ମୋ ବସ ବେଗରେ ଲାଗିବ ଲଗାମ
ଭୁବନେଶ୍ୱର : ଆଉ ମନଇଛା ଗାଡି ଉଡାଇ ପାରିବେ ନାହିଁ ମୋ ବସ ଚାଳକ । ଏଣିକି ଗତିରେ ଲାଗିବ ଲଗାମ । ମୋ ବସରେ ଲାଗିବ ସ୍ପିଡ଼ ବ୍ରେକର । ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସହର ଭିତରେ ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍। ସହର ବାହାରେ ବସ୍ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ […]

ଭୁବନେଶ୍ୱର : ଆଉ ମନଇଛା ଗାଡି ଉଡାଇ ପାରିବେ ନାହିଁ ମୋ ବସ ଚାଳକ । ଏଣିକି ଗତିରେ ଲାଗିବ ଲଗାମ । ମୋ ବସରେ ଲାଗିବ ସ୍ପିଡ଼ ବ୍ରେକର । ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସହର ଭିତରେ ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍। ସହର ବାହାରେ ବସ୍ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯିବ। ଯଦି ବସ୍ର ଚାଳକ ମଦ ପିଇଥିବେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି ।
ନିୟନ୍ତ୍ରଣରେ ନରହି ମୋ ବସ୍ ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ । କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ନିକଟରେ ମୋ ବସ ଧକ୍କାରେ ୨ଜଣ ଆହତ ହୋଇଥିଲେ । ଏଥିରେ ଜଣେ ଯୁବତୀଙ୍କ ହାତ କଟିବା ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ବସରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ। ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏହି ନିୟମ ଅମାନିଆ ଡ୍ରାଇଭରଙ୍କୁ ସାବାଡ଼ କରିବ ବୋଲି କୁହାଯାଉଛି।