ମୋ ବସ୍ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ
ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ ସୋମବାର ମୃତ୍ୟୁ ଘଟିଛି। ଘଟଣା ଦିନ ଝିଅ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ତାଙ୍କ ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତା ହେଲେ କଳିଙ୍ଗନଗରର ରାଜକୁମାରୀ ପ୍ରଧାନ(୭୬)। ସୂଚନା ଅନୁଯାୟୀ, ନନ୍ଦିନୀ, ମା’ ରାଜକୁମାରୀ ଓ ଭାଇ ବିଦ୍ୟାସାଗର ପ୍ରଧାନ ଦୁଇଟି ସ୍କୁଟି ଯୋଗେ ଡିଏନ୍ ରେଗାଲିଆ ନିକଟ […] The post ମୋ ବସ୍ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ appeared first on Dharitri Odia News.
ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ ସୋମବାର ମୃତ୍ୟୁ ଘଟିଛି। ଘଟଣା ଦିନ ଝିଅ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ତାଙ୍କ ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତା ହେଲେ କଳିଙ୍ଗନଗରର ରାଜକୁମାରୀ ପ୍ରଧାନ(୭୬)।
ସୂଚନା ଅନୁଯାୟୀ, ନନ୍ଦିନୀ, ମା’ ରାଜକୁମାରୀ ଓ ଭାଇ ବିଦ୍ୟାସାଗର ପ୍ରଧାନ ଦୁଇଟି ସ୍କୁଟି ଯୋଗେ ଡିଏନ୍ ରେଗାଲିଆ ନିକଟ ବସ୍ ରହଣିସ୍ଥଳ ପାଖରେ ବସ୍କୁ ଅପେକ୍ଷା କରିଥିଲେ। ସେଠାରେ ମଧ୍ୟ ଅନ୍ୟଜଣେ ମହିଳା ଆଞ୍ଜେଲିନା ନାୟକ, ସ୍ବାମୀ ସତ୍ୟବାନ ନାୟକ ଏବଂ ତାଙ୍କ ଜ୍ୱାଇଁ ସିକେନ୍ଦ୍ର ପରିଚ୍ଛା ଛିଡ଼ା ହୋଇଥିଲେ। ଏହି ସମୟରେ ରୁଟ୍ ନଂ.୩୩(ଭୁବନେଶ୍ୱର ରେଳ ଷ୍ଟେଶନରୁ ପିପିଲି) ମଧ୍ୟରେ ଚଳାଚଳ କରୁଥିବା ଓଡି୦୨-ଜେ-୯୪୧୦ ନମ୍ବର ବିଶିଷ୍ଟ ମୋ ବସ୍ଟି ପାତ୍ରପଡ଼ା ଡିପୋକୁ ଦ୍ରୁତ ଗତିରେ ଫେରୁଥିବାବେଳେ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା। କେତେଜଣଙ୍କୁ ଧକ୍କା ଦେବା ସହ ଆଉ କେତେଜଣଙ୍କ ଉପରେ ଚଢ଼ିଯାଇଥିଲା। ନନ୍ଦିନୀ ଓ ତାଙ୍କ ଭାଇ ବିଦ୍ୟାସାଗରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ଏମ୍ସକୁ ନିଆଯାଇଥିଲା। ହେଲେ ନନ୍ଦିନୀଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ନନ୍ଦିନୀଙ୍କ ଆଙ୍ଗୁଠି ମଧ୍ୟ ଛିଡିକି ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଚାଳକ ପ୍ରଶାନ୍ତ ମୋ ବସ୍ ନେଇ ଖୋର୍ଦ୍ଧା ଅଭିମୁଖେ ଖସି ପଳାଉଥିବା ସମୟରେ ରାସ୍ତାରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲେ। କେତେଜଣ ଲୋକ ପିଛା କରି ବସ୍କୁ ଅଟକାଇବା ସହ ଡ୍ରାଇଭର ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ପୋଲିସ ଚାଳକ ପ୍ରଶାନ୍ତଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରିଥିଲା ।
The post ମୋ ବସ୍ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ appeared first on Dharitri Odia News.