାଇଛି। ସେଥିପାଇଁ ମୁଁ ସେହି ଶକ୍ତି ଜାଣେ ଏବଂ ଅନୁଭବ କରେ।
ସୂଚନଯୋଗ୍ୟ, ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତରେ ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହି ଅବଧି ମଧ୍ୟରେ ଜାତୀୟ ପତାକା ଅର୍ଦ୍ଧନମିତରେ ରହିବ।
The post ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି..କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.