ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା
ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଜାଡେଜା ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟତା ଗ୍ରହଣ କରିଛନ୍ତି। ଜାମନଗର ବିଧାୟିକା ତଥା ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା […] The post ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା appeared first on Dharitri Odia News.
ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଜାଡେଜା ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟତା ଗ୍ରହଣ କରିଛନ୍ତି। ଜାମନଗର ବିଧାୟିକା ତଥା ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ପୂର୍ବରୁ ଜାଡେଜାଙ୍କୁ ତାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ସହ ଅନେକ ଥର ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନେକ ରୋଡ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ସେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରିବାବା ଜାଡେଜା ଏକ୍ସରେ ଏହା ପ୍ରକାଶ କରିଛନ୍ତି । ଚଳିତ ମାସରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଜାଡେଜା ଖେଳୁଥିବା ଦେଖିବାକୁ ମିଳିବ। ସେ ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୨୪ଖେଳିଥିଲେ। ଏଥିରେ ଭାରତ ବିଶ୍ୱକପ ଜିତିଥିଲା। ଏହା ପରେ ଜାଡେଜା ଏହି ଫର୍ମାଟରୁ ବିଦାୟ ନେଇଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ବିଷୟରେ କହିଲେ, ସେ ନିଜ କ୍ୟାରିୟରରେ ୭୪ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୪୧ ଇନିଂସରେ ୫୧୫ ରନ ସଂଗ୍ରହ କରିଥିଲେ। ଏହି ଫର୍ମାଟରେ ଜାଡେଜା ହାରାହାରି ୨୯.୮୫ ଏବଂ ୭.୧୩ର ଇକୋମିରେ ୫୪ୱିକେଟ ନେଇଛନ୍ତି।
ଜାଡେଜା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୯୭ ଟି ଏକ ଦିବସୀୟ ଖେଳିଛନ୍ତି। ଏହି ସମୟମଧ୍ୟରେ ସେ ୧୩୨ଇନିଂସରେ ୨୭୫୬ ରନ ସଂଗ୍ରହ କରିଛନ୍ତି । ଜାଡେଜା ଏକ ଦିବସୀୟରେ ୧୩ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଫର୍ମାଟରେ କୌଣସି ଶତକ ସ୍କୋର କରିନାହାଁନ୍ତି। ଏହା ବ୍ୟତୀତ ଜାଡେଜା ୧୮୯ରନରେ ୨୨୦ ୱିକେଟ ନେଇଛନ୍ତି। ୫/୩୩ ହେଉଛି ଏକ ଦିବସୀୟରେ ତାଙ୍କର ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ।
The post ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା appeared first on Dharitri Odia News.