ମୋ ପ୍ରେମିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଲେ: କାଳ ରାତିର କଳା କାହାଣୀ କହିଲେ ଯୁବକ

କନକ ବ୍ୟୁରୋ : ଭୁବନେଶ୍ୱର ଲୁମ୍ୱିନି ବିହାର ଛକରୁ ପ୍ରେମିକ ସାମନାରୁ ପ୍ରେମିକାଙ୍କୁ ଅପହରଣ ଘଟଣାରେ ଥଳକୁଳ ପାଉନି ପୁଲିସ । ଅପହରଣର କିଛି ସମୟ ପରେ ପ୍ରେମିକା ଘରକୁ ଫେରିଲେ ସତ, ହେଲେ ଅପହରଣ ପଛରେ କିଏ ତାହା ଏବେବି ଅସ୍ପଷ୍ଟ। ଜଣେ ଯୁବତୀଙ୍କୁ ରାତି ଅଧରେ ଏକ ଧଳା ରଙ୍ଗର କାରରେ ଉଠାଇ ନେଇଥିବା ସେହି ୪ ଅପହରଣକାରୀ କିଏ । ସେମାନେ କାହିଁକି ଏବଂ କଣ ପାଇଁ ଅପହରଣ କରି ନେଇଥିଲେ ସେ ବାବଦରେ ପୁଲିସ ଚୁପ । କିନ୍ତୁ ସାହାସ ଜୁଟାଇ ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ପ୍ରେମିକ ଆକାଶ ସିଂ । ଆଉ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ଅପହରଣ ପୂର୍ବରୁ ଦୁର୍ବୃତ୍ତଙ୍କ ଠାରୁ ଚୋଟ ଖାଇଥିବା ଆକାଶ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ମାସେ ତଳୁ ସେ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଯୁବତୀଙ୍କର କେହି ଶତ୍ରୁ ଏପରି କରିଥାଇ ପାରନ୍ତି ବୋଲି ଇସାରା ଦେଇଛନ୍ତି ।  ସେପଟେ ରବିବାର କାଳ ରାତିରେ ଘଟିଥିବା ଛାତିଥରା କାହାଣୀ ବାବଦରେ ଗୋଟି ଗୋଟି କରି କହିଛନ୍ତି ଆକାଶ । ରାତି ପ୍ରାୟ ସାଢେ ଗୋଟାଏ ବେଳେ, ସ୍କୁଟିରୁ ପେଟ୍ରୋଲ ସରିଯିବାରୁ ନିଜ ବାନ୍ଧିବୀଙ୍କ ସହ ଲୁମ୍ବିନି ବିହାର ନୂଆ ରୋଡରେ ଛିଡା ହୋଇଥିଲେ । କିଛି ବୁଝିବା ଆଗରୁ ଏକ ଧଳା ରଙ୍ଗର କାରରୁ ଚାରି ଜଣ ଓହ୍ଲାଇଥିଲେ । ଜଣେ ଆକାଶଙ୍କୁ ହାଣିଥିଲେ। ଆଉ ବାକି ତିନି ଜଣ ତାଙ୍କ ପ୍ରେମିକାଙ୍କୁ ଗାଡିରେ ଉଠାଇ ନେଇଥିଲେ । ତେବେ କିଛି ସମୟ ପରେ, ଅପହରଣକାରୀ ମାନେ ଯୁବତ

ମୋ ପ୍ରେମିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଲେ: କାଳ ରାତିର କଳା କାହାଣୀ କହିଲେ ଯୁବକ

କନକ ବ୍ୟୁରୋ : ଭୁବନେଶ୍ୱର ଲୁମ୍ୱିନି ବିହାର ଛକରୁ ପ୍ରେମିକ ସାମନାରୁ ପ୍ରେମିକାଙ୍କୁ ଅପହରଣ ଘଟଣାରେ ଥଳକୁଳ ପାଉନି ପୁଲିସ । ଅପହରଣର କିଛି ସମୟ ପରେ ପ୍ରେମିକା ଘରକୁ ଫେରିଲେ ସତ, ହେଲେ ଅପହରଣ ପଛରେ କିଏ ତାହା ଏବେବି ଅସ୍ପଷ୍ଟ। ଜଣେ ଯୁବତୀଙ୍କୁ ରାତି ଅଧରେ ଏକ ଧଳା ରଙ୍ଗର କାରରେ ଉଠାଇ ନେଇଥିବା ସେହି ୪ ଅପହରଣକାରୀ କିଏ । ସେମାନେ କାହିଁକି ଏବଂ କଣ ପାଇଁ ଅପହରଣ କରି ନେଇଥିଲେ ସେ ବାବଦରେ ପୁଲିସ ଚୁପ । କିନ୍ତୁ ସାହାସ ଜୁଟାଇ ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ପ୍ରେମିକ ଆକାଶ ସିଂ । ଆଉ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ଅପହରଣ ପୂର୍ବରୁ ଦୁର୍ବୃତ୍ତଙ୍କ ଠାରୁ ଚୋଟ ଖାଇଥିବା ଆକାଶ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ମାସେ ତଳୁ ସେ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଯୁବତୀଙ୍କର କେହି ଶତ୍ରୁ ଏପରି କରିଥାଇ ପାରନ୍ତି ବୋଲି ଇସାରା ଦେଇଛନ୍ତି । 

ସେପଟେ ରବିବାର କାଳ ରାତିରେ ଘଟିଥିବା ଛାତିଥରା କାହାଣୀ ବାବଦରେ ଗୋଟି ଗୋଟି କରି କହିଛନ୍ତି ଆକାଶ । ରାତି ପ୍ରାୟ ସାଢେ ଗୋଟାଏ ବେଳେ, ସ୍କୁଟିରୁ ପେଟ୍ରୋଲ ସରିଯିବାରୁ ନିଜ ବାନ୍ଧିବୀଙ୍କ ସହ ଲୁମ୍ବିନି ବିହାର ନୂଆ ରୋଡରେ ଛିଡା ହୋଇଥିଲେ । କିଛି ବୁଝିବା ଆଗରୁ ଏକ ଧଳା ରଙ୍ଗର କାରରୁ ଚାରି ଜଣ ଓହ୍ଲାଇଥିଲେ । ଜଣେ ଆକାଶଙ୍କୁ ହାଣିଥିଲେ। ଆଉ ବାକି ତିନି ଜଣ ତାଙ୍କ ପ୍ରେମିକାଙ୍କୁ ଗାଡିରେ ଉଠାଇ ନେଇଥିଲେ । ତେବେ କିଛି ସମୟ ପରେ, ଅପହରଣକାରୀ ମାନେ ଯୁବତୀଙ୍କୁ ଖଣ୍ଡଗିରି ଛକରେ ଛାଡି ଛୁ ମାରିଥିଲେ। ଯୁବତୀ ଜଣକଙ୍କ ଘର ନୟାଗଡ, ସେ ସାଲିଆ ସାହିରେ ରହି ଆସୁଥିଲେ । କିନ୍ତୁ ଏବେ ସେ ତାଙ୍କ ଭାବିସ୍ୱାମୀଙ୍କ ଘର କଟକକୁ ପଳାଇଥିଲେ । 

ଏଠାରେ ପ୍ରଶ୍ନ ଉଠୁଛି -
- ରାଜଧାନୀ ଛାତିରୁ ଜଣେ ଯୁବତୀଙ୍କୁ ଅପହରଣ କରିବାକୁ କେମିତି ସାହାସ କଲେ ଦୁର୍ବୃତ୍ତ? 
- ମାଳ ମାଳ ସିସିଟିଭି ସତ୍ୱେ ସ୍ମାର୍ଟସିଟିର ସ୍ମାର୍ଟ ଅଫିସର ମାନେ କରୁଛନ୍ତି କଣ ? 
- ଭରତପୁର ଘଟଣାରେ ଯୁବତୀଙ୍କୁ ଧମକ ଦେଇଥିଲେ, ହେଲେ ଲୁମ୍ବିନି ବିହାରରୁ ଉଠାଇ ନେଲେ? 
- ଯୁବତୀ ମିଳିଲେ ହେଲେ କେଉଁ ସତକୁ ଚାପିବାକୁ ଚାଲିଛି ଉଦ୍ୟମ? 
- କାହା ଚାପରେ ପୁଲିସ ଆଉ ଅପହରଣ ପଛରେ କିଏ? 

ଏହି ଘଟଣା ପରେ, ଚାରିଆଡେ କେବଳ ଗୋଟିଏ ଚର୍ଚ୍ଚା ଆଗକୁ ନୁଆବର୍ଷ ଆସୁଛି । ଆଉ ଏହା ପୁର୍ବରୁ କମିଶନରେଟ ପୁଲିସକୁ କ୍ରିସମାସ ଗିଫ୍ଟ ଦେଇ ଆତଙ୍କ ଖେଳାଇଛନ୍ତି କ୍ରିମିନାଲ।